fbpx

(Video) ବିବାଦରେ ଓଡ଼ିଆ ସିନେମା ‘ପ୍ରିୟେ ତୁ ମୋ ସିଏ’: ସିନେମାରେ ଜାତିଗତ ଆକ୍ଷେପ କରାଯାଇଥିବା ନେଇ କ୍ୟାପିଟାଲ ଥାନାରେ ଏତଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଆ ସିନେମା ‘ପ୍ରିୟେ ତୁ ମୋ ସିଏ’କୁ ନେଇ ବିବାଦ ସୃଷ୍ଟି ହୋଇଛି । ଏହି ସିନେମାରେ ଜାତିଗତ ଆକ୍ଷେପ କରାଯାଇଥିବା ନେଇ କ୍ୟାପିଟାଲ ଥାନାରେ ଏତଲା ଦାୟର ହୋଇଛି । ଫିଲ୍ମରେ ବ୍ୟବହାର ହୋଇଥିବା ହରିଜନ ଶବ୍ଦ ଲୋକଙ୍କୁ ଅପମାନିତ କରୁଛି । ତେଣୁ ଫିଲ୍ମର ପ୍ରଯୋଜକ, ନିର୍ଦ୍ଦେଶକ ଓ ଅଭିନେତ୍ରୀଙ୍କୁଙ୍କୁ ଅନୁସୂଚିତ ଜାତି ଅତ୍ୟାଚାର ନିରାକରଣ ଆଇନରେ ଗିରଫ କରିବାକୁ ଦାବି ହୋଇଛି ।

ନିକଟରେ ‘ପ୍ରିୟୋ ତୁ ମୋ ସିଏ’ ରାଜ୍ୟର ବିଭିନ୍ନ ପ୍ରେକ୍ଷାଳୟରେ ରିଲିଜ୍ ହୋଇଛି । ସୁଧାଂଶୁ ସାହୁ ଏହାର ନିର୍ଦ୍ଦେଶକ ରହିଥିବା ବେଳେ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ ତା’ର ପ୍ରଯୋଜକ ରହିଛନ୍ତି । ଫିଲ୍ମରେ ହରିଜନ ଭଳି ଅସାମ୍ବିଧାନିକ ଶବ୍ଦକୁ ବହୁବାର ବ୍ୟବହାର କରାଯାଇଛି । ଏଥିସହିତ ଅନୁସୂଚିତ ଜାତିଙ୍କୁ ଅପମାନିତ କଲା ଭଳି ଫିଲ୍ମରେ ଅନେକ ଦୃଶ୍ୟ ରହିଛି ।

ଗୋଟିଏ ଅନୁସୂଚିତ ଜାତିର ପିଲାଟିଏ ସାଆନ୍ତଙ୍କ ପୁଅକୁ କାହିଁକି ଭଲ ପାଇଲା ସେଥିପାଇଁ ଫିଲ୍ମରେ ତାକୁ ଭୁଲ୍ ମାଗିବାର ଦୃଶ୍ୟ ରହିଛି । ଏଥିସହିତ ନିଚ୍ଚ ଜାତିର ପିଲାଙ୍କୁ ଛୁଇଁବା ମନା ବୋଲି ଫିଲ୍ମରେ ଚିତ୍ରଣ କରାଯାଇଛି । ଫିଲ୍ମରେ ରହିଥିବା ଏଭଳି ଅନେକ କଥା ଓଡ଼ିଶାର ୨୨ ଭାଗ ଅନୁସୂଚିତ ଜାତିର ଲୋକଙ୍କୁ ଅପମାନିତ କରିଛି । ତେଣୁ ଏହାକୁ ବିରୋଧ କରି ଜାତୀୟ ଦଳିତ, ଆଦିବାସୀ ମହାସଂଘ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।

Get real time updates directly on you device, subscribe now.