ଆଫଗାନିସ୍ତାନରେ ମହିଳାଙ୍କ ବିୟୁଟି ପାର୍ଲରରେ ଲାଗିଲା ବ୍ୟାନ୍, ତାଲିବାନ୍ ଜାରି କଲା ନିର୍ଦ୍ଦେଶ

ନୂଆଦିଲ୍ଲୀ: ତାଲିବାନ ଏକ ନୂଆ ଆଦେଶ ଜାରି କରି କହିଛି, ଯେଉଁଥିରେ କୁହାଯାଇଛି ଯେ କାବୁଲରେ ମହିଳାଙ୍କ ବିୟୁଟି ପାର୍ଲର ଉପରେ ବ୍ୟାନ୍ ଲଗାଯାଇଛି । ତାଲିବାନର ସଦାଚାର ମନ୍ତ୍ରଣାଳୟର ମୁଖପାତ୍ର ମହମ୍ମଦ ଅକିଫ ମହାଜର ଟୋଲୋ ନ୍ୟୁଜକୁ କହିଛନ୍ତି ଯେ, ଏକ ନୂଆ ମୌଖିକ ଆଦେଶରେ କାବୁଲ ତଥା ଦେଶର ଅନ୍ୟାନ୍ୟ ପ୍ରଦେଶରେ ମହିଳା ବିୟୁଟି ସେଲୁନ୍ ଉପରେ ବ୍ୟାନ୍ ଲଗାଯାଇଛି ।

ତାଲିବାନ ନେତାଙ୍କ ଦ୍ୱାରା ଦିଆଯାଇଥିବା ଏହି ନୂଆ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ତାଲିବାନର ସଦାଚାର ମନ୍ତ୍ରଣାଳୟ କାବୁଲ ମ୍ୟୁନିସିପାଲିଟିକୁ ନିର୍ଦ୍ଦେଶ ଦେଇଛି ଏବଂ ମହିଳା ବିୟୁଟି ସେଲୁନର ଲାଇସେନ୍ସ ବାତିଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଆମେ ଭୋକରେ ମରିଯିବା ଉଚିତ :-
ତାଲିବାନର ଏହି ନୂଆ ଆଦେଶ ଉପରେ ଜଣେ ମେକ-ଅପ୍ ଆର୍ଟିଷ୍ଟ କହିଛନ୍ତି, “ଯଦି ପରିବାରର ପୁରୁଷମାନଙ୍କ ପାଖରେ ଚାକିରି ଅଛି, ତେବେ ଆମେ ଘରୁ ବାହାରକୁ ଯିବୁ ନାହିଁ । କିନ୍ତୁ ଯଦି ଚାକିରି ନାହିଁ, ଆମେ କ’ଣ କରିପାରିବୁ? ଆମେ ଭୋକରେ ମରିଯିବା ଉଚିତ୍, ଆମକୁ କ’ଣ କରିବା ଉଚିତ୍? ଆପରମାନେ ଚାହୁଁଛନ୍ତି ଆମେ ମରିଯାଉ ।’