fbpx
BJD SKY
BJD SKY

କ’ଣ ସତରେ ଟମାଟୋ ଖାଇଲେ କିଡନୀ ଷ୍ଟୋନ ହୁଏ କି ? ଜାଣନ୍ତୁ ଏହାର ଉତ୍ତର

BJD

କିଡନୀ ଷ୍ଟୋନର ସମସ୍ୟା ଏବେ ଅତି ସାଧାରଣ ହୋଇଗଲାଣି । କାହିଁକି ନା ଦୁନିଆରେ ବହୁତ ସଂଖ୍ୟାରେ ଲୋକମାନେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାର ଅନେକ କାରଣ ରହିଛି, ଯାହାଫଳରେ କିଡନୀରେ ଷ୍ଟୋନ ସମସ୍ୟା ଦେଖିବାକୁ ମିଳୁଛି ।
କୁହାଯାଏ କି ଟମାଟୋ କିଡନୀ ଷ୍ଟୋନକୁ ବଢ଼ାଇବା ପାଇଁ ମଧ୍ୟ କାମ କରେ । କାରଣ ଏଥିରେ ଛୋଟ ମଞ୍ଜି ରହିଛଇ । ଦାବି କରାଯାଏ ଯେ ଅନେକ ଥର ଏହି ମଞ୍ଜି କିଡନୀରେ ଷ୍ଟୋନ ତିଆରି କରିବା ପାଇଁ କାମ କରିଥାଏ । ବର୍ତ୍ତମାନ ପ୍ରଶ୍ନ ଉଠିଛି କି ଏହି ଦାବି ସତ କି?

ତେବେ କିଡନୀ ଷ୍ଟୋନ କ୍ୟାଲସିୟମ ଅକ୍ସାଲେଟର ସ୍ଫଟିକରେ ତିଆରି ହୁଏ । ଏହି ଅକ୍ସାଲେଟ୍ ବିଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥରେ ମିଳିଥାଏ । କୁହାଯାଏ ଯେ କେବଳ ଉଚ୍ଚ ଅକ୍ସାଲେଟ୍ ନେଇ ଏହି ସମସ୍ୟା ଉପୁଜେ । ଯେହେତୁ ଟମାଟୋରେ ଅକ୍ସାଲେଟର ପରିମାଣ ବହୁତ କମ୍ ରହିଥାଏ, ଏହି କାରଣରୁ କିଡନୀ ଷ୍ଟୋନ ହେବାର ଆଶଙ୍କା ନାହିଁ ।

କିଡନୀକୁ ସୁସ୍ଥ ରଖିବା ପାଇଁ ଟମାଟୋ ବହୁତ ଲାଭଦାୟକ । କାରଣ ସେଥିରେ ଜଳର ପରିମାଣ ବହୁତ ଅଧିକ ରହିଥାଏ । ଏହା ଶରୀରକୁ ହାଇଡ୍ରେଟ୍ ରଖେ ଏବଂ କିଡନୀରେ ଷ୍ଟୋନ ଗଠନକୁ ମଧ୍ୟ ରୋକିଥାଏ ।

ଟମାଟୋରେ ଲାଇକୋପିନ୍ ମିଳିଥାଏ, ଯାହା ଏକ ପ୍ରକାର ଆଣ୍ଟିଅକ୍ସିଡାଣ୍ଟ । ଲାଇକୋପିନ୍ କିଡନୀ ଷ୍ଟୋନର ଆଶଙ୍କା ହ୍ରାସ କରେ । କିଡନୀ ଷ୍ଟୋନ ପାଇଁ ଅନେକ କାରଣ ଦାୟୀ, ଯେପରିକି ଡିହାଇଡ୍ରେସନ୍, ଅତ୍ୟଧିକ ଲୁଣ ଗ୍ରହଣ, ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା, ପୁଷ୍ଟିକର ଖାଦ୍ୟ ନ ଖାଇବା ଇତ୍ୟାଦି ।

Get real time updates directly on you device, subscribe now.