fbpx

ହୃଦ ରୋଗ ଏବଂ ଉଚ୍ଚ ରକ୍ତଚାପରୁ ବଞ୍ଚାଇବ ଅଖରୋଟ : ଜାଣିନିଅନ୍ତୁ ଏହାର ୫ଟି ଫାଇଦା

ନୂଆଦିଲ୍ଲୀ : ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ , ଅଖରୋଟ ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । ଏହାକୁ ଖାଇବା ଦ୍ୱାରା କେବଳ ହାର୍ଟ ଫିଟ୍ ରହି ନଥାଏ, ବରଂ ଏହାକୁ ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ୟ ଦୂରେଇ ଯାଏ । ବିଶେଷଜ୍ଞଙ୍କ ମତରେ ଯେଉଁ ବ୍ୟକ୍ତିଙ୍କ ହାର୍ଟ ସମ୍ବନ୍ଧିତ ସମସ୍ୟା ରହିଛି ବା ହାର୍ଟକୁ ଫିଟ ରଖିବା ପାଇଁ ଚାହୁଁଛନ୍ତି, ତେବେ ପ୍ରତ୍ୟେକ ଦିନ ଅଖରୋଟ ସେବନ କରିବା ଉଚିତ୍ ।

ଆସନ୍ତୁ ଜାଣିବା କ’ଣ ରହିଛି ଏହାର ଫାଇଦା :

୧. ଅଖରୋଟର ନିୟମିତ ସେବନ ଦ୍ୱାରା ହୃଦଘାତର ବିପତିକୁ ଦୂରେଇବାରେ ସାହାଯ୍ୟ କରିଥାଏ ।

୨. ପ୍ରତ୍ୟେକ ଦିନ ଅଖରୋଟ ଖାଇବା ଦ୍ୱାରା ରକ୍ତ ଜମାଟ ବାନ୍ଧିବା ଭଳି ସମସ୍ୟା ଦେଖାଯିବ ନାହିଁ । ନିୟମିତ ଏହାକୁ ସେବନ କରିବା ଦ୍ୱାରା ରକ୍ତ ଜମାଟ ବାନ୍ଧିବା ଭଳି ସମସ୍ୟା କମ ହୋଇଥାଏ ।

୩. ପ୍ରତ୍ୟେକ ଦିନ ଏହାକୁ ଖାଇବା ଦ୍ୱାରା ଲିପିଡ ମେଟାବୋଲିଜିମ ଉନ୍ନତ ହୋଇଥାଏ । ଯାହାଦ୍ୱାରା ଶରୀର ଉପରେ ଭଲ ପ୍ରଭାବ ପକାଇଥାଏ ।

୪. ଉଚ୍ଚ ରକ୍ତଚାପର ବ୍ୟକ୍ତିଙ୍କ ପାଇଁ ଅଖରୋଟ ବହୁତ ମୂଲ୍ୟବାନ ପ୍ରମାଣିତ ହୋଇଛି । ଏହାକୁ ସେବନ କରିବା ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ ।

୫. ନିୟମିତ ଭାବରେ ଅଖରୋଟ ସେବନ କରିବା ଦ୍ୱାରା ଶରୀରର ପ୍ରଭାବକୁ ôହାସ କରିବାରେ ସାହାଯ୍ୟ କରିଥାଏ ।

Get real time updates directly on you device, subscribe now.