fbpx
BJD SKY
BJD SKY

ଅଧା ଦାମରେ ମିଳୁଛି ଟମାଟୋ: ଦେବାକୁ ପଡ଼ୁଛି ଠିକଣା ଓ ମୋବାଇଲ ନମ୍ବର, ଜଣେ ବ୍ୟକ୍ତି ଦିନକୁ କେବଳ କିଲେ ଟମାଟୋ କିଣିପାରିବେ

BJD

ନୂଆଦିଲ୍ଲୀ: ଟମାଟୋ ଦରକୁ ନେଇ ଏବେ ସାଧାରଣ ଜନତା ବେଶ୍ ଚିନ୍ତିତ ରହିଛନ୍ତି । କେଜି ପ୍ରତି ୨୦-୩୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ଏବେ ୧୫୦ ଟଙ୍କା ପାରି କରିସାରିଲାଣି । ଫଳରେ ଟମାଟୋ ପାଇଁ ପରିବାରର ରୋଷେଇ ବଜେଟ୍ ଏବେ ବିଗିଡ଼ି ଯାଇଛି । ତେବେ ଆପଣ ଚାହିଁଲେ ଶସ୍ତାରେ ଟମାଟେ କିଣି ପାରିବେ । ଆପଣ ବି ଅଧା ଦାମରେ ଅର୍ଥାତ ୭୫ ଟଙ୍କା ଦେଇ କିଲେ ଟମାଟୋ କିଣିପାରିବେ ।

ସୂଚନା ମୁତାବକ, ଉତ୍ତରପ୍ରଦେଶର ଲକ୍ଷ୍ନୌ ସ୍ଥିତ ମଣ୍ଡି କମିଟି ପକ୍ଷରୁ ସାଧାରଣ ଜନତାଙ୍କ ପାଇଁ ଶସ୍ତାରେ ଟମାଟୋ ବିକ୍ରି କରାଯାଉଛି । ସେଠାରେ ପ୍ରତି କିଲୋ ପିଛା ୭୫ ଟଙ୍କାରେ ଟମାଟୋ ବିକ୍ରି କରାଯାଉଛି । ସୀତାପୁର ରୋଡ଼ ସ୍ଥିତ ଗଲ୍ଲା ମଣ୍ଡିରୁ ଆପଣମାନେ ସକାଳ ୧୦ଟାରୁ ଅପରାହ୍ଣ ୪ଟା ମଧ୍ୟରେ ଟମାଟୋ କିଣି ପାରିବେ । ଜଣେ ବ୍ୟକ୍ତି ଦିନକୁ କେବଳ ଗୋଟିଏ କେଜି ଟମାଟୋ କିଣିପାରିବେ । କିଣିବା ପରେ ଗ୍ରାହକଙ୍କୁ ନିଜର ଠିକଣା ଓ ମୋବାଇଲ ନମ୍ବର ଦେବାକୁ ପଡ଼ିବ ।

ବର୍ଷା କାରଣରୁ ଟମାଟୋ ସମେତ ଲଙ୍କା, ଅଦା ଆଦି ଫସଲ ନଷ୍ଟ ହୋଇଯାଇଛି । ଫଳରେ ଏହିସବୁ ସାମଗ୍ରୀର ଦର ଏବେ ଅହେତୁକ ଭାବେ ବୃଦ୍ଧି ପାଇଛି । ଚଳିତ ବର୍ଷ ଜାନୁଆରୀ ମାସରେ ଟମାଟୋ କିଲୋ ୧-୨ ଟଙ୍କାରେ ବିକ୍ରି ହେଉଥିଲା । ଫଳରେ କୃଷକମାନେ କ୍ଷତି ସହିବା ସହ ଏହି ଚାଷରୁ ଦୂରେଇ ଯାଇଥିଲେ । ମାତ୍ର ଏବେ ଟମାଟୋ ସବୁଠାରୁ ମହଙ୍ଗା ପରିବା ହୋଇଛି । ହୋଟେଲରେ ବିନା ଟମାଟୋରେ ସାଲାଡ୍ ଦିଆଯାଉଛି । ମ୍ୟାକଡୋନାଲଡସର ବର୍ଗରରୁ ମଧ୍ୟ ଟମାଟୋ ଗାଏବ୍ ହୋଇଯାଇଛି । କମ୍ପାନୀ ନିଜ ଷ୍ଟୋରମାନଙ୍କରେ ନୋଟିସ ଲଗାଇ ଏ ବାବଦରେ ଗ୍ରାହକଙ୍କୁ ସୂଚିତ କରିଥିଲା ।

Get real time updates directly on you device, subscribe now.