fbpx

ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ୟୁନିଫର୍ମ ରଙ୍ଗ ବଦଳିଲା: ୧୫ ତାରିଖ ସୁଦ୍ଧା ବଣ୍ଟନ ସାରିବାକୁ ଜିଲ୍ଲାପାଳ ଓ DEOଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ରାଜ୍ୟର ହାଇସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା-ମୋଜା ମିଳିବ । ପୂର୍ବରୁ କେବଳ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲାମାନେ ଏହି ସୁବିଧା ପାଉଥିବା ବେଳେ ଏବେ ନବମ ଓ ଦଶମ ଶ୍ରେଣୀର ପିଲାମାନେ ପାଇବେ । ହାଇସ୍କୁଲ ପିଲାଙ୍କୁ ପୋଷାକ, ଜୋତା-ମୋଜା ବିତରଣ ପାଇଁ ଜିଲ୍ଲା ଓ ବ୍ଲକ ସ୍ତରରେ କମିଟି ଗଠନ କରାଯାଇଛି ।

ଜଣେ ପିଲାକୁ ବର୍ଷକୁ ୫୦୦ ଟଙ୍କାରେ ଦୁଇହଳ ପୋଷାକ, ୨୦୦ ଟଙ୍କାରେ ହଳେ ଜୋତା ଓ ଦୁଇହଳ ମୋଜା, ୧୨୫ ଟଙ୍କାରେ ଗୋଟିଏ ଟି-ଶାର୍ଟ, ୧୨୫ ଟଙ୍କାରେ ଗୋଟିଏ ଟ୍ରାକ ପ୍ୟାଣ୍ଟ ଦିଆଯିବ । ଜଣେ ପିଲା ବାବଦରେ ରାଜ୍ୟ ସରକାର ୧ ହଜାର ଟଙ୍କା ଖର୍ଚ୍ଚ କରିବେ । ଆସନ୍ତା ୧୫ ତାରିଖ ସୁଦ୍ଧା ୟୁନିଫର୍ମ ସଂଗ୍ରହ ଓ ବଣ୍ଟନ ପ୍ରକ୍ରିୟା ସମାପ୍ତ ହେବ । ସେନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ୟନିଫର୍ମର ରଙ୍ଗ ବଦଳଯିବ । ପୂର୍ବରୁ ୟୁନିଫର୍ମର ରଙ୍ଗ ଧଳା ଓ ଘନନୀଳ ରହିଥିବା ବେଳେ ଏବେ ଛାତ୍ରଛାତ୍ରୀମାନେ ‘ହଣ୍ଟର ଗ୍ରୀନ’ ରଙ୍ଗର ପୋଷାକ କରିଧାନ କରିବେ । ପୁଅ ପିଲାଙ୍କ ପାଇଁ ଫୁଲ ପ୍ୟାଣ୍ଟ ଓ ଶାର୍ଟ ରହିଥିବା ବେଳେ ଝିଅଙ୍କ ପାଇଁ ଚୁଡ଼ିଦାର-ପଞ୍ଜାବୀ ସହ ଜ୍ୟାକେଟ ପୋଷାକ ରହିଛି । ସବୁ ଡ୍ରେସରେ ଏକ ଲୋଗୋ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ରହିବ । ସପ୍ତାହକୁ ୫ ଦିନ ପାଇଁ ଛାତ୍ରଛାତ୍ରୀ ସ୍କଲକୁ ୟୁନିଫର୍ମ ପିନ୍ଧି ଆସିବେ । ସମସ୍ତଙ୍କ ପାଇଁ କଳା ଜୋତା ଓ ଧଳା ମୋଜା ବାଧ୍ୟତାମୂଳକ କରାଯାଇଛି ।

Get real time updates directly on you device, subscribe now.