fbpx

୫ଦିନ ଛୁଟିରେ ରହିବା ପରେ ଫେରିଥିଲେ କନଷ୍ଟେବଲ : ଥାନା ସାମ୍ନା ପୋଖରୀରୁ ମୃତଦେହ ଉଦ୍ଧାର କାରଣ ଅସ୍ପଷ୍ଟ

ହାଟଡିହି : କେନ୍ଦୁଝର ଜିଲ୍ଲା ନନ୍ଦିପଦା ଗାଁରେ ଏକ ଅଭାବନୀୟ ଘଟଣା ସ୍ନାକୁ ଆସିଛି । ନନ୍ଦିପଦା ଥାନାର ଜଣେ କନଷ୍ଟେବଲଙ୍କ ମୃତଦେହ ଥାନା ସାମ୍ନା ପୋଖରୀରୁ ଉଦ୍ଧାର ହୋଇଛି । ମୃତ କନଷ୍ଟେବଲଙ୍କ ନାମ ପ୍ରଦୀପ ନାୟକ । ମୃତ କନଷ୍ଟେବଲ ଜଣକ ବ୍ୟାରାକରେ ରହୁଥିବା ବେଳେ ଗତକାଲି ସନ୍ଧ୍ୟାରେ ଘରୁ ବାହାରକୁ ଯାଇ ଆଉ ଫେରି ନଥିଲେ ।

ସୂଚନା ଅନୁଯାୟୀ, ପ୍ରଦୀପ ୫ ଦିନ ଛୁଟିରେ ଘରକୁ ଯାଇଥିଲେ । ଛୁଟି ସାରିଆସିବା ପରେ ଗତକାଲି ସେ ଡ୍ୟୁଟିରେ ଯୋଗ ଦେଇଥିଲେ । ସେ ଥାନା ବ୍ୟାରେକରେ ରହୁଥିବା ବେଳେ ଗତକାଲି ସନ୍ଧ୍ୟାରେ କେଉଁଆଡେ ଯାଇ ଆଉ ଫେରିନଥିଲେ । ଫେରିବାରେ ବିଳମ୍ବ ହେବାରୁ ସାଥୀମାନେ ଅନେକ ଖୋଜିଥିଲେ, କିନ୍ତୁ ପ୍ରଦୀପଙ୍କ କୌଣସି ସନ୍ଧାନ ପାଇ ନଥିଲେ । ମଙ୍ଗଳବାର ସକାଳ ସମୟରେ ସ୍ଥାନୀୟ ଲୋକେ ପୋଖରୀରେ ଏକ ମୃତ ଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ ।

ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହାୟତାରେ ମୃତଦେହକୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ହେବାପରେ ମୃତକ ଜଣକ କନେଷ୍ଟବଳ ପ୍ରଦୀପ ନାୟକ ବୋଲି ଜଣା ପଡ଼ିଥିଲା। ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ମେଡିକାଲକୁ ପଠାଯାଇଛି। ତେବେ କେଉଁ ପରିସ୍ଥିତିରେ ସେ ପୋଖରୀକୁ ଯାଇଥିଲେ ଓ କିପରି ପୋଖରୀରେ ବୁଡ଼ିଗଲେ ତାକୁନେଇ ଏବେ ତଦନ୍ତ ଆରମ୍ଭ କରିଛି ନନ୍ଦିପଦା ପୋଲିସ ।

Get real time updates directly on you device, subscribe now.