fbpx

ପୁଣି ବ୍ୟାପୁଛି ବିଶ୍ୱବ୍ୟାପି ବାର୍ଡ ଫ୍ଲୁ : ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)

ଭୁବନେଶ୍ୱର : ବର୍ତ୍ତମାନ ବିଶ୍ୱର ବିଭିନ୍ନ ସ୍ଥାନରେ ବ୍ୟାପୁଛି ବାର୍ଡ ଫ୍ଲୁ । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । କୁହାଯାଇଛି ଯେ, ଏହି ଭୂତାଣୁ ମଣିଷକୁ ସହଜରେ ସଂକ୍ରମିତ କରିପାରିବ । ସବୁ ଦେଶର କୁକୁଡା ଫାର୍ମ ଗୁଡିକରେ ସଫା ସୁତୁରା କରିବା ସହ ସେମାନଙ୍କର ରୋଗର ତଦାରଖ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି । କେତେକ ଭୌଗୋଳିକ ଅଞ୍ଚଳରେ ବାର୍ଡ ଫ୍ଲୁର ସଂକ୍ରମଣଶୀଳ ଏଚ୍‌୫ଏନ୍‌୧ ଷ୍ଟ୍ରେନ୍ ଚିହ୍ନଟ ହେବା ପରେ, ଏହା ମଣିଷଙ୍କ ଭିତରେ ମଧ୍ୟ ବ୍ୟାପିବ ବୋଲି ଆଶଙ୍କା କରି ଆଗରୁ ହୁ ପକ୍ଷରୁ ସତର୍କ ସୂଚନା ବ୍ୟକ୍ତ କରାଯାଇଛି ।

ହୁ ପକ୍ଷରୁ କୁହାଯାଇଛି ଯେ, କୁକୁଡ଼ାଙ୍କ ସହ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସି ପ୍ରାୟ ୬ଜଣ ଲୋକ ରୋଗରେ ଆକ୍ରାନ୍ତୁ ହୋଇଛନ୍ତି । ଏହି ଭୂତାଣୁ ପକ୍ଷୀଙ୍କ ଠାରୁ ମଣିଷକୁ ଏବଂ ମଣିଷ ଠାରୁ ମଣିଷକୁ ଏହା ସଂକ୍ରମିତ ହୋଇଥାଏ । ଜାତି ସଂଘରେ ଖାଦ୍ୟ ଓ କୃଷି ସଂସ୍ଥାକୁ ବିଶ୍ୱ ପ୍ରାଣି ସ୍ୱାସ୍ଥ୍ୟ ସଂଗଠନରୁ ଏନେଇ ଦେଶଗୁଡ଼ିକରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଭୋଗଳିକ ଅଞ୍ଚଳରେ ବାର୍ଡ ଫ୍ଲୁ ଏବଂ ବନ୍ୟ ପକ୍ଷୀମାନଙ୍କର ଅଚାନକ ମୃତ୍ୟୁ ହେଉଥିବାରୁ ଏହା ଏକ ଉଦବେଗଜନକ ବିଷୟ ବୋଲି ‘ହୁ’ ବୈଜ୍ଞାନିକ ବିଭାଗର ମୁଖ୍ୟ କହିଛନ୍ତି ।

ହୁ ମହାମାରୀ ବିଭାଗ ନିର୍ଦ୍ଦେଶକ ଡ. ସିଲଭି ବ୍ରିୟାଣ୍ଡ କହିଛନ୍ତି, ସବୁ ଦେଶରେ ଭୂତାଣୁକୁ ମନିଟର କରିବା ସହ ମଣିଷକୁ ସଂକ୍ରମିତ ହେଉଥିଲେ ତାହା ଚିହ୍ନଟ କରନ୍ତୁ । ଏହା ସହିତ ଭୂତାଣୁମାନଙ୍କର ତଥ୍ୟ ସେୟାର କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ୨୦୨୨ ଠାରୁ ଏବେ ପର୍ଯ୍ୟନ୍ତ ପ୍ରାୟ ୧୦ଟି ବେଶରେ ବାର୍ଡ ଫ୍ଲୁ ସଂକ୍ରମଣ ହୋଇଥିବା ବ୍ରିୟାଣ୍ଡ କହିଛନ୍ତି ।

Get real time updates directly on you device, subscribe now.