fbpx

ବିଶିଷ୍ଟ ଲେଖକ ଓ ସାମ୍ବାଦିକ ଶ୍ରୀ ରମଣଙ୍କ ପରଲୋକ: ମୁଖ୍ୟମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ଜଣାଶୁଣା ତେଲୁଗୁ ଲେଖକ ତଥା ସାମ୍ବାଦିକ ଶ୍ରୀ ରମଣଙ୍କ ପରଲୋକ ଘଟିଛି । ରମଣଙ୍କୁ ମୃତ୍ୟୁ ବେଳକୁ ୭୧ ବର୍ଷ ହୋଇଥିଲା । ତାଙ୍କର ମୃତ୍ୟୁ ଖବର ପାଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନ ମୋହନ ରେଡ୍ଡୀ ଶୋକ ବ୍ୟକ୍ତ କରିଛନ୍ତି । ‘ମିଥୁନାମ’ ଗଳ୍ପ ପାଇଁ ରମଣ ବେଶ ପରିଚିତ ହୋଇପାରିଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କର ଗଳ୍ପକୁ ନେଇ ଫିଲ୍ମ ନିର୍ମାଣ କରାଯାଇଥିଲା ।

ଜଣେ କମିକ ଷ୍ଟୋରି ଲେଖକ, ସ୍ତମ୍ଭକାର, ଷ୍ଟୋରିଟେଲର ଭାବେ ରମଣ ବେଶ୍ ଜଣାଶୁଣା ଥିଲା । ଜଣେ ସାମ୍ବାଦିକ ଭାବେ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଫିଲ୍ମରେ କାମ କରିଥିଲେ । ସେ ଅନେକ ହିଟ ଫିଲ୍ମରେ ପଟ୍ଟକଥା ଲେଖିଥିଲେ । ଚଳଚ୍ଚିତ୍ର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଅନେକ ରାଷ୍ଟ୍ରୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ସେ ତେଲୁଗୁ ସିନେ ଜଗତର ଜଣେ ପ୍ରତିଷ୍ଠିତ୍ୱ ବ୍ୟକ୍ତିତ୍ୱ ଥିଲେ । ତେଣୁ ତାଙ୍କର ମୃତ୍ୟୁ ପରେ ଚଳଚ୍ଚିତ୍ର ଜଗତରେ ଶୋକର ଲହରୀ ଖେଳିଯାଇଛି ।

ଗତ କିଛିଦିନ ଧରି ରମଣ ଶାରୀରିକ ଅସୁସ୍ଥତା କାରଣରୁ ଚିକିତ୍ସିତ ହେଉଥିଲେ । ମଙ୍ଗଳବାର ସକାଳୁ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ସାମ୍ବାଦିକତା, ଫିଲ୍ମ ଓ ସାରସ୍ୱତ ସହ ଜଡ଼ିତ ଅନେକ ବ୍ୟକ୍ତିବିଶେଷ, ତାଙ୍କର ପ୍ରଶଂସକ ଓ ଆତ୍ମୀୟ ସ୍ୱଜନମାନେ ଗଭୀର ଭାବେ ମର୍ମାହତ ହୋଇ ପଡ଼ିଛନ୍ତି । ସେ ପ୍ରତ୍ୟେକ ବର୍ଗର ଲୋକଙ୍କୁ ମନୋରଞ୍ଜନ କରାଉଥିଲେ ବୋଲି ମୁଖ୍ୟମନ୍ତ୍ରୀ ଜଗନ ନିଜର ଶୋକ ବାର୍ତ୍ତାରେ କହିଛନ୍ତି । କମିକ୍ ଲେଖା ପାଇଁ ୨୦୧୪ରେ ତେଲୁଗୁ ୟୁନିଭରସିଟି ପକ୍ଷରୁ ତାଙ୍କୁ କିର୍ତ୍ତୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

Get real time updates directly on you device, subscribe now.