ନୂଆଦିଲ୍ଲୀ: ଅନେକ ବାଦ-ବିବାଦ ପରେ ଫାଇନାଲ ହୋଇଛି ଏସିଆ କପ୍-୨୦୨୩ର କାର୍ଯ୍ୟସୂଚୀ । ଚଳିତବର୍ଷ ହାଇବ୍ରିଡ ମଡେଲରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ଥିବା ବେଳେ ୪ଟି ମ୍ୟାଚ ପାକିସ୍ତାନରେ ଖେଳାଯିବ । ଏହାପରେ ବାକିତକ ମ୍ୟାଚ ଶ୍ରୀଲଙ୍କାରେ ଖେଳାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ତେବେ ଏ ନେଇ ଏସିସିରେ ନିଷ୍ପତ୍ତି ନିଆଯିବା ପରେ ଆଜି ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି ।
ଚଳିତବର୍ଷ ଏସିଆ କପ୍ ଦିନିକିଆ ଫର୍ମାଟରେ ଖେଳାଯିବ । ଏହି ସୂଚୀ ଅନୁସାରେ ଟୁର୍ଣ୍ଣାମେଣ୍ଟର ୩୦ ତାରିଖ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ପାକିସ୍ତାନ ଏବଂ ନେପାଳ । ତେବେ ଭାରତ-ପାକିସ୍ତାନ ମଧ୍ୟରେ ମହାମୁକାବିଲା ସେପ୍ଟେମ୍ବର ୨ ତାରିଖରେ ଖେଳାଯିବ । ଗ୍ରୁପ ଷ୍ଟେଜରେ ଭାରତ ଉଭୟ ଦେଶ କ୍ୱାଲିଫାଏ କରିବାରେ ସଫଳ ହେଲେ, ସୁପର-୪ରେ ପୁଣି ଥରେ ମୁହାଁମୁହିଁ ହୋଇପାରନ୍ତି ଭାରତ-ପାକିସ୍ତାନ । ତେବେ ଏହା ବ୍ୟତୀତ ଫାଇନାଲରେ ମଧ୍ୟ ଉଭୟ ଦେଶ ମଧ୍ୟ ଟକ୍କର ହୋଇପାରେ ବୋଲି ଆଶା କରାଯାଉଛି । ତେବେ ରିପୋର୍ଟ ଅନୁସାରେ, ଏସିଆ କପ୍ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇସାରିଛି । କିନ୍ତୁ ଏହାକୁ ନେଇ କୌଣସି ଅଫିସିଆଲ ଘୋଷଣା କରାଯାଇ ନାହିଁ ।
ଗ୍ରୁପ ଷ୍ଟେଜ
ଅଗଷ୍ଟ ୩୦- ପାକିସ୍ତାନ ବନାମ ନେପାଳ
ଅଗଷ୍ଟ ୩୧- ବାଂଲାଦେଶ ବନାମ ଶ୍ରୀଲଙ୍କା
ସେପ୍ଟେମ୍ବର ୨- ଭାରତ ବନାମ ପାକିସ୍ତାନ
ସେପ୍ଟେମ୍ବର ୩- ବାଂଲାଦେଶ ବନାମ ଆଫଗାନିସ୍ତାନ
ସେପ୍ଟେମ୍ବର ୪- ଭାରତ ବନାମ ନେପାଳ
ସେପ୍ଟେମ୍ବର ୫- ଶ୍ରୀଲଙ୍କା ବନାମ ଆଫଗାନିସ୍ତାନ
ସୁପର ୪ ଷ୍ଟେଜ
ସେପ୍ଟେମ୍ବର ୬- ଏ୧ ବନାମ ବି୨
ସେପ୍ଟେମ୍ବର ୯- ବି୧ ବନାମ ଏ୨
ସେପ୍ଟେମ୍ବର ୧୦- ଏ୧ ବନାମ ବି୨
ସେପ୍ଟେମ୍ବର ୧୨- ଏ୨ ବନାମ ବି୧
ସେପ୍ଟେମ୍ବର ୧୪- ଏ୧ବନାମ ବି୧
ସେପ୍ଟେମ୍ବର ୧୫- ଏ୨ ବନାମ ବି୨
ସେପ୍ଟେମ୍ବର ୧୭- ଫାଇନାଲ