fbpx
BSKY SKY
BSKY SKY

ଏଣିକି ୨୦ ଟଙ୍କାରେ ମିଲ୍, ୩ ଟଙ୍କାରେ ମିଳିବ ପାଣି: ଯାତ୍ରୀଙ୍କ ପାଇଁ ଭାରତୀୟ ରେଳର ନୂଆ ଯୋଜନା

BSKY

ନୂଆଦିଲ୍ଲୀ: ଟ୍ରେନରେ ଯାତାୟତ କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ନୂଆ ଏବଂ ବଡ଼ ଯୋଜନା ଆଣିଛି ଇଣ୍ଡିଆନ ରେଲୱେ । ଏଣିକି ଜେନେରାଲ ବଗିରେ କମ୍ ମୂଲ୍ୟରେ ଯୋଗାଇ ଦିଆଯିବ ଖାଦ୍ୟ । ମାତ୍ର ୨୦ ଟଙ୍କାରେ ‘ଇକୋନୋମୀ ମିଲ’ ଏବଂ ପାଣି ବୋତଲ ମାତ୍ର ୩ ଟଙ୍କାରେ ମିଳିପାରିବ । ଯାହା ଫଳରେ ଜେନେରାଲ ବଗିରେ ଯାତାୟତ କରୁଥିବା ଯାତ୍ରୀମାନଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । କମ୍ ମୂଲ୍ୟରେ ଖାଦ୍ୟ ଏବଂ ପାଣି ଯୋଗାଇ ଦେବା ପାଇଁ ଭାରତୀୟ ରେଳ ପକ୍ଷରୁ ନୂଆ ପଦକ୍ଷେଫ ନିଆଯାଉଛି ।

ଜେନେରାଲ ବଗିର ଯାତ୍ରୀମାନଙ୍କୁ ଖାଦ୍ୟପେୟ ପାଇଁ ଷ୍ଟେସନରେ ଖୁବ ହଇରାଣ ହେବାକୁ ପଡ଼ିଥାଏ । ତେଣୁ ଜେନେରାଲ ବଗିରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଭାରତୀୟ ରେଳ ଏକ ସୁବିଧା ବ୍ୟବସ୍ଥା କରିଛି । ଏହି ଯାତ୍ରୀମାନଙ୍କ ପାଇଁ ରେଳ ବିଭାଗ ‘ଇକୋନୋମୀ ମିଲ’ ଯୋଜନାର ଶୁଭାରମ୍ଭ କରିଛି । ରେଲୱେ ବୋର୍ଡ ତରଫରୁ ଜୁନ ୨୭ ତାରିଖରେ ଜାରି ହୋଇଥିବା ଏକ ଚିଠିରେ ଏ ନେଇ ସୂଚନା ଦିଆଯାଇଛି । ଜିଏସ କୋଚଗୁଡିକର ପାଖ ପ୍ଲାଟଫର୍ମରେ ‘ଇକୋନୋମୀ ମିଲ’ ଦିଆଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି କାଉଣ୍ଟର ଗୁଡିକର ସ୍ଥାନ ନିରୂପଣ କରିବ ଜୋନାଲ ରେଲୱେ ।

ରେଲୱେର ଏହି ଯୋଜନା ଅନୁସାରେ, ପ୍ରଥମ ଟାଇପ ମିଲର ମୂଲ୍ୟ ରହିବ ମାତ୍ର ୨୦ ଟଙ୍କା । ଏହି ମିଲରେ ପୁରୀ, ତରକାରୀ ଏବଂ ଆଚାର ଦିଆଯିବ । ସେହିପରି ଦ୍ୱିତୀୟ ମିଲରେ ସ୍ନାକ୍ସ ମିଲ(୩୫୦ ଗ୍ରାମ) ରହିବ, ଯାହାର ମୂଲ୍ୟ ରହିଛି ୫୦ ଟଙ୍କା । ଏହି ସ୍ନାକ୍ସ ମିଲରେ ରାଜମା, ଖେଚୁଡ଼ି, କୁଲଚେ-ଛୋଲେ, ଛୋଲେ ବଟୋରେ, ପାଓଭାଜୀ କିମ୍ବା ମସାଲା ଦୋସା ଇତ୍ୟାଦି ବିକଳ୍ପ ରହିଛି । ଏଥିମଧ୍ୟରୁ ଯାତ୍ରୀମାନେ କୌଣସି ଆଇଟମକୁ ନେଇ ପାରିବେ । ଏହାବ୍ୟୃତୀତ ଯାତ୍ରୀମାନଙ୍କୁ ୨୦୦ ମି.ମି ପ୍ୟାକେଜ ଥିବା ସିଲ୍ ଗ୍ଲାସ ପାଣି ମଧ୍ୟ ଉପଲବ୍ଧ ରହିବ । ଏହାର ମୂଲ୍ୟ ମାତ୍ର ୩ ଟଭ୍କା ସ୍ଥିର କରିଛି ଭାରତୀୟ ରେଳ ବିଭାଗ ।

Get real time updates directly on you device, subscribe now.