fbpx
BSKY SKY
BSKY SKY

ଇଲେକ୍ଟ୍ରି ଗାଡ଼ି ପାଇଁ ବ୍ରିଟେନ୍‌ରେ ବିଶାଳ ବ୍ୟାଟେରି କାରଖାନା ବସାଇବ ଟାଟା ଗ୍ରୁପ୍‌, ନିବେଶ କରିବ ହଜାର ହଜାର କୋଟି ଟଙ୍କା

BSKY

ନୁଆଦିଲ୍ଲୀ: ଏକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତି କ୍ରମେ ଟାଟା ଗ୍ରୁପ୍ ଇଲଂଣ୍ଡରେ ଇଲେକ୍ଟ୍ରି ଗାଡ଼ି ପାଇଁ ଗିଗା କାରଖାନା ବସାଇବାକୁ ଘୋଷଣା କରିଛି । ବ୍ରିଟେନ୍‌ରେ ୟୁରୋପର ସର୍ବବୃହତ ବ୍ୟାଟେରୀ କାରଖାନା ବସାଇବାକୁ ଘୋଷଣା କରି ଟାଟା ସନ୍ସର ଚେୟାରମ୍ୟାନ୍ ଏନ୍‌. ଚନ୍ଦ୍ରଶେଖରନ୍ କହିଛନ୍ତି ଯେ, ‘ବ୍ୟବସାୟ ସହିତ ବିଶ୍ୱର ଭବିଷ୍ୟତକୁ ସ୍ଥାୟୀ ସୁରକ୍ଷା ଦିଗରେ ତଙ୍କର କମ୍ପାନୀ କାର୍ଯ୍ୟ କରୁଛି।’

ଏହି ବିଷାଳ ନିବେଶ ଜରିଆରେ ବ୍ରିଟେନ୍‌ର ପ୍ରଯୁକ୍ତିବିଦ୍ୟା ବିକଶିତ ହେବା ସହିତ ଦେଶରେ ବୈଦ୍ୟୁତିକ ଯାନବାହନ କ୍ଷେତ୍ରକୁ ଅଧିକ ଶକ୍ତି ପ୍ରଦାନ କରିବ । ଏହା ଦ୍ୱାରା ଟାଟାର ନିଜସ୍ୱ କମ୍ପାନୀ ଜାଗୁଆର ଲ୍ୟାଣ୍ଡ ରୋଭର ମଧ୍ୟ ଆଗକୁ ବଢିବ । ଟାଟା ଗ୍ରୁପ୍ ପକ୍ଷରୁ କେତେ ଟଙ୍କା ନିବେଶକ କରାଯାଉଛି ତାହା ପ୍ରକାଶ କରାଯାଇ ନାହିଁ । ତେବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ଏକ ଟ୍ୱିଟ୍ କରି କହିଛନ୍ତି ଯେ, ଟାଟା ଗ୍ରୁପ୍ ପ୍ରାୟ ୪ ବିଲିୟନ ପାଉଣ୍ଡ(୩୬.୮ କୋଟିରୁ ଅଧିକ) ନିବେଶ କରିବ ।

ଗିଗାଫ୍ୟାକ୍ଟ୍ରି ବିନିଯୋଗ ପ୍ରତିବଦଳରେ ଟାଟା ଗୋଷ୍ଠୀକୁ ଆର୍ôଥକ ସହାୟତା ପ୍ରଦାନ ପାଇଁ ବ୍ରିଟିଶ ସରକାରଙ୍କ ସହ ଆଲୋଚନା ଚାଲିଛି । ସରକାର ମୋଟା ଅଙ୍କର ସବସିଡି ପ୍ରଦାନ କରିବେ । ଏହି ବିନିଯୋଗ ସମରସେଟର ବ୍ରିଜ୍ ୱାଟରର ୯,୦୦୦ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ । ଏହି ପ୍ରକଳ୍ପ ବ୍ରିଟେନର କାର ଉତ୍ପାଦନ କ୍ଷେତ୍ର ପାଇଁ ପେଟ୍ରୋଲ-ଡିଜେଲ ଯାନରୁ ବୈଦ୍ୟୁତିକ ଯାନକୁ ଯିବା ଲକ୍ଷ୍ୟକୁ ବୃଦ୍ଧି କରିବ ।

ଏହି ନିବେଶ ସମ୍ପର୍କରେ ଘୋଷଣା କରି ଋଷି ସୁନକ କହିଛନ୍ତି ଯେ, ‘ବ୍ରିଟେନ ନିବେଶ କରିବା ପାଇଁ ଦୁନିଆର ସର୍ବୋତ୍ତମ ସ୍ଥାନ ଏବଂ ଆମେ ଅବିଶ୍ୱସନୀୟ ଭାବରେ ଗର୍ବିତ ହୋଇପାରିବା ଯେ ଆମକୁ ଟାଟା କମ୍ପାନୀ ଏହାର ନୂତନ ଗିଗାଫ୍ୟାକ୍ଟ୍ରିର ଘର ଭାବରେ ମନୋନୀତ କରିଛି । ବ୍ରିଟେନର ଅଟୋମୋବାଇଲ୍ ଶିଳ୍ପ ଏବଂ ଅର୍ଥନୀତିକୁ ବଢାଇବା ପାଇଁ ଆମର ଯୋଜନା ଉପରେ ଏହା ଏକ ବଡ଼ ଆତ୍ମବିଶ୍ୱାସକୁ ଏକ ବଡ଼ ସିକୃତି ।’

Get real time updates directly on you device, subscribe now.