fbpx

ସ୍ୱପ୍ନରେ ଏହିସବୁ ଜିନିଷ ଦେଇଥାଏ ଏଭଳି ସଂକେତ: ଜାଣନ୍ତୁ କ’ଣ କହୁଛି ସ୍ୱପ୍ନଶାସ୍ତ୍ର

ପ୍ରତ୍ୟେକ ବ୍ୟକ୍ତି ଶୋଇଥିବା ବେଳେ ନିଦରେ ସ୍ୱପ୍ନ ଦେଖନ୍ତି । ଶୋଇବା ସମୟରେ ସ୍ୱପ୍ନ ଦେଖିବା ଏକ ସାଧାରଣ କଥା । ବିଶ୍ୱାସ ରହିଛି ଯେ, ଏହି ସ୍ୱପ୍ନ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ବିଷୟରେ ଆମକୁ ସଂକେତ ଦେଇଥାଏ । ଏହା ମଧ୍ୟରୁ କିଛି ସ୍ୱପ୍ନକୁ ଶୁଭ ଓ କିଛିକୁ ଅଶୁଭ ବୋଲି କୁହାଯାଏ । ତେବେ ସ୍ୱପ୍ନଶାସ୍ତ୍ରରେ ପ୍ରତ୍ୟେକ ସ୍ୱପ୍ନର କିଛି ନା କିଛି ଅର୍ଥ ରହିଛି ।

. ଯଦି ଆପଣ ସ୍ୱପ୍ନରେ ଧଳା ରଙ୍ଗର ସାପ ଦେଖୁଛନ୍ତି ତେବେ ଏହାକୁ ଶୁଭ ବୋଲି ବିଶ୍ୱାସ କରାଯାଏ । ଏହା ଶୀଘ୍ର ଧନ ଲାଭ ହେବାର ସଂକେତ ଦେଇଥାଏ ।

. ସ୍ୱପ୍ନରେ ଶୁଆ ଦେଖିବା ଶୁଭଙ୍କର ଅଟେ । ଏହାର ଅର୍ଥ ଆପଣଙ୍କ ଆଗାମୀ ଜୀବନରେ ଶୁଭ କାର୍ୟ୍ୟ ଆରମ୍ଭ ହେବା ସହ କର୍ମକ୍ଷେତ୍ରରେ ସଫଳତା ମିଳିବ ।

. ଯଦି ସ୍ୱପ୍ନରେ କ୍ଷୀର କିମ୍ବା ଫଳରସ ପିଉଥିବାର ଦେଖୁଛନ୍ତି, ତେବେ ଏହା ଆୟୁଷ ବୃଦ୍ଧି ସହ ଆଗକୁ ଖୁସି ଖବର ମିଳିବାର ସୂଚନା ଦେଇଥାଏ ।

. ସ୍ୱପ୍ନରେ ନଦୀ କିମ୍ବା ଝରଣା ବହୁଥିବାର ଦେଖୁଛନ୍ତି, ତେବେ ଏହା ଅଟକିଥିବା କର୍ୟ୍ୟ ସମ୍ପୂର୍ଣ୍ଣ ହେବା ସହ ଭାଗ୍ୟ ପରିବର୍ତ୍ତନ ହେବାର ସଂକେତ ଦେଇଥାଏ ।

. ସ୍ୱପ୍ନରେ ନିଜକୁ ଉଡୁଥିବାର ଦେଖିଲେ ଏହା ଆଗାମୀ ଜୀବନରେ ସୁଖ-ସମୃଦ୍ଧି ମିଳିବାର ସୂଚନା ଦେଇଥାଏ ।

. ସ୍ୱପ୍ନରେ ଗୋଲାପ ଫୁଲ ଦେଖିଲେ ଏହା ଗୃହର ଉନ୍ନତି ଓ ଆର୍ଥିକ କ୍ଷେତ୍ରରେ ଲାଭ ମିଳିବାର ସଂକେତ ଦେଇଥାଏ

. ଯଦି ସ୍ୱପ୍ନରେ ଆପଣଙ୍କୁ ସାପ କାମୁଡିବାର ଦୃଶ୍ୟ ଦେଖୁଛନ୍ତି, ତେବେ ଏହାକୁ ଅଶୁଭ ବୋଲି ଧରାଯାଏ । ଏହା ନିକଟ ଭବିଷ୍ୟତରେ ଆପଣଙ୍କୁ କୌଣସି ରୋଗ ହେବା ସହ ଜୀବନରେ ଏକ ବଡ ସମସ୍ୟା ଆସୁଥିବାର ସଂକେତ ଦେଇଥାଏ ।

. ସ୍ୱପ୍ନରେ ମୃତ ଶରୀର ଦେଖିଲେ ଏହା ଆପଣଙ୍କ ଜୀବନକୁ ନକରାତ୍ମକ ଶକ୍ତି ପ୍ରଭାବିତ କରିବାର ସୂଚନା ଦେଇଥାଏ .

Get real time updates directly on you device, subscribe now.