fbpx

Big Breaking: ଓଲଟିଲା ତୀର୍ଥଯାତ୍ରୀ ବସ୍: ୨୫ ଆହତ, ୫ ଗୁରୁତର

ଭଦ୍ରକ: ଭାରସାମ୍ୟ ହରାଇ ତୀର୍ଥଯାତ୍ରୀ ବସ ଓଲଟିବା ଖବର ସାମ୍ନାକୁ ଆସିଛି । ଏଥିରେ ୨୫ ଜଣ ଆହତ ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣା ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଥାନା ପେଟ୍ରୋଲ ପମ୍ପ ନିକଟରେ ଘଟିଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, କୋଲକତା ରୁ ପୁରୀକୁ ଏହି ବସଟି ଆସୁଥିଲା । ଏହି ତୀର୍ଥଯାତ୍ରୀ ବସରେ ପ୍ରାୟତଃ ୭୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ବସଟି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ପେଟ୍ରୋଲ ପମ୍ପ ନିକଟରେ ଅଣାୟତ୍ତ ହୋଇ ଓଲଟି ପଡିଛି । ଏଥିରେ ୨୫ ଜଣ ଆହତଙ୍କ ମଧ୍ୟରୁ ୫ଜଣ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଆଜି ଗୁଜୁରାଟର ଅହମ୍ମଦାବାଦରେ ଥିବା ସରଖଜ-ଗାନ୍ଧିନଗର ରାଜପଥରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ISKCON ବ୍ରିଜ୍ ଉପରେ ଏହି ସଡକ ଦୁର୍ଘଟଣାରେ ଏକ ଜାଗୁଆର କାର ଲୋକଙ୍କ ଉପରେ ମାଡି ଯାଇଛି, ଯେଉଁଥିରେ ଜଣେ ପୋଲିସ କନଷ୍ଟେବଳଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ଘଟିଛି।

Get real time updates directly on you device, subscribe now.