fbpx
BSKY SKY
BSKY SKY

DNA ରିପୋର୍ଟ ଖୋଲିଲା ପୂରା ପରିବାରର ଗୁମର

BSKY

ନୂଆଦିଲ୍ଲୀ : ଆମେ ଜୀବନରେ ଅନେକ ଜିନିଷ କରିଥାଉ, ଯାହା କି ମଜାକ ମସ୍ତିରେ ହୋଇଥାଏ । କିନ୍ତୁ ଏହି ମଜାକ ହିଁ ଆମ ଉପରେ ବେଳେ ବେଳେ ବହୁତ ଭାରୀ ପଡିଥାଏ । ଆଜିର ଯୁଗ ଟେକ୍ନୋଲୋଜି ଏବଂ ସୂଚନାର ଅଟେ । ବର୍ତ୍ତମାନ ପ୍ରାୟ ସବୁ ଜିନିଷ ଅନଲାଇନରେ ଉପଲବ୍ଧ ଥାଏ, କାହାର ସମ୍ପତ୍ତି ହେଉ କିମ୍ବା ଜେନେଟିକ ସହ ଜଡ଼ିତ ଜିନିଷ ହେଉ । ଯଦି କିଛି ସର୍ଚ୍ଚ କରୁଛନ୍ତି, ତେବେ ମଣିଷ କିଛି ବି ପାଇ ପାରିବ ।

ଆଜିକାଲି ବିଦେଶରେ ଡିଏନ୍ଏ କିଟ୍ ସହଜରେ ଉପଲବ୍ଧ ହେଉଛି । କିନ୍ତୁ ଏହା ଦ୍ୱାରା ଅନେକ ପରିବାର  ଭାଙ୍ଗୁଛି ଏବଂ ପୁରୁଣା ରହସ୍ୟ ମଧ୍ୟ ସାମ୍ନାକୁ ଆସୁଛି । କୌଣସି ସ୍ଥାନରେ ସ୍ୱାମୀ-ସ୍ତ୍ରୀ ଛାଡପତ୍ର ହୁଏ, ଦମ୍ପତି ପରସ୍ପରର ସମ୍ପର୍କୀୟଙ୍କ ସହିତ ଚାଲିଯାଆନ୍ତି । ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି, ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ପରାମର୍ଶ କ୍ରମେ ତାଙ୍କର ଡିଏନ୍ଏ ପରୀକ୍ଷା କରାଇଲେ । ଏହା ପରେ ସେ ଜାଣିବାକୁ ପାଇଲେ ଯେ, ତାଙ୍କର ପୁରା ପରିବାର ଅବୈଦ୍ଧ ଅଟେ ।

ରିପୋର୍ଟ ଅନୁଯାୟୀ, ଏହି ବ୍ୟକ୍ତି ସାମାଜିକ ଆଲୋଚନା ଫୋରମ୍ ରେଡ୍ଡିଟ୍ରେ ନିଜର ଦୁଃଖଦ କାହାଣୀ କହିଛନ୍ତି। ବ୍ୟକ୍ତି ଜଣକ କହିଥିଲେ ଯେ କିପରି ଏକ DNA ପରୀକ୍ଷା ତାଙ୍କ ପରିବାରର ସତକୁ ପ୍ରକାଶ କଲା । ଏହି ପରୀକ୍ଷଣରେ ୬୦ ବର୍ଷ ପୁରୁଣା ରହସ୍ୟ ପ୍ରକାଶ ପାଇଛି, ଯାହା ତାଙ୍କ ଜେଜେମା ବୋଧହୁଏ କେବେବି କହିବାକୁ ଚାହୁଁ ନଥିଲେ । ବାସ୍ତବରେ, ସେହି ବ୍ୟକ୍ତିଙ୍କ ସହିତ ଜେଜେମାଙ୍କର କୌଣସି ଵିୟୋଲୋଜିକାଲ ସମ୍ପର୍କ ନଥିଲା ଯାହାକୁ ସେ ତାଙ୍କ ଜେଜେବାପା ଭାବରେ ବିବେଚନା କରୁଥିଲେ । ଯେତେବେଳେ ସେହି ବ୍ୟକ୍ତିଙ୍କ ପିତା ଏହା ଜାଣିଲେ, ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ ।

ବ୍ୟକ୍ତି ଜଣକ କହିଥିଲେ ଯେ ସେ ଏକ ଇଟାଲୀ ପରିବାରରେ ବଢ଼ିଛନ୍ତି । ଦୁଇମାସ ପୂର୍ବରୁ, ସେ ତାଙ୍କ ପତ୍ନୀଙ୍କ ନିର୍ଦ୍ଦେଶରେ ଡିଏନ୍ଏ ପରୀକ୍ଷା କରି ନମୁନାକୁ ଲ୍ୟାବକୁ ପଠାଇଲେ। ତାଙ୍କ ଜେଜେବାପା ସର୍ବଦା କହିଥିଲେ ଯେ ସେ ସଂପୂର୍ଣ୍ଣ ଇଟାଲୀୟ, ଏପରି ଭାବରେ ସେ ମଧ୍ୟ ଆଶା କରିଥିଲେ ଯେ ସେ ଇଟାଲୀୟ, କିନ୍ତୁ ପରୀକ୍ଷଣରେ କୁହାଯାଇଛି ଯେ ବ୍ୟକ୍ତି ଜଣକ ଯିହୁଦୀ ଏବଂ ଜେଜେବାପାଙ୍କ ସହ ତାଙ୍କର କୌଣସି ଵିୟୋଲୋଜିକାଲ ସମ୍ପର୍କ ନାହିଁ। ଯେତେବେଳେ ତାଙ୍କ ପିତା ଏହା ଜାଣିଲେ, ସେ ଆଶ୍ଚର୍ଯ୍ୟ ହୋଇଗଲେ । ସେ କହିଥିଲେ ଯେ ସେ ଜାଣିଛନ୍ତି ଯେ ତାଙ୍କ ମାଙ୍କର ଜଣେ ଯିହୁଦୀ ବ୍ୟକ୍ତିଙ୍କ ସହ ସମ୍ପର୍କ ଅଛି, କିନ୍ତୁ ସେ ଏହାକୁ କେବେ ଗ୍ରହଣ କରିନାହାଁନ୍ତି ।

Get real time updates directly on you device, subscribe now.