ଭୁବନେଶ୍ୱର: ଓଡ଼ିଶା ଅଗ୍ନିଶମ ସେବା ବିଭାଗରେ ବିଭିନ୍ନ ପାହ୍ୟାରେ ୨୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏଥିମଧ୍ୟରେ ତିନୋଟି ଷ୍ଟେସନ୍ ଅଫିସର ପଦବୀ ଥିବାବେଳେ ତିନୋଟି ଲିଡିଂ ଫାୟାର ମ୍ୟାନ୍ ଏବଂ ୨୦ଟି ଫାୟାରମ୍ୟାନ୍ ପଦବୀ ରହିଛି । ଏହି ନୂତନ ପଦବୀ ସୃଷ୍ଟି ହେବା ଫଳରେ ଅଗ୍ନିଶମ ସେବା ବିଭାଗ ଆହୁରି ଅଧିକ ଦକ୍ଷ ଭାବରେ ଲୋକଙ୍କୁ ସେବା ଯୋଗାଇଦେବ ବୋଲି ଆଶା କରାଯାଉଛି ।
ଓଡିଶା ଅଗ୍ନିଶମ ସେବା ବିଭାଗରେ ବିଭିନ୍ନ ପାହ୍ୟାରେ ୨୬ଟି ନୂତନ ପଦବୀକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏଥି ମଧ୍ୟରେ ତିନି ଗୋଟି ଷ୍ଟେସନ ଅଫିସର ପଦବୀ ଥିବା ବେଳେ ତିନି ଗୋଟି ଲିଡିଂ ଫାୟାର ମ୍ୟାନ ଓ କୋଡିଏଟି ଫାୟାର ମ୍ୟାନ ପଦବୀ ରହିଛି। ଏହି ନୂତନ ପଦବୀ ସୃଷ୍ଟି ହେବା ଫଳରେ ଅଗ୍ନିଶମ ସେବା ବିଭାଗ… pic.twitter.com/XVN1VZPJhT
— I & PR Department, Odisha (@IPR_Odisha) July 20, 2023
ଏହା ପୂର୍ବରୁ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ୍ ଓ ହସ୍ପିଟାଲ, ବ୍ରହ୍ମପୁର ଏମ୍.କେ.ସି.ଜି ଏବଂ ବୁର୍ଲା ଭିଏସ୍ଏସ୍ ମେଡିକାଲ କଲେଜ୍ ଓ ହସ୍ପିଟାଲର ଅଗ୍ନିସୁରକ୍ଷା ପାଇଁ ଅଗ୍ନିଶମ ବିଭାଗରେ ରାଜ୍ୟ ସରକାର ୪୫ଟି ନୂତନ ପଦବୀକୁ ଅନୁମୋଦନ କରାଯାଇଥିଲା । ଏଥିରେ ୩ଜଣ ଷ୍ଟେସନ୍ ଅଫିସର, ୪ଜଣ ଲିଡିଂ ଫାୟାରମ୍ୟାନ୍, ୩ଜଣ ହାବିଲଦାର, ୩ଜଣ ଫାୟାରମ୍ୟାନ୍ ଡ୍ରାଇଭର ଏବଂ ୩୦ ଜଣ ଫାୟାରମ୍ୟାନ ପଦବୀ ପାଇଁ ନିଯୁକ୍ତି ହେବେ ।