fbpx

ମାର୍କେଟ ବିଲ୍ଡିଂ ଆନ୍ଦୋଳନକୁ ନେଇ BMC କମିଶନରଙ୍କ ପ୍ରତିକ୍ରିୟା: ୨/୩ଦିନ ମଧ୍ୟରେ ଖୋଲିବ ବଜାର

ଭୁବନେଶ୍ୱର: ମାର୍କେଟ ବିଲ୍ଡିଂ ବିବାଦକୁ ନେଇ ସହରବାସୀ ଏବଂ ବ୍ୟବସାୟୀ ଅସୁବିଧାରେ ପଡିଛନ୍ତି । ଉଠା ଦୋକାନୀକୁ ନେଇ ଚାଲିଥିବା ଆନ୍ଦୋଳନରେ ବର୍ତ୍ତମାନ ବିଏମସି କମିଶନରଙ୍କ ପ୍ରତିକ୍ରିୟା ମିଳିବା ଖବର ସାମ୍ନାକୁ ଆସିଛି । ଦୁଇ-ତିନି ମଧ୍ୟରେ ମାର୍କେଟ ବିଲ୍ଡିଂ ବିବାଦ ସମାଧାନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି ।

ସୂଚନା ଅନ୍ୟୁାୟୀ, ଉଠା ଦୋକାନୀକୁ ନେଇ ବାଲୁଙ୍କେଶ୍ୱର କ୍ଷୁଦ୍ର ବ୍ୟବସାୟୀ ସଂଘ ଦାବି କରିଛି ଯେ, ବିଏମସି ସର୍ଭେରେ ଷ୍ଟ୍ରିଟ୍ ଭେଣ୍ଡର ଭାବେ ଚିହ୍ନଟ ହୋଇଥିବା ବ୍ୟବସାୟୀଙ୍କୁ ମାର୍କେଟ ବିଲ୍ଡିଂ ଭିତରେ ବ୍ୟବସାୟ ପାଇଁ ସୁଯୋଗ ମିଳୁ । ଯଦି ଦାବି ପୂରଣ ନ ହୁଏ ତେବେ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ନିଖିଳ ଓଡ଼ିଶା ଷ୍ଟ୍ରିଟ ଭେଣ୍ଡର ସଂଘ । ତେଣୁ ଏନେଇ ଏବେ ବିଏମସି କମିଶନରଙ୍କ ପ୍ରତିକ୍ରିୟା ମିଳିଛି । ଉଠା ଦୋକାନୀଙ୍କୁ ଥଇଥାନ କରିବା ଲାଗି ଜାଗା ଚିହ୍ନଟ ଚାଲିଛି ।

GA ବିଭାଗ ସହ କଥାହୋଇ ଟିମ୍ ଜାଗା ଚିହ୍ନଟ କାମରେ ଲାଗିଛନ୍ତି । ଷ୍ଟ୍ରିଟ୍ ଭେଣ୍ଡର ଆଇନ ଅନୁସାରେ ଉଠା ଦୋକାନୀଙ୍କୁ ଥଇଥାନ କରାଯିବ । ଥଇଥାନ ପରେ ଦୁଇ ଗୋଷ୍ଠୀ ସହ ଆଲୋଚନା କରାଯିବ ବୋଲି କମିଶନର କହିଛନ୍ତି । ଅନେକ ଦିନ ଧରି ଏହି ବିବାଦ ଚାଲିଥିବା ହେତୁ ବ୍ୟବସାୟୀ ଏବଂ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହାକୁ ତୁରନ୍ତ ୨ ରୁ ୩ଦିନ ମଧ୍ୟରେ ସମାଧାନ କରାଯିବ ବୋଲି ବିଏମସି କମିଶନରଙ୍କ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.