fbpx
BSKY SKY
BSKY SKY

ଲୋକପ୍ରିୟ ଅଭିନେତାଙ୍କ ଦେହାନ୍ତ: ୮୮ ବୟସରେ ଜୟନ୍ତ ସାୱରକରଙ୍କ ମୃତ୍ୟୁ

BSKY

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଜୟନ୍ତ ସାୱରକର ଆଜି ନିଧନ ଘଟିଯାଇଛି । ୮୮ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଏହି ଲୋକପ୍ରିୟ ଅଭିନେତା । ୧୦-୧୫ ଦିନ ତଳେ ନିମ୍ନ ରକ୍ତଚାପ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଜୟନ୍ତ ସାୱରକର । କିନ୍ତୁ ଗତକାଲି ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଯିବାରୁ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା । ତେବେ ଆଜି ସକାଳେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ଜୟନ୍ତ ସାୱରକର ।

ମରାଠୀ ଥିଏଟର, ଫିଲ୍ମ ଏବଂ ବଲିଉଡରେ ନିଜର ଦମଦାର ଅଭିନୟରେ ଲୋକପ୍ରିୟ ହାସଲ କରିଥିବା ଜୟନ୍ତ ସାୱରକର ଆଜି ସାରା ଦୁନିଆରୁ ବିଦା ନେଇଛନ୍ତି । ୧୯୩୬ ମେ’ ୩ ତାରିଖରେ ଗୁହାଗାରରେ ଜନ୍ମଗ୍ରହଣ କରିଥିଲେ ଜୟନ୍ତ । ତେବେ ୧୯୫୫ରେ ଜୟନ୍ତ ସାୱରକର ଜୁନିୟର ଆର୍ଟିଷ୍ଟ ଭାବରେ ସିନେମାରେ କାମ କରିବା ଆରମ୍ଭ କରିଥିଲେ । ଏହାପରେ ମରାଠୀ ଷ୍ଟେଜ ଏବଂ ସିନେ ଦୁନିଆରେ ମଧ୍ୟ ପାଦ ଥାପିଥିଲେ । ୧୦୦ରୁ ଅଧିକ ଷ୍ଟେଜ ଏବଂ ୫୦ରୁ ଅଧିକ ସିନେମାରେ କାମ କରିଥିବା ଜୟନ୍ତ ସାୱରକର ୭୩ ବର୍ଷ ବୟସ ପର୍ଯ୍ୟନ୍ତ ସିନେମା ଜଗତରେ ଆକ୍ଟିଭ ରହିଥିଲେ ।

ଜୟନ୍ତ ସାୱରକର ଅନେକ ବଲିଉଡରେ ମଧ୍ୟ କାମ କରିଛନ୍ତି । ଏଥିମଧ୍ୟରେ ଲୋକପ୍ରିୟ ଆକ୍ସନ ଡିରେକ୍ଟର ରୋହିତ ଶେଟ୍ଟୀଙ୍କ ‘ସିଂଘମ’ ମଧ୍ୟ ସାମିଲ ରହିଛି । ଜୟନ୍ତ ସାୱରକର ପ୍ରାୟ ୩୦ ହିନ୍ଦୀ ସିନେମାରେ କାମ କରିଛନ୍ତି । ଜୟନ୍ତ ସାୱରକରଙ୍କୁ ଚଳିତବର୍ଷ ମେ’ ମାସ ଅମ୍ବରନାଥ ମରାଠୀ ଫିଲ୍ମ ଫେଷ୍ଟିଭାଲରେ ଜୀବନ ଗୌରବ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ୧୦୦ରୁ ଅଧିକ ନାଟକରେ କାମ କରି ସାରିଥିବା ଅଭିନେତା ଜୟନ୍ତ ସାୱରକର ହରି ଓମ୍ ବିଟ୍ଟଲ, ଗଡ଼ବଡ଼ ଗୋନ୍ଧନ, ୬୬ ସଦାଶିବ, ଯୁଗପୁରୁଷ, ବାସ୍ତବ ଏବଂ ସିଂଘମ ଇତ୍ୟାଦି ଫିଲ୍ମ ପାଇଁ ଲୋକପ୍ରିୟତା ହାସଲ କରିଛନ୍ତି ।

Get real time updates directly on you device, subscribe now.