fbpx

ହଠାତ୍ ଆକାଶରୁ ବୃଷ୍ଟି ହେଲା ବଜ୍ରପାତ: ବିଜୁଳି ଆଘାତରେ ରାଜ୍ୟରେ ୫ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଅଚାନକ ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । ମୂସଳ ଧାରାରେ ବର୍ଷା ସହିତ ଆକାଶରେ ପ୍ରବଳ ବଜ୍ରପାତ ଦେଖିବାକୁ ମିଳିଛି । ତେବେ ଓଡ଼ିଶାର ବିଭିନ୍ନ ସ୍ଥାନରେ ମାରାତ୍ମକ ହୋଇଛି ଏହି ବଜ୍ରପାତ । ବିଜୁଳି ଆଘାତରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବଜ୍ରାଘାତରେ ପ୍ରାଣ ହରାଇଥିବା ଏହି ୫ ଜଣଙ୍କ ମଧ୍ୟରେ ଜଣେ ନାବାଳିକା ମଧ୍ୟ ରହିଛନ୍ତି ।

ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ ପ୍ରବଳ ବର୍ଷା ସାଙ୍ଗକୁ ହୋଇଥିବା ଭାରୀ ବଜ୍ରପାତ ଓଡ଼ିଶା ପାଇଁ କାଳ ସାଜିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ୫ ଜଣ ଏହାର ଶୀକାର ହୋଇ ମୃତ୍ୟୁବରଣ କରିଛନ୍ତି । ବଣାଇ ଘୋଷା ଗାଁରେ ଚାଷ କାମ କରୁଥିବା ବେଳେ ଜଣେ ନାବାଳିକା ବଜ୍ରପାତରେ ପ୍ରାଣ ହରାଇଛି । ସେହିପରି ଆନନ୍ଦପୁର ହାଟଡିହିରେ ମଧ୍ୟ ବିଲ କାମ କରୁଥିବା ବେଳେ ଜଣେ ଚାଷୀଙ୍କୁ ବଜ୍ରାଘାତ ହୋଇଛି । ଫଳରେ ସେ ମଧ୍ୟ ପ୍ରାଣ ହରାଇଛନ୍ତି । ଏହାବ୍ୟତୀତ ଚିଲିକା ମଝି କଳିଯୁଗେଶ୍ୱର ପାହାଡ଼ ନିକଟରେ ବାପ-ପୁଅ ଉଭୟଙ୍କର ମୃତ୍ୟୁ ଘଟିଛି । ଏହି ଦୁଇ ଜଣଙ୍କ ମୃତ୍ୟୁ ମଧ୍ୟ ବଜ୍ରପାତ ଯୋଗୁଁ ହୋଇଛି ବୋଲି ଜାଣିବାକୁ ମିଳିଛି । ତେବେ ଭୟଙ୍କର ବଜ୍ରପାତରେ ରାଜ୍ୟର ଅନ୍ୟ କିଛି ଜିଲ୍ଲା ପ୍ରଭାବିତ ହୋଇଥିବା ନେଇ ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.