fbpx

ଆସିବନି ‘ବାହୁବଳୀ-୩’! ବଲିଉଡରୁ ବିଦାୟ ନେବାକୁ ନିଷ୍ପତ୍ତି ନେଲେ ପ୍ରଭାସ

ମୁମ୍ବାଇ: ‘ବାହୁବଳୀ’ ଏବଂ ‘ବାହୁବଳୀ-୨’ ଭଳି ବ୍ଲକବଷ୍ଟର ସିନେମା ଭେଟି ଦେବା ପରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ସୁପରଷ୍ଟାର ପ୍ରଭାସ । ‘ଆଦିପୁରୁଷ’କୁ ନେଇ ଅନେକ ଆଶାବାଦୀ ଥିବା ବେଳେ ଏହି ସିନେମା ସମ୍ପୂର୍ଣ୍ଣ ଭାବରେ ଫ୍ଲପ ସାବ୍ୟସ୍ତ ହୋଇଛି । ଏହାପରେ ପ୍ରଭାସ ବଲିଉଡ ସିନେମାରୁ ଦୂରେଇ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ଜାଣିବାକୁ ମିଳିଛି । ଏହାସହିତ ସାଉଥ ସିନେମାରେ ଅଧିକ ଧ୍ୟାନ ଦେବା ପାଇଁ ସେ ସ୍ଥିର କରିଛନ୍ତି । ପ୍ରଭାସଙ୍କର ଏହି ନିଷ୍ପତ୍ତି ତାଙ୍କ ପ୍ରଶଂସକମାନଙ୍କୁ ଶକ୍ତ ଝଟକା ଦେଇଛି ।

ମିଳିଥିବା ରିପୋର୍ଟ ଅନୁସାରେ, ବଲିଉଡରେ ନିକଟରେ ରିଲିଜ ହୋଇଥିବା ‘ପଠାନ’ ଭଳି ସୁପର ହିଟ ସିନେମାର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ସହ କାମ କରିବା ପାଇଁ ମନା କରି ଦେଇଛନ୍ତି ପ୍ରଭାସ । ଆଗାମୀ ପ୍ରୋଜେକ୍ଟ ପାଇଁ ସିଦ୍ଧାର୍ଥ ପ୍ରଭାସଙ୍କୁ ଅଫର କରିଥିବା ବେଳେ ସେ ଏହାକୁ ମନା କରିଛନ୍ତି । ଓମ୍ ରାଉତଙ୍କ ନିର୍ଦ୍ଦେଶନାରେ ମିଳିଥିବା ଅସଫଳତା ପରେ ପ୍ରଭାସ ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । ଏହାସହିତ ନିକଟ ଭବିଷ୍ୟତରେ ସେ କୌଣସି ବଲିଉଡ ଫିଲ୍ମ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ଏପରିକି ସେ ବଲିଉଡ ସିନେମାର କୌଣସି ସ୍କ୍ରିପ୍ଟ ଶୁଣିବାକୁ ମଧ୍ୟ ରାଜି ନାହାନ୍ତି । ବର୍ତ୍ତମାନ ସେ ନିଜର ସମ୍ପୂର୍ଣ୍ଣ ଫୋକସ କେବଳ ତେଲୁଗୁ ସିନେମା ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି ପ୍ରଭାସ ।

ସୂଚନା ଥାଉ କି, ପ୍ରଭାସ ‘ଆଦିପୁରୁଷ’ ସିନେମା ରିଲିଜ ପୂର୍ବରୁ ସିଦ୍ଧାର୍ଥଙ୍କ ସହ କାମ କରିବା ପାଇଁ ସହମତି ଦେଇଥିଲେ । ଏହାର ଘୋଷଣା ହୋଇ ନଥିଲେ ମଧ୍ୟ ଏହା ଏକ ଆକ୍ସନ ସିନେମା ବୋଲି କୁହାଯାଉଥିଲା । କିନ୍ତୁ ବର୍ତ୍ତମାନ ସ୍ଥିତି ବଦଳି ଯାଇଛି, ଏବଂ ପ୍ରଭାସ ଏହି ସିନେମାରୁ ମୁହଁ ଫେରାଇ ନେଇଛନ୍ତି । ଆଦିପୁରୁଷରେ ଫେଳ ହେବା ପରେ ଆଗାମୀ ଚଳଚ୍ଚିତ୍ର ‘ସାଲାର’ ପ୍ରଭାସ ଦମଦାର କମବ୍ୟାକ କରିବେ ବୋଲି ଆଶା କରାଯାଉଛି । ଏହାପରେ ‘ପ୍ରୋଜେକ୍ଟ କଳକୀ’ ମଧ୍ୟ ପ୍ରଭାସଙ୍କ କ୍ୟାରିୟରରେ ଟର୍ଣ୍ଣିଂ ପଏଣ୍ଟ ଆଣିପାରେ ବୋଲି କୁହାଯାଉଛି ।

Get real time updates directly on you device, subscribe now.