fbpx

ରାହୁଲଙ୍କ ‘ରେପ୍ ଇନ୍ ଇଣ୍ଡିଆ’ ବୟାନକୁ ନେଇ ହଙ୍ଗାମା

ନୂଆଦିଲ୍ଲୀ,୧୩ ।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ରେପ୍ ଇନ୍ ଇଣ୍ଡିଆ’ ବୟାନକୁ ନେଇ ଆଜି ଲୋକସଭାରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି । ରାହୁଲଙ୍କ ଏହି ବିବାଦୀୟ ବୟାନ ବିରୋଧରେ ଗୃହରେ ହୋହଲ୍ଲା କରିଥିଲେ ବିଜେପି ମହିଳା ସାଂସଦ । ଏହି ବୟାନ ପାଇଁ ରାହୁଲ ଗାନ୍ଧୀ ଭୁଲ ମାଗନ୍ତୁ ବୋଲି ସେମାନେ ଦାବି କରିଛନ୍ତି । ଏହା ସହ ରାହୁଲଙ୍କ ବିରୋଧରେ ବାଚସ୍ପତି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ତେବେ ଝାଡଖଣ୍ଡର ନିର୍ବାଚନୀ ରାଲିରେ ଭାରତ ରାହୁଲ କହିଥିଲେ ଯେ, ‘ଭାରତ ହେଉଛି ଦୁଷ୍କର୍ମର ରାଜଧାନୀ ।’ ରାହୁଲଙ୍କ ବୟାନକୁ ନିନ୍ଦନୀୟ କହିବା ସହ ଭୁଲ ମାଗନ୍ତୁ ବୋଲି ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଏଆ ସହ ଦେଶର ମହିଳାଙ୍କୁ ରାହୁଲ ଅପମାନ କରିଛନ୍ତି ବୋଲି ସ୍ମୃତି କହିଛନ୍ତି ।

Get real time updates directly on you device, subscribe now.