fbpx

ରାଜନୀତିରେ ବଢିବ ଯୁବ ନେତୃତ୍ୱଙ୍କ ସଂଖ୍ୟା, ବିଧାନସଭା ନିର୍ବାଚନ ଲଢିବା ପାଇଁ ନ୍ୟୁନତମ ଆୟୁ ୨୫ ବର୍ଷରୁ ହ୍ରାସ ପାଇ ହେବ ୧୮

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଲଢିବାର ବୟସକୁ ନେଇ ବଡ ଖବର ଆସିଛି । ଏକ ସଂସଦୀୟ ପ୍ୟାନେଲ ଶୁକ୍ରବାର ବିଧାନସଭା ନିର୍ବାଚନ ଲଢିବା ପାଇଁ ନ୍ୟୁନତମ ବୟସରେ ପରିବର୍ତ୍ତନ ଲାଗି ସୁପାରିସ କରିଛନ୍ତି । ସଂସଦୀୟ ପ୍ୟାନେଲ ଅନୁସାରେ ବିଧାନସଭା ନିର୍ବାଚନ ଲଢିବା ପାଇଁ ନ୍ୟୁନତମ ଆୟୁ ୨୫ ବର୍ଷରୁ କମ୍ କରି ୧୮ ବର୍ଷ କରାଯାଇ ପାରିବ । ଏହା ପଛରେ ସଂସଦୀୟ ପ୍ୟାନେଲର ଯୁକ୍ତି ରହିଛି ଯେ, ଏହାଦ୍ୱାରା ନୀତିଗତ ତର୍କ ଲାଗି ପରିସର ବୃଦ୍ଧି ପାଇବ ଓ ରାଜନୈତିକ ପ୍ରକ୍ରିିୟା ଉପରେ ଭରସା ବୃଦ୍ଧି ପାଇବ ।

ଏକ ରିପୋର୍ଟ ଅନୁସାରେ ବିଜେପି ସାଂସଦ ସୁଶୀଲ କୁମାର ମୋଦୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସଭାରେ କାର୍ମିକ, ଜନ ଅଭିଯୋଗ, ଆଇନ ଓ ନ୍ୟାୟ ଉପରେ ସଂସଦୀୟ ସ୍ଥାୟୀ କମିଟି ନିର୍ବାଚନ ପ୍ରକ୍ରିୟାର ବିଭିନ୍ନ ଦିଗ ଓ ଏଥିରେ ସୁଧାର ଉପରେ ନିଜର ରିପୋର୍ଟ ଉପସ୍ଥାପନ କରିଛନ୍ତି । କମିଟି ପକ୍ଷରୁ କୁହାଯାଇଛି ନିର୍ବାଚନରେ ଆଶାୟୀ ପ୍ରାର୍ଥୀଙ୍କ ବୟସ କମ୍ କରିବା ଦ୍ୱାରା ଗଣତନ୍ତ୍ରରେ ଯୁବକଙ୍କୁ ସାମିଲ ହେବାର ସମାନ ସୁଯୋଗ ମିଳିପାରିବ । ଏହା ପଛରେ ଉଦ୍ଦେଶ୍ୟ ରହିଛି ଯୁବକଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ରାଜନୈତିକ ଚେତନା, ଯୁବ ପ୍ରତିନିଧିତ୍ୱରୁ ଲାଭ, ବିଶ୍ୱ ସ୍ତରରେ ପ୍ରଚଳିତ ଚଳଣୀକୁ ଆଧାର ଭାବରେ ଗ୍ରହଣ କରାଯାଇଛି ।

ରିପୋର୍ଟରେ କୁହାଯାଇଛି ରାଜନୈତିକ ଦଳ ଅତୀତରେ ସାର୍ବଜନିକ ପଦ ଲାଗି ଅନୁଭବୀ ପ୍ରାର୍ଥୀଙ୍କୁ ପ୍ରାଥମିକତା ଦେଉଥିଲେ । ଅନୁଭବରେ ଅଭାବ କାରଣରୁ ଯୁବ ପ୍ରାର୍ଥୀଙ୍କୁ ଖାରଜ କରିଦିଆଯାଉଥିଲା । କିନ୍ତୁ ଏବେ ପରିସ୍ଥିତି ବଦଳିଛି । ଏକବିଂଶ ଶତାବ୍ଦୀରେ ଶିକ୍ଷା, ବୈଶୀକରଣ, ଡିଜିଟାଲାଇଜେସନ ଆଦି କାରଣରୁ ସମସ୍ତ ଦେଶରେ ଯୁବ କାର୍ଯ୍ୟକର୍ତ୍ତାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କମିଟି କହିଛି ବିଶ୍ୱ ସ୍ତରରେ ବିଭିନ୍ନ ସର୍ବେକ୍ଷଣରୁ ଏହା ଜଣାପଡିଛି ଯେ, ଯୁବଗୋଷ୍ଠୀଙ୍କ ମଧ୍ୟରେ ରାଜନୀତିକୁ ନେଇ ବିଶେଷ ଉତ୍ସାହ ଓ ଜରୁରୀ ଜ୍ଞାନ ବି ରହିଛି । ସମିତିର ଏହି ପ୍ରସ୍ତାବକୁ ଆପ ଓ ସିପିଏମ୍ ପରି ରାଜୈତକି ଦଳ ମଧ୍ୟ ସମର୍ଥନ କରିଛନ୍ତି ।

Get real time updates directly on you device, subscribe now.