fbpx

ରାଜଧାନୀରେ ଡରାଉଛି ଡେଙ୍ଗୁ : ୨୪ ଘଣ୍ଟାରେ ୫୨ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ଜାନୁଆରୀ ଠାରୁ ଏବେ ପର୍ଯ୍ୟନ୍ତ ୭୬୮ ଜଣ ଆକ୍ରଅନ୍ତ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୫୨ ଜଣ ଆକ୍ରାନ୍ତ ହୋଇଛନ୍ତି । ଏନେଇ ମେୟର ସୁଲୋଚନା ଦାସ ଏକ ଭିଡିଓ ମାଧ୍ୟମରେ ଲୋକଙ୍କୁ ଭୟଭୀତ ନହେବାକୁ ବାର୍ତ୍ତା ଦେଇଛନ୍ତି । ଏହା ବ୍ୟତୀତ ସେ ବିଏମସି ସହ ହାତ ମିଶାଇବା ପାଇଁ ପରାମର୍ଶ ଦେଇଛନ୍ତି । କହିଛନ୍ତି ଗୋଷ୍ଠୀ ସହଭାଗିତା ହିଁ ଭୁବନେଶ୍ୱରକୁ ଡେଙ୍ଗୁ ମୁକ୍ତ କରି ପାରିବ । ଏହା କହି ଗୁରୁବାର ଏବଂ ଶନିବାର ପାଳନ କରାଯାଉଥିବା ଡ୍ରାଏ ଡେ’ରେ ସାମିଲ ହେବା ପାଇଁ ଅନୁରୋଧ ମଧ୍ୟ କରିଛନ୍ତି ।

ସୂଚନା ଅନୁସାରେ, ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଥିବାରୁ ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ମଧ୍ୟ ବଢାଇ ଦିଆଯାଇଛି । ଏହି ୱାର୍ଡର ଶଯ୍ୟା ସଂଖ୍ୟା ୧୦ ରୁ ୭୦ କୁ ବୃଦ୍ଧି କରାଯାଇଛି । କୁହାଯାଉଛି ଯେ, ଦିନକୁ ୫୦ରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ବେଳେ ୨୧ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ରାଜଧାନୀରେ ପୂର୍ବବତ ନୟାପଲ୍ଲୀ ହଟସ୍ପଟ ରହିଥିବା ବେଳେ ୟୁନିଟ-୯, ଜୟଦେବ ବିହାର, ସତ୍ୟନଗର, ବରମୁଣ୍ଡା, ସହିଦନଗର, ପୁରୁଣା ଭୁବନେଶ୍ୱର, ପୋଖରୀପୁଟ, ସୁନ୍ଦରପଡା, ଜାଗମରା, ଖଣ୍ଡଗିରି, ଉଦୟଗିରିବିହାର, ୟୁନୁଟ-୩ ଆଦି ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

Get real time updates directly on you device, subscribe now.