fbpx

‘ମୋ ଜଙ୍ଗଲ ଜମି ଯୋଜନା’ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ : ସାଢ଼େ ୪ ଲକ୍ଷ ପରିବାରଙ୍କୁ ମିଳିବ ଜମି ଅଧିକାର

ଭୁବନେଶ୍ୱର: ଅନ୍ତର୍ଜାତୀୟ ଦେଶଜ ଅଧିବାସୀ ଦିବସ ଅବସରରେ ଆଜି ଭୁବନେଶ୍ୱର ଲୋକସେବା ଭବନର ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ଜଙ୍ଗଲ ଜମି ଯୋଜନା’ର ଲୋକାର୍ପଣ କରିଛନ୍ତି । ଏଥିରେ ୪ ଲକ୍ଷ ୫୦ ହଜାର ପରିବାରକୁ ୬ ଲକ୍ଷ ୭୦ ହଜାର ଏକର ଜମି ଉପରେ ଅଧିକାର ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ସେହିପରି ୩ ଲକ୍ଷ ୫୦ ହଜାର ଜଙ୍ଗଲ ଅଧିକାର ସତ୍ତ୍ୱ ସରକାରୀ ରେକର୍ଡରେ ସଂଶୋଧିତ ହେବ ବୋଲି ଜଣାପଡ଼ିଛି ।

୩ ଲକ୍ଷ ୫୦ ହଜାର ବ୍ୟକ୍ତିଗତ ଜଙ୍ଗଲ ଅଧିକାର ପାଇଥିବା ଜନଜାତି ପରିବାର ବିଭିନ୍ନ ଜୀବନଜୀବିକା ନିଶ୍ଚିତ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଏହି ଯୋଜନାରେ ଜନଜାତିଙ୍କ ବୌଦ୍ଧିକ ସମ୍ପତ୍ତିର ସୁରକ୍ଷା, ସମସ୍ତ ଯୋଗ୍ୟ ବ୍ୟକ୍ତିଗତ ତଥା ଗୋଷ୍ଠୀଗତ ଜଙ୍ଗଲ ଅଧିକାରକୁ ସୁନିଶ୍ଚିତ କରିବା, ଜଙ୍ଗଲର ଜୈବବିବିଧତାର ସଂରକ୍ଷଣ, ଜୀବନ ଜୀବିକା ପ୍ରଣାଳୀରେ ସ୍ଥାୟିତ୍ୱ ରକ୍ଷା ସହ ଜଳବାୟୁର ପରିବର୍ତ୍ତନ ହ୍ରାସ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.