fbpx

(Video) ମୋତେ ଟିକେ ଛାଡ଼ ଲୋ ମୁଁ ମୋ ସ୍ୱାମୀଙ୍କୁ ଦେଖିବି: ମୋ ଧନକୁ ମୁଁ ଟିକେ ମନଭରି ଗେଲ କରିବି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଗଷ୍ଟ ମାସ ୧୧ ତାରିଖ ସାରା ଓଡ଼ିଶାବାସୀଙ୍କ ପାଇଁ ସତେ ଯେମିତି ଥିଲା ଏକ ଅଶୁଭ ଦିନ । ଏହି ଦିନ ଆମର ବୀର ଓଡ଼ିଆ ସିଆରପିଏଫ ଯବାନ ନକ୍ସଲଙ୍କ ଆକ୍ରମଣରେ ପ୍ରାଣବଳୀ ଦେଇଥିଲେ । କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ପୌରାଞ୍ଚଳର ୪ ନମ୍ବର ୱାର୍ଡର ବାସିନ୍ଦା ସୁଶାନ୍ତ ଖୁଣ୍ଟିଆ ଦେଶ ପାଇଁ ସହିଦ ହେବା ସମସ୍ତଙ୍କୁ ଯେତିକି ଦୁଃଖ ଦେଇଛି ତାଙ୍କର ପରିବାରର ଦୁଃଖ କାହାଣୀ ଶୁଣିଲେ ପାଦ ତଳୁ ମାଟି ଖସି ଯାଉଛି ।

ଝାଡ଼ଖଣ୍ଡର ଚାଇବସାରେ ନକ୍ସଲଙ୍କ ଆକ୍ରମଣରେ ଓଡ଼ିଆ ପୁଅ ସୁଶାନ୍ତ ସହିଦ ହୋଇଥିଲେ । ପୂର୍ବରୁ ସୁଶାନ୍ତଙ୍କ ବାପା ଓ ଦୁଇ ଭାଇ ଆରପାରିକୁ ଚାଲିଯାଇଥିବା ବେଳେ ଏବେ ସୁଶାନ୍ତ ସହିଦ ହେବା ପରେ ତାଙ୍କର ପରିବାର ପୁରୁଷ ଶୂନ୍ୟ ହୋଇ ଯାଇଛି । ଏହା ମଧ୍ୟରେ ସହିଦଙ୍କ ମରଶରୀର ତାଙ୍କର ଜନ୍ମମାଟି ଆନନ୍ଦପୁରକୁ ଅଣାଯାଇଥିବା ବେଳେ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ‘ସହିଦ ସୁଶାନ୍ତ ଅମର ରହେ’ ଧ୍ୱନିରେ ଚତୁର୍ଦିଗ ପ୍ରକମ୍ପିତ ହୋଇପଡ଼ୁଥିଲା ।

ସୁଶାନ୍ତଙ୍କୁ ହରାଇ ଆଜି ମେଡିକାଲର ବେଡରେ ଚିକିତ୍ସିତ ହେଉଥିବା ରୋଗିଣା ମାଆର ଛାତି ଫାଟି ପଡ଼ୁଛି । ଅନ୍ୟପକ୍ଷରେ ମାତ୍ର ଦୁଇ ମାସ ତଳେ ବିବାହ କରି ସ୍ୱାମୀଙ୍କୁ ହରାଇଥିବା ଗୋଟିଏ ସ୍ତ୍ରୀର ଦୁଃଖ ଆଜି ବୁଝିବାକୁ କେହି ନାହାନ୍ତି । ସାତଜନମ ପାଇଁ ଏକାଠି ବାଟ ଚାଲିବାକୁ କଥା ଦେଇ ସୁଶାନ୍ତ ଅଧାବାଟରୁ ଚାଲିଯାଇଛନ୍ତି । ସୁଶାନ୍ତଙ୍କୁ ଝୁରିଝୁରି ଆଜି ତାଙ୍କର ନବବିବାହିତା ପତ୍ନୀ ବେହୋସ୍ ହୋଇଯାଉଛନ୍ତି । ଯିଏ ଯେତେ ବୁଝାଇଲେ ବି ତାଙ୍କର ଅବୁଝା ମନା ଜମା ବୁଝୁନାହିଁ । ନିଜର ସିନ୍ଦୁର ଲିଭି ଯାଇଥିଲେ ହେଁ ଜଣେ ସହିଦଙ୍କ ପତ୍ନୀ ଭାବେ ସେ ସୁଶାନ୍ତଙ୍କୁ ଅନ୍ତରରୁ ସାଲ୍ୟୁଟ୍ କରୁଛନ୍ତି ।

Get real time updates directly on you device, subscribe now.