fbpx

ଆଶ୍ରା ଫାଉଣ୍ଡେସନ ଓଡ଼ିଶା ପକ୍ଷରୁ ବସ୍ତି ପିଲାଙ୍କୁ ପୁଷ୍ଟିକର କିଟ୍ ବଣ୍ଟନ

ଭୁବନେଶ୍ୱର: ଗରିବ ପିଲାମାନଙ୍କ ବିକାଶ ପାଇଁ ଲଗାତାର ପ୍ରୟାସ ଜାରି ରଖିଛି ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆଶ୍ରା ଫାଉଣ୍ଡେସନ ଓଡ଼ିଶା । ଭୁବନେଶ୍ୱରର ଗ୍ୟାରେଜ ଛକ ନିକଟସ୍ଥ ରାଜାରାଣୀ ବସ୍ତିର ପିଲାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଆଗେଇ ନେବା ପାଇଁ ସଂସ୍ଥାର ସମସ୍ତ କର୍ମକର୍ତ୍ତା ପ୍ରଚେଷ୍ଟା କରୁଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ଆଜି ସଂଗଠନ ପକ୍ଷରୁ ସାପ୍ତାହିକ କିଟ୍ ବଣ୍ଟନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଗତ ୨ ବର୍ଷରୁ ଏପରି କାର୍ଯ୍ୟକ୍ରମ ଜାରି ରଖିଥିବା ସଂସ୍ଥା ପକ୍ଷରୁ ଏହା ୯୮ତମ କାର୍ଯ୍ୟକ୍ରମରେ ପହଞ୍ଚିଛି ।

ସୂଚନା ଅନୁସାରେ, ଆଶ୍ରା ଫାଉଣ୍ଡେସନର ଏହି ମହତ୍ କାର୍ଯ୍ୟକ୍ରମରେ ଆଜି ମୁଖ୍ୟ ଅତିଥି ଭାବରେ ସାମିଲ ହୋଇଛନ୍ତି IEEE ସ୍ମାର୍ଟ ଗାଁର ସଭାପତି ଡା. ରାଜନ କପୁର । ସୁଦୂର ଆମେରିକାରୁ ଆସି ବସ୍ତିର ପିଲାମାନଙ୍କୁ ଏବଂ ସଂଗଠନର ଯୁବ ସଦସ୍ୟମାନଙ୍କୁ ଡା. କପୁର ଉତ୍ସାହିତ ଜଣାଇଛନ୍ତି । ଏହାବ୍ୟତୀତ ନ୍ୟୁୟର୍କର ପ୍ରଖ୍ୟାତ OBGYN ସର୍ଜନ ଡା. ତାପ୍ତି ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଆଶ୍ରା ଫାଉଣ୍ଡେସନର ଏହି ବିକାଶମୂଳକ କାର୍ଯ୍ୟକ୍ରମରେ ଅତିଥିଙ୍କ ଉପସ୍ଥିତିରେ ବସ୍ତିର ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ପୁଡ଼ିଆ ବଣ୍ଟନ କରାଯାଇଛି । ପିଲାମାନଙ୍କୁ ପୁଷ୍ଟିକର କିଟ୍ ସହ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ପ୍ରଦାନ କରିଛନ୍ତି ସମ୍ମାନିତ ଅତିଥି । ଏହାବ୍ୟତୀତ ପିଲାମାନଙ୍କ ଶିକ୍ଷା କ୍ଷେତ୍ରରେ ମଧ୍ୟ ବିକାଶମୂଳକ କାର୍ଯ୍ୟ ଜାରି ରଖିଛନ୍ତି ‘ଆଶ୍ରା’ର ପ୍ରମୁଖ ସଦସ୍ୟ । ତେବେ ଆଶ୍ରା ଫାଉଣ୍ଡେସନ ଓଡ଼ିଶା ପକ୍ଷରୁ ହେଉଥିବା ଏହି ପ୍ରଚେଷ୍ଟାକୁ ଖୁବ ପ୍ରଶଂସା କରିଛନ୍ତି ଡା. କପୁର ଏବଂ ଡା. ପଣ୍ଡା । ସଂଗଠନର କାର୍ଯ୍ୟ, ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ପାଇଁ ଅତିଥିମାନେ ଧନ୍ୟବାଦ ଜ୍ଞାପନ କରିବା ସହ କର୍ମକର୍ତ୍ତାମାନଙ୍କୁ ଉତ୍ସାହିତ କରିଛନ୍ତି ।

Get real time updates directly on you device, subscribe now.