fbpx

ତ୍ରିରଙ୍ଗା ଶୋଭାଯାତ୍ରାକୁ ନେଇ ଉତ୍ତେଜନା, ଗେଟ୍ ବାହାରେ ତ୍ରିରଙ୍ଗା ଧରି ବସିଲେ ଛାତ୍ରଛାତ୍ରୀ

ଓଡିଶା ଭାସ୍କର: ଆଜି ସାରା ଦେଶ ପାଳୁଛି ସ୍ୱାଧୀନତାର ୭୭ତମ ବର୍ଷ । ପଲ୍ଲୀରୁ ଦିଲ୍ଲୀ ଯାଏଁ ସବୁଠି ଶୁଭୁଛି ଭାରତ ମାତାର ଜୟ ଗାନ । ଆଉ ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ହୋଇଛି ଦେଶର ପ୍ରତ୍ୟେକ ସ୍ଥାନ । ଜାତି, ଭେଦ ଭାବ, ଧନୀ ଓ ଗରିବ ସମସ୍ତେ ଗୋଟିଏ ପତାକା ତଳେ ହିଁ ରହି ଆମେ ଏକତାର ପରିଚୟ ଦେଉଛେ । ଯାହାକୁ ନେଇ ସାରା ବିଶ୍ୱକୁ ଭାରତ ମାତା ଜଣାଉଛି ତାର ଅଖଣ୍ଡତାର ପରିଚୟ ବିଷୟରେ । କିନ୍ତୁ ଏହାରି ଭିତରେ ବିଜେବି କଲେଜରେ ତ୍ରିରଙ୍ଗା ଶୋଭାଯାତ୍ରାକୁ ନେଇ ପାଟିତୁଣ୍ଡ ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ତ୍ରିରଙ୍ଗା ଶୋଭାଯାତ୍ରାକୁ ନେଇ ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମୁହାମୁହିଁ ହୋଇଥିଲେ । ତ୍ରିରଙ୍ଗା ନେଇ ଗୋଟିଏ ଗୋଷ୍ଠୀ ଛାତ୍ର କଲେଜ କ୍ୟାମ୍ପସ ଭିତରକୁ ଯିବା ବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ କଲେଜ ସିକ୍ୟୁରିଟିକୁ କହି କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଗେଟ୍ ବାହାରେ ତ୍ରିରଙ୍ଗା ଧରି ଗୋଟିଏ ଗୋଷ୍ଠୀ ଧାରଣାରେ ବସିଥିବାର ଦେଖିବାକୁ ମିଳିଥିଲା ।

ଏହି ଉତ୍ତେଜନାକୁ ନେଇ ଘଟଣା ସ୍ଥଳରେ ପୋଲିସ ମଧ୍ୟ ମୁତୟନ ହୋଇଥିଲେ । ଅନ୍ୟପଟେ କଲେଜ ଅଧକ୍ଷ କହିଛନ୍ତି କଲେଜ ସମୟ ଭିତରେ ଛାତ୍ର ଛାତ୍ରୀ ସେଲିବ୍ରେସନ ପାଇଁ ଆସିନାହାଁନ୍ତି, ତେଣୁ ଫାଟକ ବନ୍ଦ ରହିଛି । ସେପଟେ ଛାତ୍ର ଛାତ୍ରୀ କହିଛନ୍ତି ସବୁଦିନ କଲେଜ ଗେଟ ରାତି ୧୦ ପର୍ୟ୍ୟନ୍ତ ଖୋଲା ରହୁଛି, ପିଲାମାନଙ୍କ ଜନ୍ମଦିନ ସେଲିବ୍ରେସନ ହେଉଛି, କିନ୍ତୁ ଭାରତ ମାତାଙ୍କ ପାଇଁ ସେଲିବ୍ରେସନ ଗେଟ ବନ୍ଦ ରହୁଛି । ତେବେ ଏହି ଘଟଣାରେ ସେଭଳି କୌଣସି ସ୍ପଷ୍ଟତା ଦେଖିବାକୁ ମିଳିନାହିଁ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆପୋଷ ବୁଝାବଣା ପାଇଁ କଲେଜ ପକ୍ଷରୁ ଚେଷ୍ଟା କରାଯାଇଛି ।

Get real time updates directly on you device, subscribe now.