fbpx

ଆମେରିକାର ଟାଇମ୍ସ ସ୍କୋୟାରରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଚକ୍ର ପ୍ରତିମୁର୍ତ୍ତି ଉନ୍ମୋଚନ କଲେ ବିକାଶ ଖାନ୍ନା

ନୂଆଦିଲ୍ଲୀ: ଭାରତର ସ୍ୱାଧୀନତା ଦିବସରେ ପ୍ରସିଦ୍ଧ ସେଫ୍ ବିକାଶ ଖାନ୍ନା ଆମେରିକାର ନ୍ୟୁୟର୍କରେ ଥିବା ଟାଇମ୍ସ ସ୍କୋୟାରରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଚକ୍ର ପ୍ରତିମୁର୍ତ୍ତି ଉନ୍ମୋଚନ କରିଛନ୍ତି । ଏହି ଅବସରରେ ନ୍ୟୁୟର୍କଠାରେ ଥିବା ଭାରତୀୟ ଦୂତାବାସର ଅଧିକରୀ ରଣଧୀର ଜୈସ୍ୱାଲ ଉପସ୍ଥିତ ରହିଥିଲେ ଏବଂ ସେଠାରେ ଆୟୋଜିତ ସ୍ୱାଧୀନତା ଦିବସ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଅନେକ ଭାରତୀୟ ଏବଂ ଆମେରିକୀୟ ଯୋଗ ଦେଇଥିଲେ ।

ଓଡ଼ିଶା ଲଳିତତଗିରିର ଅନେକ କାରିଗର ଏହି ପ୍ରତିମୁର୍ତ୍ତିକୁ ସେମାନଙ୍କ ହାତରେ ନିର୍ମଣ କରିବା ପାଇଁ ମାସ ମାସ ଧରି କାର୍ଯ୍ୟ କରିଥିଲେ । ବିକାଶ ଖାନ୍ନା ସମୟର ଅନୁଭୂତିକୁ ବର୍ଣ୍ଣନା କରି ଟ୍ୱିଟ୍ କରି ଲେଖିଛନ୍ତି, ମୁଁ ସ୍ୱପ୍ନରେ ଚିନ୍ତା କରୁଥିବା ଦୃଶ୍ୟକୁ ରୂପ ଦେବା ପାଇଁ ଭାରତର ୫ ଜଣ କାରିଗର ଦିନ ରାତି ୫ ମାସ କାର୍ଯ୍ୟ କରି ଏହାକୁ ସମ୍ପାଦନ କରିଛନ୍ତି । ଏହା ନିଶ୍ଚିତ ଭାବେ ଏକ ବଡ଼ ଉପଲବ୍ଧି ବୋଲି ସେ କହିଛନ୍ତି ।

 

ଆଗାମୀ ଦିନରେ ନ୍ୟୁୟର୍କ ସିଟି ରେଷ୍ଟୁରାଣ୍ଟରେ ୨୦୨୪ରେ ଏହି ପ୍ରତିମୁର୍ତ୍ତିରେ ଭାରତ ଏବଂ ଆମେରିକା ମଧ୍ୟରେ ବନ୍ଧୁତାର ନିଦର୍ଶନ ମଧ୍ୟ ପ୍ରତିଫଳିତ କରିବ । ବିକାଶ ଖାନ୍ନା ଏହା ମଧ୍ୟ କହିଛନ୍ତି ଯେ, ଓଡ଼ିଶାର ବିଖ୍ୟାତ ବାଲୁକା ଶିଳ୍ପି ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ବେଶ ଅନୁପ୍ରାଣୀତ ।

Get real time updates directly on you device, subscribe now.