fbpx

‘ମୃତ ବ୍ୟକ୍ତି’ଙ୍କ ଚିକିତ୍ସାରେ ଖର୍ଚ୍ଚ ହୋଇଛି ୭ କୋଟି ଟଙ୍କା! ‘ଆୟୁଷ୍ମାନ ଭାରତ ଯୋଜନା’କୁ ନେଇ ଆଶ୍ଚର୍ଯ୍ୟକର ରିପୋର୍ଟ

ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ଭାରତର ନିୟନ୍ତ୍ରକ ଏବଂ ମହାଲେଖା ପରୀକ୍ଷକଙ୍କ ତରଫରୁ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ ପାଇଛି । ଯାହାକୁ ନେଇ ସରକାରଙ୍କର ଏହି ଯୋଜନା ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ରିପୋର୍ଟରୁ ଜାଣିବାକୁ ମିଳିଛି ଯେ, ଏହି ଯୋଜନାରେ କିଛି ମୃତକଙ୍କ ଚିକିତ୍ସା କରିବା ପାଇଁ ମୋଟ ୬.୯୭ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ରିପୋର୍ଟରେ ସମସ୍ତ ବ୍ୟକ୍ତିଙ୍କୁ ମୃତ ବୋଲି ଦର୍ଶାଯାଇଛି । ତେବେ ଏହି ରିପୋର୍ଟ ବର୍ତ୍ତମାନ ସରକାରଙ୍କ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

୨୦୧୮ ମସିହାରେ ଆରମ୍ଭ ହୋଇଥିବା ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆରମ୍ଭ କରିଥିଲେ ସରକାର । ଗରିବ ଶ୍ରେଣୀର ଲୋକମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଏହି ଯୋଜନାର ମୂଳ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ରହିଥିଲା । କିନ୍ତୁ ବର୍ତ୍ତମାନ ଏହି ଯୋଜନାକୁ ନେଇ ଏବେ ଏକ ବଡ଼ ଖୁଲାସା ହୋଇଛି । ଯୋଜନାର ଡାଟାବେସ ଅଡିଟ ଆରମ୍ଭ ହେବାରୁ ଏଥଇରେ କିଛି ଅନିୟମିତତା ଦେଖିବାକୁ ମିଳିଛି । ପୂର୍ବରୁ ମୃତ ବୋଲି ଘୋଷଣା ହୋଇ ସାରିଥିବା ଅନେକ ଲୋକଙ୍କର ଚିକିତ୍ସା ଜାରି ରହିଥିବା ବେଳେ ଏଥିପାଇଁ ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଇଥିବା ଏହି ରିପୋର୍ଟରୁ ଜଣାଯାଇଛି । ଦେଶର ବିଭିନ୍ନ ମେଡିକାଲରେ ୩,୪୪୬ ମୃତ ବ୍ୟକ୍ତିଙ୍କ ପାଇଁ ପ୍ରାୟ ୬.୯୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କହୁଛି ରିପୋର୍ଟ ।

ତେବେ କେରଳରେ ଏଭଳି ରୋଗୀଙ୍କ ସଂଖ୍ୟା ସର୍ବାଧିକ ରହିଥିଲା । ଏଠାରେ ପୂର୍ବରୁ ମୃତ ଘୋଷିତ ହୋଇଥିବା ପ୍ରାୟ ୯୬୬ ଜଣ ରୋଗୀଙ୍କ ଚିକିତ୍ସା ବାବଦକୁ ୨,୬୦,୦୯,୭୨୩ ଟଙ୍କା ସ୍ପିଟାଲରେ ଖର୍ଚ୍ଚ ହୋଇଛି । ଏହାପରେ ମଧ୍ୟପ୍ରଦେଶରେ ଏହି ସଂଖ୍ୟା ୪୦୩ ଏବଂ ଛତିଶଗଡ଼ରେ ୩୬୫ଜଣ ଏଭଳି ରୋଗୀ ଅଛନ୍ତି । ଏମାନଙ୍କ ଖର୍ଚ୍ଚ ପାଇଁ ଆୟୁଷ୍ମାନ ଯୋଜନା ଅଧୀନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ତେବେ ଏହି ଯୋଜନାକୁ ନେଇ ପ୍ରସ୍ତୁତ ହୋଇଥିବା ଗାଇଡଲାଇନ ଅନୁସାରେ, ହସ୍ପିଟାଲରେ ଭର୍ତ୍ତି ଏବଂ ଡିସଚାର୍ଜ ହେବା ମଧ୍ୟରେ ମୃତ୍ୟୁ ହେଲେ ଅଡିଟ ପରେ ହସ୍ପିଟାଲକୁ ଏହି ଟଙ୍କା ଦେବାକୁ ପଡ଼ିବ ।

Get real time updates directly on you device, subscribe now.