ପ୍ରତି ୧୦ ଜଣଙ୍କ ମଧ୍ୟରୁ ଜଣେ କିଡନୀ ଷ୍ଟୋନର ଶିକାର ହୋଇଥାନ୍ତି: ଏହାର ଲକ୍ଷଣ କ’ଣ, ଷ୍ଟୋନ କିପରି ନଷ୍ଟ ହେବ

ନୂଆଦିଲ୍ଲୀ: କିଡନୀ ଷ୍ଟୋନ ଏକ ଭୟଙ୍କର ବିମାରୀ । ପ୍ରତି ୧୦ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ନିଜ ଜୀବନ କାଳ ମଧ୍ୟରେ କିଡୀନ ଷ୍ଟୋନର ଶିକାର ହୋଇଥାନ୍ତି । ତେବେ ଛୋଟ ପଥର ରହିଥିଲେ ତାହା ପରିସ୍ରା ମଧ୍ୟ ଦେଇ ବାହାରକୁ ବାହାରି ଯାଇଥାଏ । ମାତ୍ର ବଡ଼ ପଥର କ୍ଷେତ୍ରରେ ରୋଗୀ ଗମ୍ଭୀର ସମସ୍ୟା ଭୋଗିଥାଏ । ପରିସ୍ରା ଅଧିକ ଏସିଡିକ୍ ହେବା, କମ୍ ପାଣି ପିଇବା ଆଦି କାରଣରୁ ପିଠିର ତଳଭାଗ, ପେଟ, ମୂତ୍ରପଥରେ ଅତ୍ୟଧିକ ଯନ୍ତ୍ରଣା ହୋଇଥାଏ । କିଛି ଲୋକଙ୍କ ଠାରେ ଅତ୍ୟଧିକ ଝାଳ ବୋହିବା, ଥଣ୍ଡା ଲାଗିବା, ବାରମ୍ବାର ପରିସ୍ରା ଲାଗିବା ଆଦି ଲକ୍ଷଣ ମଧ୍ୟ ଦେଖାଦେଇଥାଏ ।

ଜଡ଼ିବୁଟିର ମଧ୍ୟ ବ୍ୟବହାର କରାଯାଇଥାଏ । ଏଥିସହିତ ଉଭୟ ମେଡିସିନ ଓ ସର୍ଜରୀର ମଧ୍ୟ ସହାୟତା ନେଇହେବ । ଦୈନିକ ୬-୮ ଗ୍ଲାସ ପାଣି ପିଇବା ଫଳରେ କିଡୀନରେ ଥିବା ଷ୍ଟୋନର ପ୍ରାକୃତିକ ରୂପ ନଷ୍ଟ ହେବା ସହ ତାହା ବାହାରକୁ ବାହାରି ଆସିଥାଏ । ଏଥିସହିତ ଡାଳିମ୍ବ ଜୁସ, ଲେମ୍ବୁ ପାଣି ପିଇଲେ ମଧ୍ୟ ଛୋଟ ପଥର ବାହାରି ଯାଇଥାଏ । ତୁଳସୀ ଚା’ ସେବନ କରିବା ଫଳରେ ପଥର ଜନିତ ଯନ୍ତ୍ରଣା କମ୍ ହେବା ସହିତ ତାହା ପଥରକୁ ନଷ୍ଟ କରିଦେଇଥାଏ ।

ଏଥିସହିତ ସେଓରେ ରହିଥିବା ସାଇଟ୍ରିକ ଏସିଡ କିଡନୀ ଷ୍ଟୋନକୁ ମିଳେଇବାରେ ସହାୟତା କରିଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି । ଖାଦ୍ୟରେ କ୍ଷୀର, ଦହି, ପନିର ସେବନ କଲେ କିଡନୀ ଷ୍ଟୋନର ସମ୍ଭାବନା କମ୍ ରହିଥାଏ । ଖାଦ୍ୟରେ ଗଡ଼ବଡ଼, ପରିବାର ଇତିହାସ, ଅଧିକ ଲୁଣ ସେବନ କରିବା ଫଳରେ କିଡନୀ ଷ୍ଟୋନ ଆଶଙ୍କା ବଢ଼ିଥାଏ । ଜୀବଜନ୍ତୁଙ୍କ ଠାରୁ ମିଳୁଥିବା ପ୍ରୋଟିନ ଜନିତ ଖାଦ୍ୟକୁ କମ୍ କରିବା ଦରକାର । ଏହା ବଦଳରେ ଫଳ, ପନିପରିବାକୁ ଖାଦ୍ୟରେ ସାମିଲ କଲେ ତାହା ପରିସ୍ରାରେ ଏସିଡିଟିର ମାତ୍ରାକୁ ହ୍ରାସ କରିବା ସହିତ ଷ୍ଟୋନ ସୃଷ୍ଟି ହେବାରୁ ରୋକିଥାଏ ।