fbpx
BJD SKY
BJD SKY

ଭାରତୀୟ ଅଡିଟ ଓ ଆକାଉଣ୍ଟସ୍ ବିଭାଗରେ ନିଯୁକ୍ତି: ୧୭୭୩ ଜଣ ସ୍ନାତକଙ୍କୁ ମିଳିବ ଚାକିରି

BJD

ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଭାରତୀୟ ଅଡିଟ ଓ ଆକାଉଣ୍ଟସ୍ ବିଭାଗ ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି ଜାରି କରାଯାଇଛି । ମୋଟ ୧୭୭୩ଟି ପଦ ପାଇଁ ପ୍ରାର୍ଥୀମାନେ ଆବେଦନ କରିପାରିବେ । ପ୍ରାର୍ଥୀଙ୍କୁ ଏଥିପାଇଁ ଗ୍ରାଜୁଏଟ ପାସ କରିବା ନିହାତି ଆବଶ୍ୟକ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଯୋଗ୍ୟ ପ୍ରାର୍ଥୀଙ୍କୁ ପ୍ରଶାସନିକ ସହାୟକ ପଦରେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀମାନେ ସେପ୍ଟେମ୍ବର ମାସ ୧୭ ତାରିଖ ସୁଦ୍ଧା ସେମାନଙ୍କର ଆବେଦନ ପତ୍ର ପଠାଇ ପାରିବେ । ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୧୮ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ପ୍ରାର୍ଥୀ ସ୍ନାତକ ପାସ କରିବା ସହିତ ତାଙ୍କର କମ୍ପ୍ୟୁଟର ଜ୍ଞାନ ରହିଥିବା ଜରୁରୀ । ପ୍ରାର୍ଥୀ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଫର୍ମେସନ ଟେକ୍ନୋଲୋଜି (ନାଇଲିଟ) କିମ୍ବା ଡିପ୍ଲୋମା ଇନ୍ କମ୍ପ୍ୟୁଟର କିମ୍ବା ସାର୍ଟିଫିକେଟ ଇନ୍ କମ୍ପ୍ୟୁଟର ଆପ୍ଲିକେସନ କୋର୍ସ କରିଥିବା ଆବଶ୍ୟକ ।

ପ୍ରାର୍ଥୀମାନେ ଏହି ପଦରେ ଆବେଦନ କରିବା ପୂର୍ବରୁ ନିଯୁକ୍ତି ବିଜ୍ଞାପନକୁ ଭଲ ଭାବେ ପଢ଼ିନେବା ଆବଶ୍ୟକ । ପ୍ରାର୍ଥୀମାନେ ଆସନ୍ତା ମାସ ୧୭ ତାରିଖ ସୁଦ୍ଧା ‘ଶ୍ରୀ ନିଲେଶ ପାଟିଲ, ଆସିଷ୍ଟାଣ୍ଟ ସିଆଣ୍ଡଏଜି (ଏନ)-୧, ଅଫିସ୍ ଅଫ୍ ଦି ସିଆଣ୍ଡଏଜି ଅଫ୍ ଇଣ୍ଡିଆ, ୯, ଦୀନ ଦୟାଲ ଉପାଧ୍ୟାୟ ମାର୍ଗ, ନ୍ୟୁ ଦିଲ୍ଲୀ- ୧୧୦୧୨୪’ ଠିକଣାରେ ସେମାନଙ୍କର ଆବେଦନ ପତ୍ର ପଠାଇ ପାରିବେ ।

ଅଫିସିଆଲ ୱେବସାଇଟ୍ ଲିଙ୍କ: https://cag.gov.in/en/page-cag-of-india

ନୋଟିଫିକେସନ ଲିଙ୍କ: https://cag.gov.in/uploads/recruitment_notice/recruitmentNotices-064ddddbdb739e1-86743728.pdf

Get real time updates directly on you device, subscribe now.