fbpx

ITI ପାସ୍ କରିଥିଲେ ଏଠାରେ ପାଇବେ ବିନା ପରୀକ୍ଷାରେ ସରକାରୀ ଚାକିରି: ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଆଇଟିଆଇ ପାସ୍ କରିବା ପରେ ସରକାରୀ ଚାକିରି ଖୋଜୁଥିବା ଯୁବକଯୁବତୀମାନଙ୍କ ପାଇଁ ଆସିଛି ବହୁତ ଖୁସି ଖବର । ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ଆପ୍ରେଣ୍ଟିସର ବିଭିନ୍ନ ଖାଲି ପଦବୀରେ ନିଯୁକ୍ତି ପାଇଁ ଆବେଦନ ମାଗିଛି ।

ଏହି ପଦବୀ ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ apprenticeshipindia.org ମାଧ୍ୟମରେ ୩୧ ଅଗଷ୍ଟ ୨୦୨୩ ସୁଦ୍ଧା ଆବେଦନ କରିପାରିବେ । ଆବେଦନ ପ୍ରକ୍ରିୟା ୪ ଅଗଷ୍ଟ ୨୦୨୩ ରୁ ଆରମ୍ଭ ହୋଇଛି ।

ଆପ୍ରେଣ୍ଟିସର ପ୍ରାୟ ୧୦୬୦ ପଦବୀ ଖାଲି ରହିଛି । ଦିଆଯାଇଥିବା ବିଜ୍ଞପ୍ତି ଅନୁଯାୟୀ ନିର୍ଦ୍ଦିଷ୍ଟ ଶେଷ ତାରିଖ କିମ୍ବା ପୂର୍ବରୁ ଏହି ପଦବୀ ପାଇଁ ପ୍ରାର୍ଥୀମାନେ ଆବେଦନ କରିପାରିବେ । ଏଚଏଏଲ ଏହି ନିଯୁକ୍ତିର ବିଜ୍ଞାପନକୁ ନିଜ ୱେବସାଇଟରେ ଜାରି କରିଛି ।

କିଏ ଆବେଦନ କରିପାରିବ?

ଏହି ପୋଷ୍ଟଗୁଡିକ ପାଇଁ ଫିଟର, ଟର୍ଣ୍ଣର, ମସିନିଷ୍ଟ, ଇଲେକ୍ଟ୍ରିକାଲ୍, ୱେଲଡର, ସିଓିପଏ, ଫାଉଣ୍ଡ୍ରି-ମ୍ୟାନ୍ ଏବଂ ସିଟ୍ ମେଟାଲ୍ ୱାର୍କର ଟ୍ରେଣ୍ଡୋରେ ଆଇଟିଆଇ ପାସ୍ ଯୁବକଯୁବତୀମାନେ ଆବେଦନ କରିପାରିବେ । ଅଧିକ ଶିକ୍ଷାଗତ ଯୋଗ୍ୟତା ସୂଚନା ପାଇଁ ଆପଣ ପ୍ରକାଶିତ ବିଜ୍ଞପ୍ତିକୁ ଯାଞ୍ଚ କରିପାରିବେ ।

ଚୟନ କିପରି ହେବ?

ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କୁ ଯୋଗ୍ୟତା ଆଧାରରେ ଚୟନ କରାଯିବ । ଦଶମ ଏବଂ ଆଇଟିଆଇରେ ପ୍ରାପ୍ତ ମାର୍କ ଆଧାରରେ ମେରିଟ୍ ପ୍ରସ୍ତୁତ ହେବ ।

ଏହିପରି ଆବେଦନ କରନ୍ତୁ :-

ଅଫିସିଆଲ୍ ୱେବସାଇଟ୍ apprenticeshipindia.org ଏବଂ ଜିଲ୍ଲା ନିଯୁକ୍ତି କାର୍ଯ୍ୟାଳୟ ମାଧ୍ୟମରେ ମଧ୍ୟ ଆବେଦନ କରାଯାଇପାରିବ । ଏହା ବ୍ୟତୀତ ପ୍ରାର୍ଥୀମାନେ ଏହାକୁ ନିର୍ଦ୍ଧାରିତ ତାରିଖ ସୁଦ୍ଧା ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍, ସୁରଜନ ଦାସ ରୋଡ୍, ଭିମାନପୁରା ପୋଷ୍ଟ, ବାଙ୍ଗାଲୋର ୫୬୦୦୧୭ ରେ ଦାଖଲ କରିପାରିବେ ।

ଏହା ବ୍ୟତୀତ କମ୍ପାନୀ ଗ୍ରାଜୁଏଟ୍ ଆପ୍ରେଣ୍ଟିସ୍ ପାଇଁ ୧୮୬ ଟି, ଡିପ୍ଲୋମା ଆପ୍ରେଣ୍ଟିସ୍ ପାଇଁ ୧୧୧ ଏବଂ ଆଇଟିଆଇ ଆପ୍ରେଣ୍ଟିସ୍ ପାଇଁ ୩୫୦ ଟି ପଦବୀ ମଧ୍ୟ ନିଯୁକ୍ତି ବାହାର କରିଛି । ଏଥିପାଇଁ ପ୍ରାର୍ଥୀମାନେ ଅଗଷ୍ଟ ୨୩ କିମ୍ବା ତା’ପୂର୍ବରୁ ସେମାନଙ୍କର ଯୋଗ୍ୟତା ଅନୁଯାୟୀ ଆବେଦନ କରିପାରିବେ । ଏହି ପୋଷ୍ଟଗୁଡିକ ପାଇଁ ଆବେଦନଗୁଡିକ ୨ ଅଗଷ୍ଟରୁ ଆରମ୍ଭ ହେଉଛି ।

Get real time updates directly on you device, subscribe now.