fbpx
BJD SKY
BJD SKY

ମାତ୍ର ଅଳ୍ପ ଅଳ୍ପକେ କୁମ୍ଭୀର ମୁହଁରୁ ବଞ୍ଚିଗଲେ ଜଣେ ମହିଳା ନହେଲେ ଆଜି…

BJD

ଯାଜପୁର; ଆଜି ଅଳ୍ପକେ କୁମ୍ଭୀର ମୁହଁରୁ ବର୍ତ୍ତି ଯାଇଛନ୍ତି ଜଣେ ମହିଳା । ଗତ କିଛି ଦିନ ତଳେ ଯାଜପୁରରୁ ଆସିଥିବା ଲୋମଟାଙ୍କୁରା ଭିଡିଓ ଦେଖି ପ୍ରାୟ ସମସ୍ତେ ଭୟଭୀତ ହୋଇଯାଇଥିଲେ । ଜଣେ ଜୀବିତ ମହିଳାଙ୍କୁ କୁମ୍ଭୀର କିଭଳି ଛଟପଟ କରି ଚୋବାଇ ଚୋବାଇ ଖାଉଥିଲା ତାହା ସେହି ଭିଡିଓରେ ସ୍ପଷ୍ଟ ଦେଖି ହେଉଥିଲା । ଉକ୍ତ ମହିଳାଙ୍କୁ ୯୦ ରୁ ଉର୍ଦ୍ଧ ଭାଗ କୁମ୍ଭୀର ଖାଇଦେଇଥିବା ଚିତ୍ର ମଧ୍ୟ ଦେଖିବାକୁ ମିଳିଥିଲା । ଏଭଳି ଚିତ୍ରର ଭୟ ମନରୁ ଯାଇନଥିବା ନଥିବା ବେଳେ ପୁଣି ଆଜି ଦେଖା ଦେଇଛି ଆଉ ଏକ ଅଭାବନୀୟ ଘଟଣା । ନଦୀରେ ଗାଧେଇବାକୁ ଯାଇ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜଣେ ମହିଳା ।

ମହିଳା ଜଣକଙ୍କର ଘର ହେଉଛି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ଚନ୍ଦନପୁର ଗାଁରେ । ଉକ୍ତ ଚନ୍ଦନପୁର ଗାଁର ନାୟା ସାମଲଙ୍କ ସ୍ତ୍ରୀ ହେଉଛନ୍ତି ସୁମିତ୍ରା ସାମଲ । ସେ ଆଜି ନଦୀକୁ ଗାଧେଇବାକୁ ଯାଇଥିବା ବେଳେ କୁମ୍ଭୀର ତାଙ୍କ ଗୋଡ଼କୁ ଧରିପକେଇଥିଲା । ମାତ୍ର ଅଳ୍ପ ଅଳ୍ପକେ ସେ ଆଜି ତାଙ୍କ ଜୀବନ କୁମ୍ଭୀର ମୁହଁରୁ ଫେରି ପାଇଛନ୍ତି ।

ସୁମିତ୍ରା କହିଛନ୍ତି ଯେ, ଆମର ନଈକୂଳିଆ ଘର ଆମେ ନଈକୁ ସବୁଦିନ ଯାଇଥାଉ । ହେଲେ ଆଜି ମୁଁ ନଈକୁ ଗାଧେଇବା ଯାଇଥିବା ବେଳେ କୁମ୍ଭୀରଟିଏ ମୋର ଗୋଡ଼କୁ ଧରିପକେଇଥିଲା । କୁମ୍ଭୀର ପାଣି ଉପରକୁ ଉଠିବାରୁ ମୁଁ ଦେଖିବାକୁ ପାଇଥିଲି ଏହା ଗୋଟିଏ କୁମ୍ଭୀର ବୋଲି । ଏହା ପରେ ମୁଁ ମୋର ଗୋଡ଼କୁ ଛିଞ୍ଚାଡି ଉପରକୁ ଚାଲି ଆସି ଜୋର ପାଟିରେ ଚିତ୍କାର କରିଥିଲି । ଚିତ୍କାର ଶୁଣିବା ଫଳରେ କୁମ୍ଭୀରଟି ପାଣି ଭିତରେ ଲୁଚି ଯାଇଥିଲା । ଏବଂ ମୁଁ ସୁରକ୍ଷିତ ଭାବରେ ମୋ ଜୀବନ ବଞ୍ଚାଇ ନଦୀ ଉପରକୁ ଉଠି ଆସିଥିଲି । ଏହାପରେ ସୁମିତ୍ରାଙ୍କ ପରିବାର ଲୋକ ସେଠାରେ ପହଞ୍ଚି ସୁମିତ୍ରାଙ୍କୁ ଘରକୁ ପଳେଇ ଆସିବା ପାଇଁ କହିଥିଲେ ।

ଏହାସହ ସୁମିତ୍ରା କହିଛନ୍ତି, ମୋର ଭାଗ୍ୟ ଭଲ ଯେ ମୁଁ ଆଜି କୁମ୍ଭୀର ମୁହଁରୁ ସୁରକ୍ଷିତ ଅବସ୍ଥାରେ ଜୀବିତ ହୋଇ ଫେରିଆସିଛି । ମୁଁ କୁମ୍ଭୀର ଲାତ ମାରି ପଳେଇ ଆସିଲି ବୋଲି ମୋ ଜୀବନ ବଞ୍ଚି ଗଲା । ନହେଲେ କୁମ୍ଭୀର ହାତରେ ଆଜି ମୋର ଜୀବନ ଚାଲି ଯାଇଥାନ୍ତା ।

ସୂଚନା ଥାଉକି, ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ଏହି ଚନ୍ଦନପୁର ଗାଁ ଦେଇ ଖରସ୍ରୋତା ନଦୀ ପ୍ରଭାହିତ ହେଉଛି । ଚଳିତ ବର୍ଷ ନଦୀରେ ପାଣି ହୋଇଥିବା ବେଳେ ଏବେ କୁମ୍ଭୀର ମାନଙ୍କର ଆତଙ୍କ ଦେଖା ଦେଇଛି । ଗତ କିଛି ଦିନ ତଳେ ଏହି ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ଜଣେ ମହିଳାଙ୍କୁ କୁମ୍ଭୀର କିଭଳି ଭାବରେ ଖାଉଥିଲା ତାହା ପ୍ରାୟ ସମସ୍ତେ ଦେଖିଛନ୍ତି । ସେହି ଭିଡିଓ ହିଁ ବୟାନ କରୁଥିଲା କୁମ୍ଭୀର ମୁହଁରେ ଜୀବନ ଗଲା ବେଳେ ମଣିଷ କିଭଳି ଛଟପଟ ହୋଇ କଷ୍ଟ ପାଇଥାଏ । ତେବେ ଏଭଳି ଲୋମଟାଙ୍କୁରା ଦୃଶ୍ୟ ସାଙ୍ଗକୁ ଆଜିର ଏହି ଘଟଣା ଦେଖି ସ୍ଥାନୀୟ ଅଞ୍ଚଳର ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ନଦୀରେ କୁମ୍ଭୀର ଥିବା କାରଣରୁ ନଦୀକୁ ନଯିବା ପାଇଁ ଏନେଇ ପ୍ରଶାସନ ପକ୍ଷରୁ ସଚେତନ କରାଯାଉ ବୋଲି ସାଧାରଣରେ ଦାବି ହେଉଥିବା ଦେଖିବାକୁ ମିଳିଛି ।

 

Get real time updates directly on you device, subscribe now.