fbpx

ରାହୁଲ ଗାନ୍ଧୀଙ୍କ ଲଦାଖ ଯାତ୍ରା ପାଇଁ କେନ୍ଦ୍ରୀୟ ମନ୍ତ୍ରୀମାନେ ଦେଲେ ଧନ୍ୟବାଦ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଦାଖରେ ନିଜ ମୋଟରସାଇକେଲ ଯାତ୍ରାର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । କେନ୍ଦ୍ରୀୟ ମନ୍ତ୍ରୀ କିରଣ ରିଜିଜୁ ତାଙ୍କୁ ସୋସିଆଲ ମିଡିଆରେ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ହିମାଳୟ ଅଞ୍ଚଳରେ ନିର୍ମିତ ଉତ୍କୃଷ୍ଟ ରାସ୍ତାକୁ ପ୍ରୋତ୍ସାହିତ କରିଥିବାରୁ ରିଜୁ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି ।

କେନ୍ଦ୍ରୀୟ ମନ୍ତ୍ରୀ କିରନ ରିଜିଜୁ ‘ଏକ୍ସ’ ରେ ୨୦୧୨ ମସିହାର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ପଥର ପରିପୂର୍ଣ୍ଣ ଏବଂ ଅସ୍ଥାୟୀ ରାସ୍ତାରେ ଏକ କାର ଯାଉଥିବାର ଦୃଶ୍ୟ ରହିଛି । କୁହାଯାଉଛି ଏହା ଲଦାଖର ପୋଙ୍ଗୋଙ୍ଗ ସୋକୁ ଯିବା ରାସ୍ତା ।

ପୃଥିବୀ ବିଜ୍ଞାନ ମନ୍ତ୍ରୀ ପୋଙ୍ଗୋଙ୍ଗ ସୋର ରାସ୍ତାରେ ମୋଟରସାଇକେଲ ଧରି ଚାଲୁଥିବା ରାହୁଲ ଗାନ୍ଧୀଙ୍କ ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି । ଯେଉଁଠାରେ ରବିବାର ଦିନ ତାଙ୍କ ବାପା ବା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜୟନ୍ତି ଅବସରରେ ଏକ ପ୍ରାର୍ଥନା ସଭା ଅୟୋଜନ କରାଯିବ ।

ରିଜିଜୁ ଏକ୍ସରେ ନିଜେ ଦେଇଥିବା ଏକ ପୋଷ୍ଟରେ କହିଛନ୍ତି ଯେ, ‘ମୋଦୀ ସରକାରଙ୍କ ଦ୍ୱାରା ତିଆରି ହୋଇଥିବା ଲଦାଖର ଉତ୍କୃଷ୍ଟ ସଡ଼କକୁ ପ୍ରୋତ୍ସାହିତ କରିବା ପାଇଁ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ । ସେ ପୁଣି ମଧ୍ୟ କହିଛନ୍ତି ଯେ, ପୂର୍ବରୁ ମଧ୍ୟ ରାହୁଲ ଗାନ୍ଧୀ କାଶ୍ମୀର ଉପତ୍ୟକାରେ ପର୍ଯ୍ୟଟନ କିପରି ବୃଦ୍ଧି ପାଉଛି ତାହା ସମସ୍ତଙ୍କୁ ଦର୍ଶାଇଥିଲେ ଏବଂ ଏଥିସହ ଶ୍ରୀନଗରର ଲାଲ ଛକରେ ଏବେ ଜାତୀୟ ପତକା ଉଡାଯାଇପାରିବ ବୋଲି ସେ ନିଶ୍ଚିତ କରିଥିଲେ ।

ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ ଏକ୍ସରେ କହିଛନ୍ତି ଯେ, ‘ଲେହ ଏବଂ ଲଦାଖରେ ଧାରା ୩୭୦ ପରେ ବିକାଶ ଏବଂ ପ୍ରସାର ପାଇଁ ରାହୁଲ ଗାନ୍ଧୀ ନିଜେ ଘାଟିର ଯାତ୍ରା କରିଛନ୍ତି । ଆମେ ତାଙ୍କର ଏହି ସଡ଼କ ଯାତ୍ରାର ଝଲକ ଦେଖି ବହୁତ ଖୁସି ।’

Get real time updates directly on you device, subscribe now.