fbpx
BJD
BJD SKY
BJD SKY

ପୁଣି ‘World Cup Schedule’ରେ ହୋଇପାରେ ପରିବର୍ତ୍ତନ: ବଦଳିପାରେ ବଡ଼ ମ୍ୟାଚର ତାରିଖ

ନୂଆଦିଲ୍ଲୀ: ଏସିଆ କପ୍ ଭଳି ଦିନିକିଆ ବିଶ୍ୱକପକୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଛି । ଭାରତରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଅନେକ ମ୍ୟାଚ ତାରିଖ ଥରେ ବଦଳିସାରିଛି । ଏବେ ପୁଣିଥରେ ବିଶ୍ୱକପ ସୂଚୀରେ ପରିବର୍ତ୍ତନ କରାଯିବ ବୋଲି ଜାଣିବାକୁ ମିଳିଛି । ପୂର୍ବରୁ ଭାରତ-ପାକିସ୍ତାନ ମ୍ୟାଚ ସମେତ ଅନ୍ୟ ୮ଟି ମ୍ୟାଚ ତାରିଖ ବଦଳାଇଥିଲା ବିସିସିଆଇ । ଏବେ ପୁଣି ସେହି ସୂଚୀରେ ମଧ୍ୟ ପରିବର୍ତ୍ତନ କରିବାକୁ ପଡ଼ିପାରେ । ୨ଟି ମ୍ୟାଚ ପାଇଁ ନୂଆ ତାରିଖ ଧାର୍ଯ୍ୟ କରିବାକୁ ବାଧ୍ୟ ହୋଇପାରେ ବିସିସିଆଇ ।

ସୂଚନା ଅନୁସାରେ, ହାଇଦ୍ରାବାଦ କ୍ରିକେଟ ଆସୋସିଏସନ୍ ତରପରୁ ଏକ ଚିଠି ମାଧ୍ୟମରେ ବିସିସିଆଇକୁ ମ୍ୟାଚ ତାରିଖ ପରିବର୍ତ୍ତନ କରିବା ପାଇଁ ଦାବି କରିଛି । ଅକ୍ଟୋବର ୯ ତାରିଖରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଖେଳାଯିବ ନ୍ୟୁଜିଲାଣ୍ଡ ଏବଂ ନେଦରଲାଣ୍ଡ ବିପକ୍ଷ ମ୍ୟାଚ । ଏହା ପରଦିନ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଆଉ ଏକ ହାଇ ଭୋଲ୍ଟେଜ ମ୍ୟାଚ ରହିଛି । ତେବେ ଲଗାତାର ଦୁଇ ଦିନରେ ଦୁଇଟି ମ୍ୟାଚ ରହିଥିବା ବେଳେ ହାଇଦ୍ରାବାଦ ପୋଲିସ ପାଇଁ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବା କଷ୍ଟକର ହୋଇପାରେ । ବିଶେଷ କରି ପାକିସ୍ତାନ ବିପକ୍ଷ ମ୍ୟାଚ ପାଇଁ ଏହା ଅଧିକ କଷ୍ଟଦାୟକ ହୋଇପାରେ । ନିଜର ସମସ୍ୟା ନେଇ ହ୍ରାଇଦ୍ରାବାଦ କ୍ରିକେଟ ଆୋସିଏସନ ବିସିସିଆଇକୁ ଜଣାଇଛି । ତେବେ ବୋର୍ଡ ପକ୍ଷରୁ ଏ ନେଇ କେଉଁ ନିଷ୍ପତ୍ତି ନିଆଯିବ ସେ ନେଇ ସ୍ପଷ୍ଟ ଜଣା ପଡ଼ିନାହିଁ ।

ଏହା ପୂର୍ବରୁ ନଭେମ୍ବର ୧୧ ତାରିଖରେ କୋଲକାତାରେ ହେବାକୁ ଥିବା ପାକିସ୍ତାନ-ଇଂଲଣ୍ଡ ମ୍ୟାଚରେ ପରିବର୍ତ୍ତନ କରିଥିଲା ବିସିସିଆଇ । ତେବେ ନୂଆ ସୂଚୀ ଅନୁସାରେ ଏହି ମ୍ୟାଚ ନଭେମ୍ବର ୧୧ ତାରିଖରେ ଖେଳାଯିବ । ସେହିପରି ବିଶ୍ୱକପର ସବୁଠାରୁ ହାଇ ଭୋଲ୍ଟେଜ ଭାରତ-ପାକିସ୍ତାନ ମ୍ୟାଚ । ପ୍ରଥମେ ଏହା ଅକ୍ଟୋବର ୧୫ ତାରିଖରେ ଖେଳାଯିବାକୁ ଥିବା ବେଳେ ବର୍ତ୍ତମାନ ଏଥିପାଇଁ ଅକ୍ଟୋବର ୧୪ ତାରିଖ ଧାର୍ଯ୍ୟ କରାଯାଇଛି ।

Get real time updates directly on you device, subscribe now.