fbpx

ବଡ ଖବର; ଗାଡି ଧକ୍କାରେ ୩ଜଣ କାଉଡିଆ ମୃତ

କେନ୍ଦୁଝର; ଗାଡି ଧକ୍କାରେ ୩ଜଣ କାଉଡିଆ ମୃତ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖିରେଇଟାଙ୍ଗିରି ନିକଟରେ ଦେଖାଦେଇଛି ଏଭଳି ଏକ ଅଭାବନୀୟ ଘଟଣା । ଏହି ବୋଲବମ ଭକ୍ତମାନେ ଅଟୋ ଗାଡିରେ ଫେରୁଥିବା ବେଳେ ତାଙ୍କ ଅଟୋକୁ ଏକ କଣ୍ଟେନର ଗାଡି ଧକ୍କା ଦେଇଥିଲା । ଉକ୍ତ ଅଟୋରେ ଚାଳକ ସମେତ ମୋଟ ୭ଜଣ କାଉଡ଼ିଆ ଥିଲେ। ତାଙ୍କ ଅଟୋରେ କଣ୍ଟେନର ଗାଡି ଧକ୍କା ହେବା ଯୋଗୁଁ ଅଟୋର ଚାଳକ ସମେତ ୭ ଜଣ କାଉଡିଆ ଛିଟିକି ପଡିଥିଲେ। ତେବେ ଗୁରୁତର ଆହତ ଅବସ୍ଥାରେ ସେମାନଙ୍କୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସିତ ଅବସ୍ଥାରେ ସେଠାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ସେହିପରି ଅନ୍ୟ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ୨ଜଣ ଆହତ ହୋଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଅଟୋକୁ ଧକ୍କା ଦେଇ କଣ୍ଟେନର ଗାଡିଟି ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି । କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳର ଏହି ବୋଲବମ ଭକ୍ତମାନେ ଅଟୋ ଗାଡିରେ ପାଟଣାକୁ ଆସି ତେଲକୋଇ ଫେରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି।

Get real time updates directly on you device, subscribe now.