Inflation: ଆଗକୁ ଆହୁରି କନ୍ଦାଇବ ମହଙ୍ଗା ମାଡ଼, ସରକାର ଏବଂ ରିଜର୍ଭ ବ୍ୟାଙ୍କ୍‌କୁ ଚେତାଇଲା ଅର୍ଥ ମନ୍ତ୍ରଳାୟ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ବିଭିନ୍ନ ଦରଦାମ୍ ଆକାଶ ଛୁଆଁ ରହିଥିବା ବେଳେ ଆଗାମୀ ଦିନରେ ମଧ୍ୟ ଲୋକମାନଙ୍କୁ ମହଙ୍ଗା ମାଡ଼ ସହିବାକୁ ପଡ଼ିବ । ଏଭଳି ଏକ ଚିନ୍ତା ବଢାଇଲା ଭଳି ରିପୋର୍ଟ ଅର୍ଥ ମନ୍ତ୍ରଳାୟ କେନ୍ଦ୍ର ସରକାର ଏବଂ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆକୁ ଦେଇଛି । ଅର୍ଥମନ୍ତ୍ରଳାୟ ପକ୍ଷରୁ ୨୨ ଅଗଷ୍ଟ ୨୦୨୩ ରେ ଜୁଲାଇ ମାସର ଆର୍ଥିକ ରିପୋର୍ଟ ଜାରି କରିଛି ଯେଉଁଥିରେ ଏହି କଥା କୁହାଯାଇଛି ।

ଏହି ରିପୋର୍ଟରେ ଅଗଷ୍ଟ ମାସରେ ମୌସୁମି ବର୍ଷାର ଅଭାବକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ କରାଯାଇଛି । ଏହା ସହିତ ଅର୍ଥ ମନ୍ତ୍ରଳାୟ ଏହାର ରିପୋର୍ଟରେ କହିଛି ଯେ, ଘରୋଇ ବଜାରରେ ପ୍ରଚୁର ବିକ୍ରି ଏବଂ ନିବେଶ କାରଣରୁ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବିକାଶ ଜାରି ରହିବ । କିନ୍ତୁ ବୈଶ୍ୱିକ ଏବଂ କ୍ଷେତ୍ରୀୟ ଅସ୍ଥିରତା କାରଣରୁ ଘରୋଇ ବଜାରରେ ଯୋଗାଣ ବାଧପ୍ରାପ୍ତ ହେବ, ଯାହା ଫଳରେ ଦରଦାମ୍ ଉଚ୍ଚା ରହିବ । ତେଣୁ ଏହି ରିପୋର୍ଟକୁ ନଜରରେ ରଖି ସରକାର ଏବଂ ଆରବିଆକୁ ସତର୍କ ରହିବାକୁ କହିଛି ଅର୍ଥ ମନ୍ତ୍ରଳାୟ ।

ରିପୋର୍ଟ ଅନୁଯାୟୀ ବୈଶ୍ୱିକ ସ୍ତରରେ ଏଫଓ ଫୁଡର ଲେଟେଷ୍ଟ ଇଣ୍ଡେକ୍ସ(FAO food price index) ମୁତାବକ ଜୁଲାଇ ମାସରେ ଖାଦ୍ୟ ସାମଗ୍ରୀର ଦରବୃଦଯଧି ଦେଖିବାକୁ ମିଳିଥିଲା । ଯେଉଁଥିରେ ୨୦୨୨ ଏପ୍ରିଲ ପରେ ହ୍ରାସ ପରିଲକ୍ଷିତ ହୋଇଥିଲା । ତେବେ ନିକଟରେ ପୁଣି ଖାଇବା ତେଲ, ଚାଉଳ ଏବଂ ଗହମ ଆଦି ଖାଦ୍ୟ ସାମଗ୍ରୀ ଗୁଡ଼ିକରେ ମଧ୍ୟ ଦରବୃଦ୍ଧି ଦେଖିବାକୁ ମିଳିଛି ।

ବୈଶ୍ୱିକ ଅସ୍ଥିରତା ଏବଂ କୃଷ୍ଣ ସାଗର ସବହୁଜ ଚୁକ୍ତି ଏବଂ ଖାଇବା ତେଲର ଯୋଗାଣ ପ୍ରଭାବିତ ହୋଇଛି । ଏହାବାଦ୍ କାନାଡ଼ା ଏବଂ ଆମେରୀକାରେ ଲଗାତାର ମରୁଡ଼ି ସ୍ଥିତି ଉପୁଜିବାରୁ ଗହମର ଦାମ୍ ମଧ୍ୟ ବଢିବାରେ ଲାଗିଛି । ଅନ୍ୟପଟେ ମାଲେସିଆରେ ପାମ୍ ଅଏଲ ଉତ୍ପାଦନ ହ୍ରାସ ଏବଂ ଆମେରିକା, କାନାଡାରେ ସୋୟାବିନ୍ ଏବଂ ରେପ୍ ସିଡ୍ ଉତ୍ପାଦନ ହ୍ରାସ କାରଣରୁ ଖାଇବା ତେଲର ଦାମ୍ ବୃଦ୍ଧି ପାଇଛି ।