fbpx
BJD SKY
BJD SKY

ଅକ୍ଟୋବର ମାସ ସୁଦ୍ଧା ଶେଷ ହେବ ପୁରୀ ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପ, ଶ୍ରୀମନ୍ଦିର ପ୍ରଶାସନର ସୂଚନା

BJD

ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆଜି ଅବଢା ଯୋଜନା ପ୍ରକଳ୍ପର ସମୀକ୍ଷା ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆସନ୍ତା ଅକୋ୍ଟବର ସୁଦ୍ଧା ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇ ଭକ୍ତଙ୍କ ଲାଗି ବ୍ୟବହାର ଉପଯୋଗୀ ହେବ । ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଯାତ୍ରୀ ପରିକ୍ରମା ପ୍ରକଳ୍ପରେ ଭକ୍ତଙ୍କ ପ୍ରବେଶ ଲାଗି ୯ଟି ପ୍ରବେଶ ପଥ ରହିବ ।

ଶ୍ରୀମନ୍ଦିର କାର୍ଯ୍ୟାଳୟ ପାଶ୍ୱର୍ରେ ଓ ଏମାର ମଠ ନିକଟରେ ଦୁଇଟି ସ୍ଥାନରେ ୩ ହଜାର ଭକ୍ତଙ୍କ ପାଇଁ ଜଗନ୍ନାଥ ଅଭ୍ୟର୍ଥନା କକ୍ଷ ନିର୍ମାଣ ହେବ । ରଘୁନନ୍ଦନ ଲାଇବ୍ରେରୀ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ଗୋପାଳତୀର୍ଥ ମଠ ଓ ନାରାୟଣୀ ମନ୍ଦିରର ପୁନଃରୁଦ୍ଧାର କରାଯିବ । ଶ୍ରୀକ୍ଷେତ୍ରରେ ଥିବା ପଞ୍ଚତୀର୍ଥ ପୁଷ୍କରିଣୀର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟ କାର୍ଯ୍ୟ ଅବ୍ୟାହତ ରହିଥିବା ବେଳେ ମାର୍କଣ୍ଡେୟଶ୍ୱର ସାହିରେ ଷ୍ଟାଫ୍‍ କ୍ୱାଟର୍‍ ନିର୍ମାଣ ପାଇଁ ବୈଠକରେ ସ୍ଥିର କରାଯାଇଛି । ଯାତ୍ରୀ ପରିକ୍ରମା ପ୍ରକଳ୍ପ ଦ୍ୱାରା ପ୍ରଭାବିତ ୧୮ଟି ମଠ ଓ ୨ଟି ମନ୍ଦିରର ମଧ୍ୟ ବିକାଶ କରାଯିବ ।

ଅନ୍ୟପଟେ ଶ୍ରାବଣ ଶୁକ୍ଳ ସପ୍ତମୀ ତିଥିରେ ପୁରୀ ଶ୍ରୀମନ୍ଦିରର ଶ୍ରୀଜୀଉମାନଙ୍କର ବନକଲାଗି ନୀତି ଆସନ୍ତାକାଲି ଅନୁଷ୍ଠିତ ହେବ । ବନକଲାଗି ନୀତି ପାଇଁ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ରାତି ୧୦ଟା ପରେ ଦର୍ଶନ ସ୍ୱାଭାବିକ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି ।

Get real time updates directly on you device, subscribe now.