fbpx

ଚୀନର କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ: ୧୧ ମୃତ, ଅନେକ ଲୋକ ଆହତ

ନୂଆଦିଲ୍ଲୀ: ଉତ୍ତର ଚୀନର ଶାନକ୍ସି ଅଞ୍ଚଳରେ ଥିବା ଏକ କୋଇଲା ଖଣିରେ ହୋଇଥିବା ବିସ୍ଫୋରଣରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ଚୀନର ସରକାରୀ ଗଣମାଧ୍ୟମ କହିଛି ଯେ, ସୋମବାର (ଅଗଷ୍ଟ ୨୧) ରାତି ପ୍ରାୟ ୮:୨୬ ସମୟରେ ୟାନାନ ସହର ନିକଟ ଜିନତାଇ କୋଇଲା ଖଣିରେ ଏହି ଦୁର୍ଘଟଣା ଘଟିଛି ।

ମ୍ୟୁନିସିପାଲିଟି ଜରୁରୀକାଳୀନ ପରିଚାଳନା ବ୍ୟୁରୋକୁ ଦର୍ଶାଇ ସରକାରୀ ଟେଲିଭିଜନ ‘ସିସିଟିଭି’ କହିଛି ଯେ, ବିସ୍ଫୋରଣ ବହୁତ ଜୋରଦାର ଥିଲା । ବିସ୍ଫୋରଣ ହେତୁ ଖଣି ଚାରିପାଖରେ ରହୁଥିବା ଲୋକମାନେ ଭୟଭୀତ ହୋଇପଡ଼ିଥିଲେ । ଖବର ଅନୁଯାୟୀ, କିଛି ବିଲ୍ଡିଂର ଗ୍ଲାସ ମଧ୍ୟ ଭାଙ୍ଗି ଯାଇଥିଲା ।

ସିସିଟିଭି ଅନୁଯାୟୀ, ବିସ୍ଫୋରଣ ସମୟରେ ପ୍ରାୟ ୯୦ ଲୋକ ଖଣିରେ ଥିଲେ, କିନ୍ତୁ ଅଧିକାଂଶ ଲୋକ ଖଣିରୁ ବାହାରି ଆସିଥିଲେ । ଏଥିସହିତ ୯ ଜଣ ଲୋକ ଭିତରେ ଫସି ରହିଥିଲେ, ଯେଉଁମାନଙ୍କର ମୃତ୍ୟୁ ହୋଇଥିଲା । ଏହା ସହ ଏହି ବିସ୍ଫୋରଣରେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ, ଡାକ୍ତରଖାନା ନିଆଯିବା ପୂର୍ବରୁ ସେମାନେ ମୃତ୍ୟୁ ବରଣ କରିଥିଲେ ।

ରିପୋର୍ଟ ଅନୁଯାୟୀ, ଏହି ବିସ୍ଫୋରଣ ଯୋଗୁଁ ଅନେକ ଲୋକ ଆହତ ହୋଇଛନ୍ତି, ଅବଶ୍ୟ ସମସ୍ତେ ବିପଦରୁ ବାହାରି ଆସିଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ସଂପର୍କରେ ମ୍ୟୁନିସିପାଲିଟି ଜରୁରୀକାଳୀନ ପରିଚାଳନା ବ୍ୟୁରୋର ଅଧିକାରୀମାନେ କହିଛନ୍ତି ଯେ, ବର୍ତ୍ତମାନ ଦୁର୍ଘଟଣାର କାରଣ ଜାଣିବାକୁ ଯାଞ୍ଚ ଜାରି ରଖିଛି ।

Get real time updates directly on you device, subscribe now.