fbpx
BJD SKY
BJD SKY

କେନ୍ଦ୍ର ସରକାରଙ୍କ ଏହି କର୍ମଚାରୀଙ୍କ ପାଇଁ ଖୁସି ଖବର ! ଏବେ ମିଳିବ ୨ ବର୍ଷର ଅତିରିକ୍ତ ଛୁଟି

BJD

ନୂଆଦିଲ୍ଲୀ: ଅଲ ଇଣ୍ଡିଆ ସେବା (AIS) ର ଯୋଗ୍ୟ ସଦସ୍ୟଙ୍କ ପାଇଁ ଛୁଟିଦିନକୁ ନେଇ ନିୟମରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର । ଏହା ଅଧୀନରେ, ବର୍ତ୍ତମାନ ଏହି କର୍ମଚାରୀମାନେ ସେମାନଙ୍କର ସମସ୍ତ କ୍ୟାରିଅର୍ ସମୟରେ ଦୁଇ ବର୍ଷର ବେତନ ଛୁଟି ବା ପେଡ୍ ଲିଭ୍ ନେଇପାରିବେ । ଏହି ଛୁଟି ସରକାରଙ୍କ ପକ୍ଷରୁ ଦୁଇ ବଡ ପିଲାଙ୍କ ଯତ୍ନ ନେବା ପାଇଁ ସର୍ବାଧିକ ୨ ବର୍ଷ ପର୍ଯ୍ୟନ୍ତ ପ୍ରଦାନ କରାଯିବ ।

ଡିପାର୍ଟମେଣ୍ଟ ଅଫ୍ ପର୍ସନାଲ ଆଣ୍ଡ ଟ୍ରେନିଂ (DoPT) ନିକଟରେ ଏକ ନୂଆ ବିଜ୍ଞପ୍ତି ଜାରି କରିଛି । ଏହି ବିଜ୍ଞପ୍ତି ୨୮ ଜୁଲାଇରେ ଜାରି କରାଯାଇଥିଲା । ଏହା ଅଧୀନରେ ଅଲ୍ ଇଣ୍ଡିଆ ସର୍ଭିସ୍ ଚିଲ୍ଡ୍ରେନ୍ ଲିଭ୍ ରୁଲ୍ ୧୯୯୫ ରାଜ୍ୟ ସରକାରଙ୍କ ପରାମର୍ଶରେ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି । ସପ୍ତମ ବେତନ ଆୟୋଗ ଅନୁଯାୟୀ ଏଆଇଏସ କର୍ମଚାରୀଙ୍କୁ ଦରମା ଦିଆଯାଉଛି ।

୨ ପିଲାଙ୍କ ଯତ୍ନ ନେବାକୁ ୭୩୦ ଦିନ ଛୁଟି :-

ଅଖିଳ ଭାରତୀୟ ସେବା (ଏଆଇଏସ) ର ଜଣେ ମହିଳା କିମ୍ବା ପୁରୁଷ ସଦସ୍ୟଙ୍କୁ ଦୁଇ ବଡ ପିଲାଙ୍କ ଯତ୍ନ ନେବା ପାଇଁ ସମଗ୍ର ସେବା ସମୟରେ ୭୩୦ ଦିନ ଛୁଟି ଦିଆଯିବ । ଏହି ଛୁଟି ଛୁଆଙ୍କୁ ୧୮ ବର୍ଷ ପୂରଣ ହେବା ପୂର୍ବରୁ ପାଳନ ପୋଷଣର ଆଧାରରେ, ଶିକ୍ଷା, ଅସୁସ୍ଥ ଓ ଏହି ପ୍ରକାରର ଦେଖାଶୁଣା ପାଇଁ ଦିଆଯାଇପାରେ ।

ଛୁଟି ସମୟରେ କେତେ ଟଙ୍କା ମିଳିବ :-
ଚାଇଲ୍ଡ କେୟାର ଲିଭରେ, ସଦସ୍ୟଙ୍କୁ ସମଗ୍ର ସେବା ସମୟରେ ପ୍ରଥମ ୩୬୫ ଦିନର ଛୁଟି ପାଇଁ ୧୦୦% ଦରମା ପ୍ରଦାନ କରାଯିବ । ଅନ୍ୟପକ୍ଷରେ ଦ୍ୱିତୀୟ ୩୬୫ ଦିନ ଛୁଟିରେ ବେତନର ୮୦ ପ୍ରତିଶତ ପ୍ରଦାନ କରାଯିବ ।

Get real time updates directly on you device, subscribe now.