fbpx

NALCOରେ ନିଯୁକ୍ତି ସୁଯୋଗ: ଯୋଗ୍ୟ ପ୍ରାର୍ଥୀଙ୍କୁ ମିଳିବ ଉଚ୍ଚ ହାରରେ ବେତନ

ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ (ନାଲକୋ) ପକ୍ଷରୁ ଅନେକ ପଦ ପାଇଁ ନିଯୁକ୍ତି ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଡେପୁଟି ମ୍ୟାନେଜର, ସିନିୟର ମ୍ୟାନେଜର ଓ ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଏଥିପାଇଁ ଅଗଷ୍ଟ ମାସ ୨୮ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସେପ୍ଟେମ୍ବର ମାସ ୨୭ ତାରିଖରେ ସମାପ୍ତ ହେବ । ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ପଦ ସଂଖ୍ୟା ଅଲଗା ଅଲଗା ରହିଛି । ଡେପୁଟି ମ୍ୟାନେଜର ପଦ ପାଇଁ ପ୍ରାର୍ଥୀ ସିଭିଲ/ ଆର୍କିଟେକଚର, ସେରାମିକ୍ସ ଇଞ୍ଜିନିୟରିଂରେ ଡିପ୍ଲୋମା ଡିଗ୍ରୀ, ବିଇ/ ବି.ଟେକ ପାସ୍ କରିଥିବା ଆବଶ୍ୟକ । ସେହିପରି ସିନିୟର ମ୍ୟାନେଜର ପଦ ପାଇଁ ପ୍ରାର୍ଥୀ ମାଇନିଂ ଇଞ୍ଜିନିୟରିଂରେ ଡିଗ୍ରୀ, ଆଇନରେ ସ୍ନାତକ ପାସ୍ କରିଥିବା ଆବଶ୍ୟକ । ଆସିଷ୍ଟାଷ୍ଟ ଜେନେରାଲ ମ୍ୟାନେଜର ପଦ ପାଇଁ ମାଇନିଂ ଇଞ୍ଜିନିୟରିଂରେ ଡିଗ୍ରୀ ପାସ୍ କରିଥିବା ଆବଶ୍ୟକ ।

ଚଳିତ ବର୍ଷ ଜୁଲାଇ ମାସ ୩୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବାଧିକ ବୟସ ଯୋଗ୍ୟତା ୪୫ ବର୍ଷ ହୋଇଥିବା ଆବଶ୍ୟକ । ଏଥିରେ ଆବେଦନ କରିବାକୁ ପ୍ରାର୍ଥୀଙ୍କୁ କୌଣସି ଆବେଦନ ଫିସ୍ ପ୍ରଦାନ କରିବାକୁ ପଡ଼ିବ ନାହିଁ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) (ଏନସିଏଲ) / ଅର୍ଥନୀତି କ୍ଷେତ୍ରରେ ଅନଗ୍ରସର ବର୍ଗ (ଇଡବ୍ଲ୍ୟୁଏସ) / ପିଡବ୍ଲୁବିଡି ପ୍ରାର୍ଥୀଙ୍କ ପାଇଁ ବୟସ କୋଳହ ନିୟମ ଅନୁସାରେ କରାଯିବ ।

ଅନଲାଇନ୍ ଆବେଦନ ଲିଙ୍କ: Available on 28.08.2023

ନୋଟିଫିକେସନ ଲିଙ୍କ: https://mudira.nalcoindia.co.in/iorms/UploadData/Advertisement/638278815387492425_V3%20Advt%20to%20upload.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://nalcoindia.com/

Get real time updates directly on you device, subscribe now.