fbpx
BJD SKY
BJD SKY

(Video) ସୁଶାନ୍ତଙ୍କୁ ମାରିଥିବା ମାଓବାଦୀଙ୍କୁ ଖୋଜି ଖୋଜି ମାରୁଛି ସେନା…. କାହାରିକୁ ବି ଛାଡ଼ୁନି

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଝାଡ଼ଖଣ୍ଡର ଚାଇବସାରେ ଗତ ୧୧ ତାରିଖରେ ଓଡ଼ିଆ ବୀର ଯବାନ ସୁଶାନ୍ତ ଖୁଣ୍ଟିଆ ନକ୍ସଲଙ୍କ ଆକ୍ରମଣରେ ସହିଦ ହୋଇଥିଲେ । ତେବେ ସୁଶାନ୍ତ ଦେଶ ପାଇଁ ପ୍ରାଣବଳୀ ଦେବା ଯେତିକି ଦୁଃଖପୂର୍ଣ୍ଣ ଥିଲା ତା’ଠାରୁ ଅଧିକ ବେଦନାଦାୟକ ଥିଲା ତାଙ୍କ ପରିବାରର କାହାଣୀ । ସୁଶାନ୍ତ ସହିଦ ହେବା ପରେ ତାଙ୍କର ପରିବାର ପୁରୁଷଶୂନ୍ୟ ହୋଇଯାଇଥିଲା । ଏହା ମଧ୍ୟରେ ପୁଅକୁ ଝୁରିଝିରି ଗତ ୧୮ ତାରିଖରେ ମେଡିକାଲର ଶଯ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଦେଇଥିଲେ ତାଙ୍କ ମାଆ ।

ସୁଶାନ୍ତଙ୍କ ଜୀବନର କାହାଣୀ କୌଣସି ଦୁଃଖର ସାଗରଠାରୁ କମ୍ ନୁହେଁ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳର ୪ ନମ୍ବର ୱାର୍ଡର ବାସିନ୍ଦା ସୁଶାନ୍ତଙ୍କ ଦୁଃଖ ଯିଏ ଶୁଣିଥିଲା ସିଏ କାନ୍ଦି ପକାଇଥିଲା । ୨୦୨୦ ମସିହା ଫେବୃଆରୀ ମାସ ୭ ତାରିଖରେ ସୁଶାନ୍ତଙ୍କର ପିତା ଆତୁଳ ଖୁଣ୍ଟିଆଙ୍କ ପରଲୋକ ଘଟିଥିଲା । ଏହାପରେ ୨୦୨୨ ମସିହାରେ ସୁଶାନ୍ତଙ୍କର ମଝିଆଁ ଭାଇ କ୍ୟାନସରରେ ପ୍ରାଣ ହରାଇଥିଲେ । ସେହିପରି ଜାମସେଦପୁରରେ ଚାକିରି କରୁଥିବା ସମୟରେ ଚଳିତ ବର୍ଷ ଜାନୁଆରୀ ମାସରେ ତାଙ୍କର ବଡ଼ ଭାଇ ମଧ୍ୟ ଆରପାରିକୁ ଚାଲିଯାଇଥିଲେ । ମାତ୍ର କିଛି ବର୍ଷ ମଧ୍ୟରେ ସୁଶାନ୍ତଙ୍କର ପରିବାର ପୁରୁଷଶୂନ୍ୟ ହୋଇଯିବା କଥା ଶୁଣିବା ପରେ ଅଶ୍ରୁଳ ସାଗରେ ବୁଡ଼ିଯାଇଥିଲା ସାରା ଓଡ଼ିଶା । ସେହିପରି ଗତ ଜୁନ୍ ମାସ ୨ ତାରିଖରେ ବିବାହ କରିଥିବା ସୁଶାନ୍ତଙ୍କୁ ହରାଇ ବାରମ୍ବାର ଅଚେତ୍ ହୋଇପଡ଼ିଥିଲେ ତାଙ୍କର ଧର୍ମପତ୍ନୀ ।

ଦୁର୍ଦ୍ଦାନ୍ତ ମାଓନେତା ମିଶିର ବେସ୍ରାଙ୍କ ଗୁଳିରେ ପ୍ରାଣ ହରାଇଥିଲେ ସୁଶାନ୍ତ । ତେବେ ସୁଶାନ୍ତଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ପଣ କରିଥିବା ଭାରତୀୟ ସେନା । ସେଥିପାଇଁ ବେସ୍ରା ଓ ତା’ ସାଥିମାନେ ଲୁଚିଥିବା ବଙ୍କରରେ ସେନା କମାଣ୍ଡୋମାନେ ସର୍ଚ୍ଚ ଅପରେସନ ଚଳାଇଥିଲେ । ସେନାର କୁମ୍ବିଂ ଅପରେସନରେ ଟଳି ପଡ଼ିଛନ୍ତି ମାଓବାଦୀ । ସେମାନଙ୍କୁ ସେନା ଗୋଡ଼ାଇ ଗୋଡ଼ାଇ ମାରୁଛି । ଏହା ମଧ୍ୟରେ ଜଣେ ମାଓବାଦୀକୁ ଛତିଶଗଡ଼ର ଜଙ୍ଗଲରେ ସୁରକ୍ଷା ବାହିନୀ ମାରିବାରେ ସଫଳ ହୋଇଛି । ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ମାଓବାଦୀମାନେ କ୍ୟାମ୍ପ କରିଥିବା ନେଇ ସେନାକୁ ଖବର ମିଳିଥିଲା । ମାଓବାଦୀମାନେ କିଛି ବଡ଼ ଅଘଟଣ କରିବା ପୂର୍ବରୁ ସେହି ଯୋଜନାକୁ ସେନା ଭଣ୍ଡୁର କରିଦେଇଥିଲା ।

Get real time updates directly on you device, subscribe now.