fbpx

ଏକ ସଙ୍ଗେ ଦୁଇଟି ବିମାନକୁ ଅବତରଣ ଓ ଉଡାଣ ଲାଗି ଦିଆଯାଇଥିଲା ଅନୁମତି, ମହିଳା ପାଇଲଟଙ୍କ ଯୋଗୁ ବଞ୍ଚିଗଲା ୩୦୦ ଯାତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରେ ଗତ କାଲି ଏକ ବଡ ଦୁର୍ଘଟଣାରୁ ୩୦୦ ଯାତ୍ରୀ ଉଦ୍ଧାର ପାଇଯାଇଛନ୍ତି । ଏକ ସମୟରେ ଏଠାରେ ଦୁଇଟି ବିମାନକୁ ଲ୍ୟାଣ୍ହିଂ ଓ ଟେକ୍ ଅଫର ଅନୁମତି ଦିଆଯାଇଥିଲା । କିନ୍ତୁ ଜଣେ ମହିଳା ପାଇଲଟଙ୍କ ଉପସ୍ଥିତ ବୁଦ୍ଧି କାରଣରୁ ଏହି ଦୁର୍ଘଟଣାକୁ ରୋକାଯାଇପାରିଛି । ଦୁଇଟି ଯାକ ବିମାନ ଭିସ୍ତାରାର ଥିଲା । ଗୋଟିଏ ବିମାନ ଲ୍ୟାଣ୍ଡ କରୁଥିବା ବେଳେ ଅନ୍ୟଟିକୁ ଉଡାଣ ଲାଗି ଅନୁମତି ଦିଆଯାଇଥିଲା ।

ମିଳିଥିବା ରିପୋର୍ଟରୁ ଜଣାପଡିଛି ଅହମ୍ମଦାବାଦରୁ ଦିଲ୍ଲୀ ଆସୁଥିବା ଭିସ୍ତାରା ବିମାନ ବୁଧବାର ଦ୍ୱିପ୍ରହର ସମୟରେ ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ଲ୍ୟାଣ୍ଡିଂ କରୁଥିଲା । ଏୟାର ଟ୍ରାଫିକ କଣ୍ଟ୍ରୋଲ ଏହାକୁ ପାର୍କିଂ ୱେ ପର୍ଯ୍ୟନ୍ତ ପହଞ୍ଚିବା ଲାଗି ଆକ୍ଟିଭ ରନୱେ ପାର କରିବା ଲାଗି ନିର୍ଦ୍ଦେଶ ଦେଇଥିଲା । ଏହି ଏକା ସମୟରେ ଭିସ୍ତାରା ଏୟାରଲାଇନ୍ସର ଦିଲ୍ଲୀରୁ ପଶ୍ଚିମବଙ୍ଗ ବାଗଡେଶରା ଯାଉଥିବା ବିମାନକୁ ସେହି ଏକା ରନୱେରେ ଉଡାଣ ଭରିବାକୁ ଅନୁମତି ମିଳିଥିଲା । ବିମାନ ଟେକଅଫ୍ କରିବା ସମୟରେ ୪୫ ବର୍ଷୀୟା କ୍ୟାପଟେନ ସୋନୁ ଗିଲଙ୍କର ନଜର ବିମାନ ଉପରେ ପଡିଥିଲା । ସେ ତ୍ୁରନ୍ତ ଏଟିସିକୁ ଆଲର୍ଟ କରିଥିଲେ । ଏଟିସିକୁ ନିର୍ଦ୍ଦେଶ ମିଳିବା ମାତ୍ରକେ ସେ ତୁରନ୍ତ ବିମାନକୁ ରେକି ଦେଇଥିଲେ ।

ସୂଚନା ଅନୁସାରେ ଦୁଇ ବିମାନ ମଧ୍ୟରେ ମାତ୍ର ୧୮୦୦ ମିଟର ଦୂରତା ଥିଲା । ଯଦି ପାଇଲଟ୍ ସୋନୁ ଗିଲ ଏଟିସିକୁ ଅନ୍ୟ ବିମାନ ବିଷୟରେ ସୂଚନା ଦେଇ ନ ଥାନ୍ତେ ତେବେ ଏକ ଭୟଙ୍କର ଦୁର୍ଘଟଣା ଘଟିଯାଇଥାନ୍ତା । ଏବେ ଏହି ଘଟଣା ପରେ ଏଟିସି ଅଧିକାରୀଙ୍କୁ ତାଙ୍କ ପଦବୀରୁ ହଟାଇ ଦିଆଯାଇଛି ।
ଏଠାରେ ସୂଚାଇ ଦିଆଯାଇପାରେ ଯେ, ଦିଲ୍ଲୀ ବିମାନବନ୍ଦରରେ ଲ୍ୟାଣ୍ଡିଂ ଓ ଟେକଅଫ୍କୁ ନେଇ କଡା ନିୟମ ରହିଛି । ଯଦି କୌଣସି ମିମାନ ଲ୍ୟାଣ୍ଡିଂ ଓ ଟେକଅଫ୍ ପ୍ରକ୍ରିୟାରେ ଅଛି ତେବେ ଅନ୍ୟ କୌଣସି ବିମାନକୁ ଯାତ୍ରା କରିବାର ଅନୁମତି ମିଳି ନ ଥାଏ ।

Get real time updates directly on you device, subscribe now.