fbpx

ମୁମ୍ବାଇ ଏକ୍ସପ୍ରେସୱେରେ ଭୟଙ୍କର ସଡକ ଦୁର୍ଘଟଣା

ଗୁରୁଗ୍ରାମ : ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସୱେ ଦେଶର ସବୁଠାରୁ ବଡ ଉନ୍ନତ ସଡକ । ଏହାର ଉଦଘାଟନ କିଛି ଦିନ ତଳେ ହୋଇଥିଲା । ତେବେ ଏହି ଏକ୍ସପ୍ରେସୱେରେ ଏକ ଦୁର୍ଘଟଣା ହୋଇଛି । ମଙ୍ଗଳବାର ହରିଆନାର ନୁହରେ ଏକ କାର ତେଲ ଟ୍ୟାଙ୍କରକୁ ଧକ୍କା ଦେଇଥିଲା । ଏହି କାରରରେ କୁବେର ଗ୍ରୃପର ମାଲିକ ଯାତ୍ରା କରୁଥିଲେ । ଏଥିରେ ସେ ସମ୍ପୂର୍ଣ୍ଣ ଭାବରେ ଆହତ ହୋଇଛନ୍ତି । ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଛି ।

ସୂଚନା ଅନୁସାରେ ମଙ୍ଗଳବାର ଦିନ ବିକାଶ ମାଲୁ କୌଣସି ବ୍ୟକ୍ତିଗତ କାମରେ ସାମିଲ ହେବାକୁ ରାଜସ୍ଥାନର ଜୟପୁର ଯାଉଥିଲେ । ସେ ଯାତ୍ରା କରୁଥିବା କାରର ଗତି ୨୦୦ କିଲୋମିଟର ପ୍ରତି ଘଣ୍ଟା ଥିଲା । ସେହି ସମୟରେ ଏକ ତେଲ ଟ୍ୟାଙ୍କର ୟୁ ଟର୍ଣ୍ଣ ନେଉଥିଲା । ଯାହା ଫଳରେ କାରଟି ଟ୍ୟାଙ୍କରକୁ ଧକ୍କା ଦେଇଥିଲା । କୁହାଯାଉଛି ଏହି ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । କିନ୍ତୁ ଏବେ ପର୍ଯ୍ୟନ୍ତ ଏହା ଜଣାପଡି ନାହିଁ ଘଟଣା ସମୟରେ କାର କିଏ ଚାଳନା କରୁଥିଲେ ।

ଏହା ଛଡା ଏହି ଘଟଣାରେ ଟ୍ରକରେ ଥିବା ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଟ୍ରକରେ ଥିବା ଜଣେ ଯାତ୍ରୀ ଏବଂ କାରରେ ଥିବା ୩ ଜଣ ଲୋକ ଗମ୍ଭୀର ଭାବରେ ଆହତ ହୋଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି ।

Get real time updates directly on you device, subscribe now.