fbpx

ଜହ୍ନରେ ଅସଂଖ୍ୟ ଗାତ ରହିଛି ମାନେ ଏଥିରେ ଜଳ ରହିଛି!

ଓଡିଶା ଭାସ୍କର; ଆସନ୍ତା ୧୪ ଦିନ ଧରି ରୋଭର ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଠରେ ଚାଲିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ଇସ୍ରୋ ସେଣ୍ଟରକୁ ପଠାଇବ । ଚନ୍ଦ୍ରଯାନ-୩ ଅଭିଯାନର ମୁଖ୍ୟତଃ ୩ଟି ଲକ୍ଷ୍ୟ ରହିଛି । ପ୍ରଥମଟି ହେଲା ସୁରକ୍ଷିତ ଭାବେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର୍ ବିକ୍ରମର ଅବତରଣ । ଆବୁଡ଼ା ଖାବୁଡ଼ା ଓ ଗର୍ତ୍ତ ଥିବା ଚନ୍ଦ୍ରପୃଷ୍ଠରେ ରୋଭରର ବିଚରଣ ଓ ବିକ୍ରମ ଦ୍ୱାରା ବିଭିନ୍ନ ପରୀକ୍ଷା ନିରୀକ୍ଷା । ଏହି ପ୍ରଥମ ଓ ଦୁଇଟି ଲକ୍ଷ୍ୟ ପୂରଣ ହୋଇସାରିଛି । ଏବେ ପ୍ରଜ୍ଞାନର ମୁଖ୍ୟ କାମ ହେଲା ଚନ୍ଦ୍ରପୃଷ୍ଠର ତଥ୍ୟ ସଂଗ୍ରହ କରିବା । ଚନ୍ଦ୍ରପୃଷ୍ଠର ଯେଉଁ ସ୍ଥାନରେ ଚନ୍ଦ୍ରଯାନ ଓହ୍ଲାଇଛି ତାହା ଏକ ସମତଳ ସ୍ଥାନ । ହେଲେ ଚନ୍ଦ୍ରପୃଷ୍ଠରେ ଅନେକ ବଡ଼ ବଡ଼ ଗର୍ତ୍ତ ରହିଛି । ଏହାର ଅର୍ଥ ସେଠାରେ ପାଣି ଥାଇପାରେ । ତେଣୁ ବିକ୍ରମର ଏକ ମୁଖ୍ୟ କାମ ହେଲା ସେଠାରେ ପାଣିର ସନ୍ଧାନ କରିବା । ଯଦି ପାଣି ଥାଏ, ଏହାର ଅର୍ଥ ଜୀବନର ସତ୍ତା ସେଠାରେ ଥାଇପାରେ ବୋଲି ଅନୁମାନ କରାଯାଉଛି ।

ଚନ୍ଦ୍ରରେ ଥରେ ପାଦ ଚିହ୍ନ ପଡିଗଲେ ସେ ଆଉ କେବେ ଲିଭିବନି । ଜହ୍ନମାମୁ ଜମିରେ ପଡିଥିବା ଚିହ୍ନ ସର୍ବଦା ରହିଯାଏ ବୋଲି ସୂଚନା ରହିଛି । ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ଯେତେବେଳେ ଓହ୍ଲାଇଲା ତାର ଚିହ୍ନ ମଧ୍ୟ ଜହ୍ନରେ ରହିଗଲା । ଆମର ଏହି ଚିହ୍ନ ଯୁଗ ଯୁଗ ଧରି ମଧ୍ୟ ଚନ୍ଦ୍ରରେ ରହିବ । ଏବେ ବି ଅନେକ ମହାକାଶଚାରୀଙ୍କ ପାଦ ଚିହ୍ନ ଚନ୍ଦ୍ରରେ ରହିଛି । ତେବେ ଏହି ଚିହ୍ନ ଗୁଡିକ କାହିଁକି ଚନ୍ଦ୍ରରେ ରହିଯାଏ ଏହା ଜାଣିଛନ୍ତି କି? ଏହାର କାରଣ ହେଉଛି ଚନ୍ଦ୍ରରେ ବାୟୁ କିମ୍ବା ଜଳ ନାହିଁ । ଯେଉଁଥିପାଇଁ ଚନ୍ଦ୍ରପୃଷ୍ଠରେ କିଛି ପରିବର୍ତ୍ତନ ହୁଏ ନାହିଁ । ଏଠାରେ କୌଣସି ବାତାବରଣ ମଧ୍ୟ ସୃଷ୍ଟି ହୁଏ ନାହିଁ ବୋଲି ଧାରଣା ରହିଛି । ଯାହା ଯେଉଁଠାରେ ଅଛି ତାହା ସେହିଠାରେ ସେମିତି ରହିଆସିଛି । ସୂଚନା ଅନୁଯାୟୀ, ଜଳ ଓ ପବନର କାର୍ଯ୍ୟ ନାହିଁ କି କୌଣସି ଆଗ୍ନେୟଗିରିର କାର୍ଯ୍ୟକଳାପ ନାହିଁ । ଯାହାଦ୍ୱାରା ଯିଏ ଯେଉଁଠି ପ୍ରଥମେ ଚନ୍ଦ୍ରରେ ପାଦ ରଖିଛି ତାହାର ପାଦ ଚିହ୍ନ ସେଇଠି ରହିଛି ।

 

ସେହିପରି ଆକାଶରେ ଯେତେବେଳେ ଆମେ ଚନ୍ଦ୍ରକୁ ଦେଖିଥାଉ, ଏଥିରେ ଅନେକ କଳା ଦାଗ ସବୁ ଦେଖାଯାଏ । ବିଶେଷ କରି ପୂର୍ଣ୍ଣିମାରେ ଜହ୍ନରେ ଏହି ଚିହ୍ନ ସ୍ପଷ୍ଟ ଭାବେ ଜଣାପଡେ । ତେବେ ଜହ୍ନରେ ଦେଖା ଯାଉଥିବା ଏହି କଳା ଦାଗ କ’ଣ ବୋଲି ଆମ ମନରେ ସବୁବେଳେ ପ୍ରଶ୍ନ ଆସୁଥାଏ । କିଏ କହେ ଜହ୍ନର ଏହି ଦାଗ ଠେକୁଆ ପରି ଦେଖା ଯାଏ ତ ପୁଣି ଆଉ କେହି କହେ ଏଥିରେ ସାଇ ଭଗବାନ ଦେଖା ଯାଉଛନ୍ତି । ସେହିପରି ପୂର୍ବରୁ କୁହାଯାଉଥିଲା ଚନ୍ଦ୍ରପୃଷ୍ଠରେ ଆଗ୍ନେୟ ଉଦ୍ଗୀରଣ ଯୋଗୁଁ ଏଥିରେ ବଡ ବଡ ଗାତ ସୃଷ୍ଟି ହୋଇଛି । ଯାହା ଚନ୍ଦ୍ରମାର ଦାଗ ହୋଇ ଆମକୁ ଦେଖାଯାଉଛି । ହେଲେ ବିଂଶ ଶତାବ୍ଦୀର ପ୍ରଥମ ଦଶକରେ ଆମେରିକୀୟ ଭୂତତ୍ୱବିତ୍ – ଜି.କେ ଗିଲବର୍ଟ ନିଜ ଅନୁସନ୍ଧାନରୁ ସ୍ପଷ୍ଟ କଲେ ଯେ, ଜହ୍ନରେ ହୋଇଥିବା ଚିହ୍ନ ଆଗ୍ନେୟଗିରିମାନଙ୍କ ଦ୍ୱାରା ହୋଇ ନାହିଁ । ବରଂ ଉଲ୍କାପିଣ୍ଡ ଓ ଅନ୍ୟ ବହିରାଗତ ପିଣ୍ଡମାନଙ୍କ ଆଘାତ ଯୋଗୁଁ ଚନ୍ଦ୍ରମାରେ ବିରାଟ ଗାତ ମାନ ସୃଷ୍ଟି ହୋଇଛି । ଯାହା ଆମକୁ କଳା ଦାଗ ଭଳି ଦେଖା ଯାଉଛି । ଜି.କେ ଗିଲବର୍ଟ ନିଜ ଅନୁସନ୍ଧାନରୁ ଏହା ସ୍ପଷ୍ଟ କରିଥିଲେ ।

ଏଣୁ ବର୍ତମାନ ସବୁଠାରୁ ବଡ଼ ଆଶଙ୍କା ରହିଛି ଯେ, ଚନ୍ଦ୍ରରେ ଏତେ ସବୁ ବଡ଼ ବଡ଼ ଗାତ ରହିଛି ମାନେ ଏଥିରେ ନିହାତି ଜଳ ରହିଥିବ । ତେବେ ରୋଭର ପ୍ରଜ୍ଞାନ ଏ ନେଇ କଣ ତଥ୍ୟ ଯୋଗାଉଛି ତାକୁ ନେଇ ସାରା ବିଶ୍ୱବାସୀଙ୍କ ନଜର ରହିଛି ।

Get real time updates directly on you device, subscribe now.