fbpx

ବିଜେପି ସାଂସଦ ରାଜଦୀପ ରୟଙ୍କ ଘରୁ ‘ରାଜଦୀପ’ଙ୍କ ମୃତଦେହ ଉଦ୍ଧାର: ଜାଣି ନିଅନ୍ତୁ ‘ଟ୍ୱିଷ୍ଟ ଓ୍ୱାଲା ଷ୍ଟୋରୀ’

ଆସାମ: ଭାରତୀୟ ଜନତା ପାର୍ଟିର ଜଣେ ଆଗ ଧାଡ଼ିର ନେତାଙ୍କ ଘରୁ ମିଳିଛି ଝୁଲନ୍ତା ମୃତଦେହ । ଜଣେ ନାବାଳକର ମୃତଦେହ ଉଦ୍ଧାର କରାଯାଇଥିବା ଜାଣିବାକୁ ମିଳିଛି । ତେବେ ଜଣେ ସାଂସଦଙ୍କ ଘରୁ ଏଭଳି ଭାବରେ ମୃତଦେହ ମିଳିବା ଘଟଣାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆସାମ ସିଲଚରରେ ବିଜେପି ସାଂସଦ ରାଜଦୀପ ରୟଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ଏକ ନାବାଳକର ଶବ ଉଦ୍ଧାର ହୋଇଛି । ପୋଲିସର ସୂଚନା ଅନୁସାରେ, ଶବକୁ ବ୍ୟବଚ୍ଛେଦ ପାଇଁ ସିଲଚର ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଯାଇଛି । ତେବେ ମୃତ ବାଳକର ନାମ ମଧ୍ୟ ରାଜଦୀପ ରୟ ବୋଲି ଜାଣିବାକୁ ମିଳିଛି ।

ବାଳକର ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ସେମାନେ କଚ୍ଛାର ଜିଲ୍ଲାର ପାଲେଙ୍ଗ ଘାଟରେ ରୁହନ୍ତି । ମୃତ ନାବାଳକର ମା ସାଂସଦ ରାଜଦୀପ ରୟଙ୍କ ଘରେ ହେଲପର କାମ କରନ୍ତି । କିନ୍ତୁ ଆଜି ସାଂସଦଙ୍କ ଘରେ ହିଁ ପିଲାଟିର ମୃତଦେହ ଉଦ୍ଧାର ହୋଇଛି । ତେବେ ଏହି ଘଟଣା ସମ୍ପର୍କରେ ସାଂସଦ କହିଛନ୍ତି ଯେ, ଯେଉଁ ଘର ଭିତରୁ ମୃତଦେହ ଉଦ୍ଧାର ହୋଇଛି ସେ ଘର ଭିତର ପଟୁ ବନ୍ଦ ଥିଲା । ପୋଲିସ ଯେତେବେଳେ କବାଟ ଭାଙ୍ଗି ଭିତରେ ପଶିଥିଲେ ସେତେବେଳେ ନାବାଳକ ଚେତାଶୂନ୍ୟ ଥିଲା ବୋଲି କହିଛନ୍ତି ସାଂସଦ ରୟ । ତେବେ ଏହାପରେ ତାକୁ ହସ୍ପିଟାଲ ନିଆ ଯାଇଥିବା ବେଳେ ସେଠାରେ ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଛନ୍ତି ।

ତେଣୁ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ସନ୍ଦେହ କରାଯାଉଛି । ଏହାପରେ ରୟ କହିଛନ୍ତି ଯେ, ମୃତ ନାବାଳକର ମା’ ଏବଂ ତାଙ୍କ ଝିଅ ବାହାରକୁ ଯିବା ବେଳେ ସେ ନାବାଳକ ତା ମାକୁ ଫୋନ ମାଗୁଥିଲେ । କିନ୍ତୁ ମା ତାକୁ ଫୋନ ଦିଅନ୍ତି ନାହିଁ । ତେବେ ସେ ଭିଡିଓ ଗେମ ଖେଳିବା ପାଇଁ ଫୋନ ମାଗୁଥିବା କହିଛନ୍ତି ନାବାଳକର ପରିବାର ଲୋକ । କିନ୍ତୁ ମା’ ମନାକରିବାରୁ ସେ ରାଗିଯାଇ ଏପରି କାଣ୍ଡ ଘଟାଇଥିବା ଆଶଙ୍କା କରାଯାଉଛି । ତେବେ ଏହି ଘଟଣାରେ ବର୍ତ୍ତମାନ ପୋଲିସ ଘରର ପ୍ରତ୍ୟେକ ଜିନିଷ ଯାଞ୍ଚ କରିବ ଏବଂ ସମସ୍ତଙ୍କୁ ତଦନ୍ତ ପରିସରକୁ ନିଆଯିବ ।

Get real time updates directly on you device, subscribe now.