fbpx

ବାସୁମତି ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର, ଟନ୍ ପିଛା ୧୨୦୦ ଡଲାର ମୂଲ୍ୟରେ ହୋଇପାରିବ ରପ୍ତାନୀ

ନୂଆଦିଲ୍ଲୀ: ଉଷୁନା ଚାଉଳ ଉପରେ ୨୦% ଶୁଳ୍କ ଲଗାଇବାର ଗୋଟିଏ ଦିନ ପରେ କେନ୍ଦ୍ର ସରକାର ବାସୁମତି ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ନିଷ୍ପତି ଦ୍ୱାରା ଟନ୍ ପିଛା ୧୨୦୦ ଡଲାରରୁ କମ୍ ମୂଲ୍ୟରେ ହେଉଉଥିବା ରପ୍ତାନୀ ପ୍ରଭାବିତ ହେବ । ଅର୍ଥାତ୍ କିଛି ସମୟ ପାଇଁ କେବଳ ୧୨୦୦ ଡଲାରରୁ ଅଧିକ ମୂଲ୍ୟରେ ବାସୁମତି ଚାଉଳ ରପ୍ତାନୀ କରାଯାଇ ପାରିବ । ବର୍ଷ ୨୦୨୨-୨୩ରେ ଭାରତ ଆମେରିକା ଏବଂ ମଧ୍ୟପ୍ରାଚ୍ୟ ଦେଶ ଗୁୁଡ଼ିକୁ ୪.୭୯ ବିଲିୟନ ଡଲାର ମୂଲ୍ୟର ବାସୁମତି ଚାଉଳ ରପ୍ତାନୀ କରିଥିବା ବେଳେ ବର୍ତ୍ତମାନ ସରକାରଙ୍କ ପ୍ରତିବନ୍ଧ କାରଣରୁ ଏଥିରେ ହ୍ରାସ ପାଇପାରେ ।

ଅଗଷ୍ଟ ୮ ତାରିଖରେ କେନ୍ଦ୍ର ସରକାର ଘୋଷଣା କରିଥିଲେ କି ନୀଲାମ ମାଧ୍ୟମରେ ୫ ମିଲିୟନ ଟନ୍ ଅତିରିକ୍ତ ଗହମ ଏବଂ ୨.୫ ମିଲିୟନ ଟନ୍ ଚାଉଳ ବଜାରକୁ ଛାଡ଼ିବେ । ଏହା ସହିତ ସରକାର ଚାଉଳର ଦାମ୍ କିଲୋପ୍ରତି ୩୧୨ ଟଙ୍କାରୁ ହ୍ରାସ କରି ୨୯ ଟଙ୍କା କରି ଦେଇଥିଲେ ।

ଏହା ପୁର୍ବରୁ କେନ୍ଦ୍ର ସରକାର ୨୦ ଜୁଲାଇରେ ଅଣ-ବାସୁମତି ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଆଗକୁ ଦେଶର ପାର୍ବଣ ଋତୁ ଥିବାରୁ ଏହାକୁ ଧ୍ୟାନରେ ରଖି ଘରୋଇ ବଜାରରେ ଚାଉଳର ଦର କୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ଏହି ନିଷ୍ପତି ନେଇଥିଲେ । ସେହିଭଳି ଗତବର୍ଷ ସେପ୍ଟେମ୍ବର ମାସରେ ମଧ୍ୟ ସରକାର ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ।

ଏହା ପୁର୍ବରୁ କେନ୍ଦ୍ର ସରକାର ୨୦ ଜୁଲାଇରେ ଅଣ-ବାସୁମତି ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଆଗକୁ ଦେଶର ପାର୍ବଣ ଋତୁ ଥିବାରୁ ଏହାକୁ ଧ୍ୟାନରେ ରଖି ଘରୋଇ ବଜାରରେ ଚାଉଳର ଦର କୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ଏହି ନିଷ୍ପତି ନେଇଥିଲେ। ସେହିଭଳି ଗତବର୍ଷ ସେପ୍ଟେମ୍ବର ମାସରେ ମଧ୍ୟ ସରକାର ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ।

Get real time updates directly on you device, subscribe now.