fbpx

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଦେଶର ଆର୍ଥିକ ସମାବେଶୀକରଣ କ୍ଷେତ୍ରରେ ବୈପ୍ଳବିକ ରୂପ ନେଇଛି : ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା- PMJDY ଓ ଜାତୀୟ ଆର୍ଥିକ ସମାବେଶୀକରଣ ମିଶନର ସଫଳ କାର୍ଯ୍ୟକାରିତାର ନବମ ବର୍ଷ ପୂରଣ ହୋଇଛି । ଏହି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବାର୍ତ୍ତାରେ କହିଛନ୍ତି, “ଏହି ବ୍ୟବସ୍ଥାର ପ୍ରବର୍ତ୍ତନ ଫଳରେ ଭାରତରେ ଆର୍ଥିକ ସମାବେଶୀକରଣ ପ୍ରକ୍ରିୟା ଏକ ବୈପ୍ଳବିକ ରୂପ ନେଇଛି । ଏହି ବ୍ୟବସ୍ଥାରେ ସରକାର ହିତାଧିକାରୀଙ୍କୁ ସରକାରୀ ଲାଭ ବାବଦ ଅର୍ଥ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଜମାଖାତାକୁ ପଠାଇ ସେମାନଙ୍କୁ ସରକାରୀ ଯୋଜନାର ଅର୍ଥ ବାଟମାରଣାରୁ ସୁରକ୍ଷିତ କରାଇପାରିଛନ୍ତି । ସରକାରଙ୍କ ଏହି ଯୋଜନା ଫଳରେ ଦରିଦ୍ର ଓ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କ ସମେତ ସମାଜର ସବୁବର୍ଗର ସମାବେଶୀ ଅଭିବୃଦ୍ଧି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି ।

ଦେଶର ୫୦ କୋଟିରୁ ଅଧିକ ଲୋକ ସାମିଲ ହୋଇ ଆନୁଷ୍ଠାନିକ ବ୍ୟାଙ୍କ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ବ୍ୟାଙ୍କରେ ଜନ ଧନ ଆକାଉଣ୍ଟ ଖୋଲିଥିବା ଲୋକଙ୍କ ମଧ୍ୟରୁ ୫୫ ପ୍ରତିଶତ ମହିଳା ଅଛନ୍ତି । ଏହାଛଡ଼ା ଗ୍ରାମାଞ୍ଚଳର ଅର୍ଦ୍ଧସହରାଞ୍ଚଳରେ ଏହି ଆକାଉଣ୍ଟ ୬୭ ଭାଗ ଖୋଲାଯାଇଛି । ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି, ଏହି ଯୋଜନାର ସମସ୍ତ ପକ୍ଷ ଯଥା- ବ୍ୟାଙ୍କ, ବୀମା କମ୍ପାନୀ, ବିଭିନ୍ନ ସ୍ତରରେ ସହଯୋଗ ଯୋଗୁଁ PMJDY ଏକ ସଫଳ କାର୍ଯ୍ୟକ୍ରମରେ ପରିଣତ ହୋଇଛି । ଏହାଦ୍ୱାରା ଦେଶର ସବୁଲୋକଙ୍କୁ ଆନୁଷ୍ଠାନିକ ଅର୍ଥ ବ୍ୟବସ୍ଥା ଅଧୀନକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ପୂରଣ ହୋଇଛି ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି । ସେ ଆହୁରି କହିଛନ୍ତି, ଏହି ଯୋଜନାର ୯ ବର୍ଷ ଅବଧି ମଧ୍ୟରେ ୫୦ କୋଟିରୁ ଅଧିକ ହିତାଧିକାରୀ ୨ ଲକ୍ଷ ୩ ହଜାର ୫୦୫ କୋଟି ଟଙ୍କା ଅର୍ଥରାଶି ସେମାନଙ୍କର ବ୍ୟାଙ୍କ ଖାତାରେ ଜମା କରିଛନ୍ତି ।

Get real time updates directly on you device, subscribe now.