fbpx

ପାକିସ୍ତାନ ସଡ଼କରେ ଦିନ ଦ୍ୱିପହରରେ ବୁଲିଲା ସିଂହ, ଲୋକେ ଭୟଭୀତ

ନୂଆଦିଲ୍ଲୀ : ପାକିସ୍ତାନ କରାଚିରେ ଦିନ ଦ୍ୱିପହରରେ ସିଂହ ବୁଲୁଥିବା ଦେଖିବାକୁ ମିଳିଛି । ଯାହା ଦ୍ୱାରା ସେଠାରେ ଲୋକମାନେ ଭୟଭୀତ ହୋଇପଡିଛନ୍ତି । ବନ୍ଦର ସହର କରାଚିରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ସହରରେ ସିଂହକୁ ଦେଖି ଲୋକମାନେ ଭୟଭୀତ ହୋଇ ଘର ଭିତରେ ରହିଥିଲେ । ତେବେ ସଡକ ଉପରେ କିପରି ସିଂହ ଆସିଲା ତାକୁ କିଏ ଆଣିଲା ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପ୍ରସାଶନ ମଧ୍ୟ ଏହି ବିଷୟରେ କୌଣସି ସୂଚନା ଦେଇ ନାହିଁ ।

କରାଚିର ଏସଏସପି ସୋରାଜ ନାଜିର କହିଛନ୍ତି ଏହି ବାଘକୁ ୪ ଜଣ ଲୋକ ପିକଅପ୍ ଭ୍ୟାନରେ ନେଇ ଯାଉଥିଲେ । ନେବା ସମୟରେ ବାଟରେ ଏହି ସିଂହ ଡେଇଁ ପଳାଇଥିଲା । ଏହା ପରେ ସିଂହଟି ଏକ ଟ୍ରକ ତଳେ ଲୁଚିଥିଲା । ସିଂହକୁ ଧରିବା ପାଇଁ ଆମେ ବନ କର୍ମଚାରୀଙ୍କ ସାହାର୍ଯ୍ୟ ନେଇଛୁ । ଏହି ସିଂହର ମାଲିକ କହିଛି ସିଂହର ଦେହ ଖରାପ ଥିବାକୁ ତାହାର ଚିକିତ୍ସା ପାଇଁ ତାକୁ ହସ୍ପିଟାଲ ନେଇ ଯାଉଥିଲେ ଏବଂ ବାଟରେ ଏପରି ଘଟଣା ଘଟିଛି । କରାଚିର ମୁଖ୍ୟମନ୍ତ୍ରୀ ଜଷ୍ଟିସ ମକବୁଲ ବାକର କହିଛନ୍ତି ଘଟଣାର ତଦନ୍ତ କରାଯାଉଛି । ଘଟଣାର ତଦନ୍ତ ପରେ ଆରୋପିକୁ କଠୋର ଦଣ୍ଡ ମିଳିବ । ଏହା ପୂର୍ବରୁ ମଧ୍ୟ ଜାନୁୟାରୀ ମାସରେ ଏପରି ଘଟଣା ଦେଖିବାକୁ ମିଳିଥିଲା ।

କରାଚି ସିଂହମାନଙ୍କ ରାଜଧାନୀ, ବନ୍ୟ ଜନ୍ତୁଙ୍କୁ ଘରେ ରଖିବା ପାଇଁ ଏଠାରେ ତିନି ବର୍ଷ ପୂର୍ବରୁ ଆଇନ ଲାଗୁ ହୋଇଥିଲା । କିନ୍ତୁ ଏହା ପାଇଁ ଅନେକ ସର୍ତ୍ତ ଥିଲା । ତେବେ ଦୁର୍ନିତି ପାଇଁ ଲୋକମାନେ ଏହାର ନିୟମ ପାଳନ କରୁନାହାନ୍ତି । ବାଘ, ସିଂହ ସବୁ ପାଳନ କରି ହେବ କିନ୍ତୁ ଏଥି ପାଇଁ ୩୯ ସର୍ତ୍ତ ପୂରଣ କରିବାକୁ ପଡିବ ।

କରାଚି ମିଡିଆ ରିପୋର୍ଟ ଅନୁସାରେ ୪ ଜଣ ଲୋକ ଆସି ସିଂହକୁ ରାସ୍ତା ମଝିରେ ଛାଡି ଚାଲିଯାଇଥିଲେ । ଅନ୍ୟ କିଛି ଲୋକଙ୍କ କହିବା ଅନୁସାରେ ଏହି ସିଂହକୁ ତାର ମାଲିକ ଅନ୍ୟ ସ୍ଥାନକୁ ନେବା ସମୟରେ ସେ ଖସି ପଳାଇଛି । ପ୍ରାୟ ଏକ ଘଣ୍ଟା ଧରି ରାସ୍ତାରେ ସିଂହଟି ବୁଲିଥିଲା ଯାହା ଫଳରେ ଲୋକମାନେ ଭୟରେ ଘର ବାହାରକୁ ବାହାରି ନଥିଲେ । ଏହା ପରେ ପ୍ରଶାସନ ଖବର ପାଇବା ପରେ ବନ କର୍ମଚାରୀଙ୍କ ସହାୟତାର ବାଘଟିକୁ ଧରିଥିଲେ । ପ୍ରଥମେ ସିଂହକୁ ଇଞ୍ଜେକସନ ଦେଇ ବେହୋସ କରିବା ପରେ ତାକୁ ପଞ୍ଜୁରୀରେ ରଖାଯାଇଥିଲା । ପୋଲିସ ଏବେ ସିଂହର ମାଲିକ ଓ ସେହି ୪ ଜଣ ବ୍ୟକ୍ତିକୁ ଗିରଫ କରିବା ପାଇଁ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.