fbpx

ଭାରତରେ ଜଣେ ବ୍ୟକ୍ତି କେତୋଟି କ୍ରେଡିଟ୍ କାର୍ଡ ରଖିପାରିବେ ? ଜାଣନ୍ତୁ

ନୂଆଦିଲ୍ଲୀ: କ୍ରେଡିଟ୍ କାର୍ଡର ଦ୍ରୁତ ଗତିରେ ବଢ଼ୁଥିବା ଲୋକପ୍ରିୟତା ସହିତ ବ୍ୟକ୍ତିଙ୍କ ପାଇଁ ଏକାଧିକ କାର୍ଡ ଥିବା ଆପଣ ଶୁଣିଥିବେ । ତେବେ ଏକରୁ ଅଧିକ କାର୍ଡ ଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି କ୍ରେଡିଟ କାର୍ଡ ବଜାରର ଅଭିବୃଦ୍ଧିକୁ ମଧ୍ୟ ପ୍ରତିଫଳିତ କରିଥାଏ । ଲୋକମାନଙ୍କ ପାଖରେ ଅନେକ କ୍ରେଡିଟ୍ କାର୍ଡ ମିଳିଯାଏ କିନ୍ତୁ ଆପଣ ଜାଣନ୍ତି କି ଭାରତରେ ଜଣେ ବ୍ୟକ୍ତି କେତୋଟି କ୍ରେଡିଟ୍ କାର୍ଡ ରଖିପାରିବେ? ଏହା ସହ ଏକରୁ ଅଧିକ କ୍ରେଡିଟ୍ କାର୍ଡ ପାଇବାର ସୁବିଧା ଏବଂ ଅସୁବିଧା ବିଷୟରେ ସୂଚନା ରହିବା ଉଚିତ୍ । ଆସନ୍ତୁ ଜାଣିବା ଏହା ବିଷୟରେ …

ଗୋଟିଏରୁ ଅଧିକ କ୍ରେଡିଟ୍ କାର୍ଡ ପାଇବାର ଲାଭ :-

ଅଧିକ ଖର୍ଚ୍ଚ କରିବାର କ୍ଷମତା: କ୍ରେଡିଟ୍ କାର୍ଡ ସଂଖ୍ୟା ବୃଦ୍ଧି ସହିତ, ଆପଣଙ୍କର କ୍ରେଡିଟ୍ ସୀମା ମଧ୍ୟ ବୃଦ୍ଧି ପାଇଥାଏ । ଏହିପରି ଆପଣଙ୍କର କିଛି ଅତିରିକ୍ତ ଖର୍ଚ୍ଚ ଶକ୍ତି ଅଛି ଯାହାର ଉପଯୋଗ ଆପଣଙ୍କ ଅଧିକ ଟଙ୍କାର କିଣାକିଣି ଓ ଅତିରିକ୍ତ ଖର୍ଚ୍ଚକୁ ଫଣ୍ଡିଂ କରିବା ପାଇଁ ବ୍ୟବହାର କରାଯାଇପାରିବ ।

ବାଲାନ୍ସ ଟ୍ରାନ୍ସଫର ସୁବିଧା: ଯଦି ଆପଣଙ୍କର ଏକରୁ ଅଧିକ କାର୍ଡ ଅଛି, ତେବେ ଆପଣ ଏକାଧିକ କାର୍ଡରୁ ଗୋଟିଏ କାର୍ଡକୁ ବାଲାନ୍ସ ଟ୍ରାନ୍ସଫର କରିପାରିବେ ଏବଂ ତା’ପରେ ଆପଣଙ୍କ ସୁବିଧା ଅନୁଯାୟୀ ସେହି କାର୍ଡରେ ରାଶି ଫେରସ୍ତ କରିପାରିବେ । ଏହାକୁ ବାଲାନ୍ସ ଟ୍ରାନ୍ସଫର ସୁବିଧା କୁହାଯାଏ ।

ଆପଣଙ୍କର କ୍ରେଡିଟ୍ ସ୍କୋରକୁ ବଢ଼ାନ୍ତୁ: ଗୋଟିଏରୁ ଅଧିକ କ୍ରେଡିଟ୍ କାର୍ଡ ବ୍ୟବହାର କରିବା ଦ୍ୱାରା ଆପଣ ପ୍ରତ୍ୟେକଙ୍କ ଉପରେ କମ୍ କ୍ରେଡିଟ୍ ବ୍ୟବହାର ଅନୁପାତ ବଜାୟ ରଖିବା ପାଇଁ ଏକ ବାସ୍ତବ ସୁଯୋଗ ଦେଇଥାଏ ଏବଂ କମ୍ କ୍ରେଡିଟ୍ ଅନୁପାତ ଆପଣଙ୍କର କ୍ରେଡିଟ୍ ସ୍କୋର ସ୍ଥିର କରିବାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରକରୁ ଏକ ।

ଏକାଧିକ କ୍ରେଡିଟ୍ କାର୍ଡ ରଖିବାର ଅସୁବିଧା :-
ଋଣ ଜାଲ: ଏକାଧିକ କ୍ରେଡିଟ୍ କାର୍ଡ ରହିବା ଦ୍ୱାରା ଆପଣଙ୍କୁ ଉଚ୍ଚ କ୍ରେଡିଟ୍ ସୀମା ପ୍ରବେଶ କରିବାକୁ ସୁଯୋଗ ମିଳିଥାଏ । ଆପଣ ସେଗୁଡ଼ିକୁ ବେପରୁଆ ଭାବରେ ବ୍ୟବହାର କରିପାରନ୍ତି ଏବଂ ଆପଣ ଅନାବଶ୍ୟକ ଜିନିଷ କିଣି ପାରନ୍ତି । ଏହିପରି ଭାବରେ ଆପଣ ଋଣ ଜାଲରେ ପଡ଼ିପାରନ୍ତି ଏବଂ ସଠିକ୍ ଆର୍ôଥକ ସନ୍ତୁଳନକୁ ବଜାୟ ରଖିବାକୁ ସଂଘର୍ଷ କରିପାରନ୍ତି ।

କ୍ରେଡିଟ୍ ସ୍କୋର ହ୍ରାସ ହୋଇପାରେ: ଏକାଧିକ କାର୍ଡର ଅର୍ଥ ହେଉଛି ଏକାଧିକ ଦେୟ ଦାୟିତ୍ । ବେଳେବେଳେ ଆପଣ ଆପଣଙ୍କର ଦେୟ ପ୍ରଦାନରୁ ବଞ୍ଚିତ ହୋଇପାରନ୍ତି ଏବଂ ଏହିପରି ଆପଣଙ୍କର କ୍ରେଡିଟ୍ ସ୍କୋର ହ୍ରାସ ହୋଇପାରେ । ଏହିପରି ଯେତେବେଳେ ଆପଣ ଏକରୁ ଅଧିକ କ୍ରେଡିଟ୍ କାର୍ଡ ପାଇବାକୁ ଯୋଜନା କରନ୍ତି, ସେତେବେଳେ ଆପଣଙ୍କୁ ଅତିରିକ୍ତ ଆର୍ôଥକ ଦାୟିତ୍ୱ ଉଠାଇବାକୁ ପ୍ରସ୍ତୁତ ହେବା ଉଚିତ୍ ।

ଫିସ୍: ଆପଣ ନିଜ କ୍ରେଡିଟ୍ କାର୍ଡରେ ଆଦାୟ କରାଯାଉଥିବା ବିଭିନ୍ନ ଶୁଳ୍କ ବିଷୟରେ ସଚେତନ ରହିବେ । କ୍ରେଡିଟ୍ କାର୍ଡ ନେବାର ଫିସ୍, ବାର୍ଷିକ ଶୁଳ୍କ, ବିଳମ୍ବରେ ଦେୟ ଦେବାର ଫିସ୍,ସ୍କ୍ୟାସ୍ ଆଡଭାନ୍ସ ଫିସ୍ ଆଦି ସାମିଲ । ତେଣୁ ଅଧିକ କାର୍ଡ ହେଲେ ଆପଣଙ୍କୁ ଦେୟ ଦେବାରେ ଅସୁବିଧା ହେବ ।

କେତୋଟି କ୍ରେଡିଟ୍ କାର୍ଡ ରହିବା ଉଚିତ୍ :-
ଯେବେ କ୍ରେଡିଟ କାର୍ଡ ବିଷୟରେ କଥା ଆସେ, ତେବେ ଭାରତରେ ସେପରି କୌଣସି ସୀମା ନାହିଁ । ଯେକୌଣସି ବ୍ୟକ୍ତି ତାଙ୍କ ଆବଶ୍ୟକତା ଅନୁଯାୟୀ ଯେତେ ସଂଖ୍ୟକ କ୍ରେଡିଟ୍ କାର୍ଡ ରଖିପାରିବେ । ଯଦି ଆପଣ ଏକରୁ ଅଧିକ କ୍ରେଡିଟ୍ କାର୍ଡ ରଖନ୍ତି, ତେବେ ଏହାର ସୁବିଧା ଏବଂ ଅସୁବିଧା ବିଷୟରେ ବିଚାର କରିବା ପରେ ଏହାକୁ ରଖନ୍ତୁ ।

Get real time updates directly on you device, subscribe now.